Categories
ଆଜିର ଖବର ଜାତୀୟ ଖବର

ସ୍ବାମୀଙ୍କ ସମ୍ପତ୍ତି ଉପରେ ଅଧିକାର କେବଳ ପ୍ରଥମ ସ୍ତ୍ରୀଙ୍କର ହିଁ ରହିଛି : ବମ୍ବେ ହାଇକୋର୍ଟ

ମୁମ୍ବାଇ :ଯଦି କୌଣସି ବ୍ୟକ୍ତିଙ୍କର ଏକରୁ ଅଧିକ ସ୍ତ୍ରୀ ରହିଛନ୍ତି । ତେବେ ସ୍ବାମୀଙ୍କର ସମସ୍ତ ସମ୍ପତ୍ତିରେ ଅଧିକାର କେବଳ ପ୍ରଥମ ସ୍ତ୍ରୀଙ୍କର ହିଁ ରହିବ । ତେବେ ଉଭୟ ସ୍ତ୍ରୀଙ୍କ ଗର୍ଭରୁ ଜନ୍ମ ହୋଇଥିବା ସନ୍ତାନମାନେ ସମ୍ପତ୍ତିରୁ ଭାଗ ପାଇପାରିବେ । ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟ ଏକ ଯାଚିକାର ଶୁଣାଣି କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ବିଚାରପତି ଏସ.ଜେ କଠୱାଲା ଓ ବିଚାରପତି ମାଧବ ଜାମଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବା ଅବସରରେ ମୌଖିକ ଭାବେ ଏହି ମତାମତ ଦେଇଛନ୍ତି । ପୂର୍ବରୁ ହାଇକୋର୍ଟର ଔରଙ୍ଗବାଦ ବେଞ୍ଚର ଏକ ପୂର୍ଣ୍ଣକାଳୀନ ଖଣ୍ଡପୀଠ ଏଭଳି ରାୟ ଦେଇଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା ।

ସୂଚନାଅନୁସାରେ, ମହାରାଷ୍ଟ୍ର ରେଲେଓ୍ବ ପୋଲିସରଏଏସ୍‌ଆଇ ସୁରେଶ ହଟଙ୍କର କୋଭିଡ୍‌ ଆକ୍ରାନ୍ତରେ ଗତ ମେ 30 ତାରିଖରେ ମୃତ୍ୟୁବରଣ କରିଥିଲେ । ସୁରେଶଙ୍କର ମୃତ୍ୟୁ ପରେ ତାଙ୍କ ପରିବାରକୁ 65 ଲକ୍ଷଟଙ୍କା ଅନୁକମ୍ପା ରାଶି ମିଳିଥିବାର ଥିଲା । ହେଲେ ଏହି ଟଙ୍କାପାଇଁ ସୁରେଶଙ୍କ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଲାଗିଥିଲା ।

ଏହାପରେ ସୁରେଶଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଝିଅ ବମ୍ବେ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଅନୁକମ୍ପା ରାଶିରୁ ନିଜ ଭାଗ ପାଇବା ପାଇଁ ସେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେହିପରି ସେ ଓ ତାଙ୍କ ମାଆଙ୍କର ଭରଣପୋଷଣ ପାଇଁ ସମସ୍ତ ଟଙ୍କାର ଉଚିତ୍‌ ଭାଗ ଦାବି କରିଛନ୍ତି ଦ୍ବିତୀୟ ସ୍ତ୍ରୀଙ୍କ ଝିଅ । ସହାୟତା ରାଶିକୁ ନେଇ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି  ତଥା ମାମଲାଟି ବିଚାରଧୀନ ରହିଥିବାରୁ ସରକାର ସମସ୍ତ ରାଶି ହାଇକୋର୍ଟରେ ଜମା କରିବେ ବୋଲି ସୂଚନା ରହିଛି(ଏଜେନ୍ସି)