Categories ଆଜିର ଖବର ଜାତୀୟ ଖବର ଅନଲାଇନ୍ରେ ଦାଖଲ ହେବ ନାମାଙ୍କନ ପତ୍ର, ଜାରି ହେଲା ନିର୍ଦ୍ଦେଶାବଳୀ Post author By Samikhsya Bureau Post date August 21, 2020 ବିହାର : ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ବିହାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଅନଲାଇନରେ ଦାଖଲ କରାଯିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ସିକ୍ୟୁରିଟି ମନି ଜମା କରିପାରିବେ ବୋଲି ବିହାର ବିଧାନସଭା ନିର୍ବାଚନ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସୂଚନା ରହିଛି। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ଦାଖଲ କରିବାକୁ ପଡିବ। ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ସର୍ବାଧିକ ପାଞ୍ଚ ଜଣ ଲୋକ ଦ୍ୱାରରୁ ଦ୍ୱାର ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହ ରହିପାରିବେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ସଭା ଏବଂ ରୋଡ୍ ସୋକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ସମୟରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ପ୍ରକ୍ରିୟା ସମୟରେ ଫେସ୍ ମାସ୍କ, ସାନିଟାଇଜର, ଥର୍ମାଲ୍ ସ୍କାନର୍, ଗ୍ଲୋଭସ୍, ପିପିଏ କିଟ୍ ବ୍ୟବହାର କରାଯିବ ଏବଂ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରାଯିବ।ସେହିପରି ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ ଭୋଟରମାନଙ୍କୁ ଗ୍ଲୋଭସ୍ ଯୋଗାଇ ଦିଆଯିବ। ଇଭିଏମ୍ ମେସିନରେ ଭୋଟ୍ ଦେବା ପୂର୍ବରୁ ଭୋଟରଙ୍କୁ ଗ୍ଲୋଭସ୍ ଦିଆଯିବ। ଏହା ବ୍ୟତୀତ, ଭୋଟର ଚିହ୍ନଟ ପ୍ରକ୍ରିୟା ସମୟରେ ଆବଶ୍ୟକସ୍ଥଳେ ପରିଚୟ ପାଇଁ ଫେସ୍ ମାସ୍କକୁ ମଧ୍ୟ ହଟାଇପାରିବେ ବୋଲି ସୂଚନା ରହିଛି । ପୋଷ୍ଟାଲ ବାଲାଟକୁ ଅଧିକ ପ୍ରସାର କରାଯିବ ବୋଲି ସୂଚନା ରହିଛି। (ଏଜେନ୍ସି) Tags biharassemblyelection, onlinenominationfiling