Categories
ଆଜିର ଖବର ଖେଳ ଜାତୀୟ ଖବର ମନୋରଂଜନ ସିନେମା

ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନାଙ୍କ ଗିରଫଦାରୀ ପାଇଁ ମାଦ୍ରାସା ହାଇକୋର୍ଟରେ ଯାଚିକା

ଚେନ୍ନାଇ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବା ଦାବିରେ ଏକ ଯାଚିକା ଦାୟର କରାଯାଇଛି । କେବଳ ବିରାଟ କୋହଲି ନୁହନ୍ତି ଅଭିନେତ୍ରୀ ତମନ୍ନାଙ୍କ ବିରୋଧରେ ମଧ୍ୟ ସମାନ ମାମଲା ରୁଜୁ କରାଯାଇଛି । ଅନ୍ଲାଇନ୍ ଗ୍ୟାମ୍ବଲିଂକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ମାଦ୍ରାସା ହାଇକୋର୍ଟରେ  ଏହି ଯାଚିକା ଦାଖଲ କରାଯାଇଛି ।

ବିରାଟ ଏବଂ ତମନ୍ନାଙ୍କୁ କୋଟି କୋଟି ଯୁବପିଢି ଅନୁସରଣ କରନ୍ତି ତେଣୁ ଏପରି ପଦକ୍ଷେପ ସମାଜ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଅଭିଯୋଗକାରୀ ଆଇନଜୀବୀ ନିଜ ପିଟିସନ୍‌ରେ  ଉଲ୍ଲେଖ କରିଛନ୍ତି ।  ଏହି ଯାଚିକାରେ ଗ୍ୟାମ୍ବଲିଂରେ ଜଣେ ଯୁବକ ସମସ୍ତ ପଇସା ହାରି ନ ଶୁଝିପାରି ପରେ ଆତ୍ମହତ୍ୟା କରିଥିବାର ଉଲ୍ଲେଖ ରହିଛି । ସେହିପରି ସମସ୍ତ ଅନ୍ଲାଇନ୍ ଗ୍ୟାମ୍ବଲିଂ ଆପ୍କୁ ତୁରନ୍ତ ବ୍ୟାନ୍ କରିବା ପାଇଁ ଆବେଦନକାରୀ ଦାବି କରିଛନ୍ତି । ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ବିଚାର କରାଯିବ ବୋଲି ଜଣାପଡିଛି । (ଏଜେନ୍ସି)