Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରେ ବର ଆଉ ବରେଲୀରେ ବଧୂ : ଅନ୍‌ଲାଇନ୍‌ରେ ପୂରା ବିଧି ମୁତାବକ ବିବାହ କରି ଚର୍ଚ୍ଚାରେ ଦୁହେଁ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ଦେଶରେ ବାହାଘରକୁ ସ୍ଥଗିତ ରଖାଯାଇଛି । ଲକ୍ ଡାଉନ୍‌ ଯୋଗୁଁ ଏବେ ଅନ୍‌ଲାଇନ୍‌ରେ ବାହାଘର ହେଉଛି । ୟୁପିର ବରେଲୀରେ ଏକ ଅନନ୍ୟ ବାହାଘର ଅନୁଷ୍ଠିତ ହୋଇଛି । ଏହି ବାହାଘରଟି ଅନ୍‌ଲାଇନ୍‌ରେ ହୋଇଥିବାବେଳେ ସମ୍ପୂର୍ଣ୍ଣ ରୀତିନୀତି ସହିତ ସମ୍ପନ୍ନ କରାଯାଇଥିଲା । ଏହି ବାହାଘରରେ ପଣ୍ଡିତ ମନ୍ତ୍ରୋଚାରଣ କରିବା ସହିତ ସମସ୍ତ ବିଧି ଅନୁସାରେ ଏହି ବିବାହକୁ ଶେଷ କରାଯାଇଥିଲା ।

ଅନ୍‌ଲାଇନ୍‌ରେ ସପ୍ତପଦୀ ନେବା ସହିତ ଅନ୍‌ଲାଇନ୍‌ରେ ଅତିଥିମାନେ ମଧ୍ୟ ସାମିଲ୍‌ ରହିଥିଲେ । ଅନ୍‌ ଲାଇନରେ ଢୋଲ୍‌-ମହୁରୀ ମଧ୍ୟ ବଜାଯାଇଥିଲା । ନାଚ, ଗୀତ ସହିତ ମଜା ମସ୍ତି ସବୁ ହୋଇଥିଲା କିନ୍ତୁ ଏହା ସମସ୍ତ ସୋସିଆଲ୍‌ ଡିଷ୍ଟାନ୍ସିଂର ପାଳନ କରାଯାଇଥିଲା।

ବରେଲୀର କିର୍ତ୍ତୀ ସହିତ ମୁମ୍ବାଇର ସୁଷେନଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଥିଲା । କୀର୍ତ୍ତି ଓ ସୁଷେନ୍‌ ଫେବୃଆରୀ 21ରେ କୋର୍ଟ ମ୍ୟାରେଜ୍‌ କରିଥିବାବେଳେ ସାମାଜିକ ବିଧିବିଧାନ ସହ ଏପ୍ରିଲ୍‌ 19 ତାରିଖରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କରୋନା ଭାଇରସ୍‌ ଯୋଗୁଁ ଲକ୍ ଡାଉନ୍‌ ଜାରି ହୋଇଯାଇଥିଲା । ଏହି ସମୟରେ ବର ବଧୂ ଦୁହେଁ ସାଦୀଡଟ୍‌କମ୍‌ ସହ ସମ୍ପର୍କ କରି ବାହାଘର କରିବା ନେଇ ନିଷ୍ପତ୍ତି ନେଇଥିଲେ ।

ସାଦିଡଟ୍‌କମ୍  ଏବେ ବର – ବଧୂଙ୍କୁ ନିଜ ନିଜ ଘରେ ବସାଇ ବିବାହ କରାଇବାର ନିଷ୍ପତ୍ତି ନେଇଥିଲେ ।  ଗତ ରବିବାର ଦିନ କୀର୍ତ୍ତି ଓ ସୁଷସନ୍‌ଙ୍କ ଅନଲାଇନ୍‌ରେ ପୂରା ବିଧି ମୁତାବକ ବିବାହ ସମ୍ପନ୍ନ ହୋଇଛି ।  ଦୁହେଁ ସାମାଜିକ ଦୂରତ୍ବକୁ ଆଖି ଆଗରେ ରଖି ଦୁହେଁ ଅନ୍‌ଲାଇନ୍‌ରେ ବିବାହ କରିବା ନେଇ ନିଷ୍ପତ୍ତି ନେଇଥିଲେ କୀର୍ତ୍ତି ଓ ସୁସେନ୍‌ ।

ପଣ୍ଡିତଜୀ ଅନ୍‌ଲାଇନ୍‌ରେ ମନ୍ତ୍ରୋଚାରଣର କରିବା ସହିତ ବିବାହର ସମସ୍ତ ବିଧି ସମ୍ପନ୍ନ କରାଇଥିଲା । ପଣ୍ଡିତ୍‌ଜୀ କହିବାନୁସାରେ ଭାରତୀୟ ସନାତନ ରୀତି ଅନୁସାରେ ଦୁଇ ପରିବାରଙ୍କ ସହମତିରେ ଅନ୍‌ଲାଇନରେ ଏହି ବିବାହ ସମ୍ପନ୍ନ ହୋଇଛି । ବର କନ୍ୟା ପାଖାପାଖି ନଥିବାରୁ ବର ଓ କନ୍ୟାଙ୍କ ପୂଜନ ଯଥା ସିନ୍ଦୂର ଦାନ, ହଓ୍ବନ ଓ କନ୍ୟା ଦାନ ମାତାପିତାଙ୍କ ଦ୍ବାରା କରାଯାଇଥିଲା ।(ଏଜେନ୍ସି)