Categories
ଆଜିର ଖବର

ରାଫେଲ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ୍‌ କଲେ ମାୟାବତୀ

ରାଫେଲ୍‌କୁ ନେଇ ପୁଣି ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି । ନିକଟରେ ମୋଦି ଏକ ସଭାରେ ରାଫେଲ୍‌ ଯୁଦ୍ଧ ବିମାନ ଥିଲେ ଭାରତକୁ ଆଉ ଏକପ୍ରକାର ସଫଳତା ମିଳିପାରିଥାନ୍ତା ବୋଲି କହିଥିବାବେଳେ ଏବେ ମୋଦିଙ୍କ ଏହି ବକ୍ତବ୍ୟକୁ ନେଇ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ସମାଲୋଚନା କରି ଟ୍ବିଟ୍‌ କରିଛନ୍ତି । ଏହାକୁ ନେଇ ମାୟାବତୀ କହିଛନ୍ତି ଯେ, ମୋଦି ରାଫେଲ ଯୁଦ୍ଧ ବିମାନ କାହିଁକି ନିଜ ଶାସନ କାଳର ୫ ବର୍ଷ ମଧ୍ୟରେ ଆଣିଲେନି। ଏବେ ଶେଷ ସମୟରେ ଏପରି କହି କେବଳ ଭୋଟରଙ୍କୁ ହାତେଇବାର ଯୋଜନା କରୁଥିବା ମାୟାବତୀ ଅଭିଯୋଗ କରିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ବି ନିକଟରେ ମୋଦିଙ୍କୁ ଟାର୍ଟେଟ୍‌ କରି କହିଥିଲେ ଯେ ଚୌକିଦାର ସେନାଙ୍କ ପଇସାକୁ ଚୋରି କରି ଅମ୍ବାନୀକୁ ଦେଇଥିବାବେଳେ ସେନା ଆମର ଦେଶ ପାଇଁ ଲଢି ଶହୀଦ୍‌ ହେଉଛନ୍ତି ।