Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 15 ତାରିଖରୁ ଏମ୍‌କେସିଜି ଓପିଡି ଖୋଲିବ

ବ୍ରହ୍ମପୁର : ଆସନ୍ତା 15 ତାରିଖରୁ ବ୍ରହ୍ମପୁର ଏମ୍‌କେସିଜି ଓପିଡି ଖୋଲିବ । ଏମ୍‌କେସିଜି ମେଡ଼ିକାଲ କଲେଜର ଜେନେରାଲ୍‌ ଓପିଡି ଖୋଲିବା ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ତେବେ ଓପିଡିକୁ ଆସିବା ସମୟରେ ଲୋକେ ମାସ୍କ ପରିଧାନ ସହ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି । କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଏମ୍‌କେସିଜି ଜେନେରାଲ୍‌ ଓପିଡି ବନ୍ଦ ରହିଛି । ଓପିଡି ବନ୍ଦ ରହିବା କାରଣରୁ ରୋଗୀସେବା ବାଧାପ୍ରାପ୍ତ ହେବାରୁ ଓପିଡି ଖୋଲିବା ନେଇ ସାଧାରଣରେ ଦାବି ମଧ୍ୟ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୀମସାରର 9 ଡାକ୍ତର କରୋନାରେ ଆକ୍ରାନ୍ତ : ଓପିଡି ବନ୍ଦ

ସମ୍ବଲପୁର : ବର୍ଲା ଭୀମସାରର 9ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମେଡିସିନ ବିଭାଗର 9 ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଛି । ପଜିଟିଭ ଚିହ୍ନଟ ପରେ ମେଡିସିନ ବିଭାଗର ଓପିଡିକୁ ଆଜି ପାଇଁ ବନ୍ଦ ରଖାଯାଇଛି । ଏନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମୋହନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ନିକଟରେ ବହୁ ଡାକ୍ତର ଓ ଡାକ୍ତରଖାନାଗୁଡିକରୁ କରୋନା ସଂକ୍ରମିତ ଚିହ୍ନଟ ହୋଉଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବଣାଇ ମେଡିକାଲ ଓପିଡି ବନ୍ଦ

ବଣାଇ : ବଣାଇ ଉପଖଣ୍ଡ ଚିକିତ୍ସାଳୟର ଓପିଡି ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ । ଗୁରୁତର ରୋଗୀ ବ୍ୟତୀତ ଅନ୍ୟମାନଙ୍କୁ ନ ଆସିବାକୁ ପରାମର୍ଶ । ମେଡିକାଲର ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବା ନେଇ ଏସ୍‌ଡିଏମ୍‌ଓ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ ରହିଛି।  କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡି ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ଏମ୍ସର କିଛି କର୍ମଚାରୀଙ୍କ କରୋନା ପଜିଟିଭ ଆସିଥିବାରୁ ହସ୍ପିଟାଲ୍‌ରେ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି। ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍‌ରୁ ଆସୁ ଥିବାରୁ ସେମାନଙ୍କୁ ହସ୍ପିଟାଲ୍‌ ଆସିବାକୁ ବାରଣ କରାଯାଇଥିବା ଜଣାପଡ଼ିଛି। ସେହିପରି ଏମ୍‌କେସିଜି ଓ ମାଲ୍‌କାନଗିରି ଜିଲ୍ଲାର ଓପିଡି ବନ୍ଦ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କାଲିଠାରୁ ଭୁବନେଶ୍ବର ଏମ୍‌ସ୍‌ ଓପିଡି ବନ୍ଦ

ଭୁବନେଶ୍ବର : କାଲିଠାରୁ ଭୁବନେଶ୍ବର ଏମ୍‌ସ ଓପିଡି ବନ୍ଦ ରହିବ । ଭୁବନେଶ୍ବର ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁଁ ଓପିଡି ବନ୍ଦ ରହିବ । କିଛି କର୍ମଚାରୀ କରୋନା ପଜିଟିଭ୍‌ ଆସିଥିବାରୁ କର୍ମଚାରୀ ଅଭାବ ଦେଖାଦେଇଛି । ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍‌ର ହୋଇଥିବାରୁ ତାଙ୍କୁ ହସ୍ପିଟାଲ ଆସିବାକୁ ବାରଣ କରାଯାଇଛି ।

ତେବେ ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ୍‌ ସୁବିଧା ମିଳିବ । ଏହା ସହ ଏକ ସ୍ବତନ୍ତ୍ର ଆପ୍‌ ଜରିଆରେ ମଧ୍ୟ  ପରାମର୍ଶ ମିଳିପାରିବ । ଏମସ୍‌ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍‌ ଜରିଆରେ ଚିକିତ୍ସା ପରାମର୍ଶ ମିଳିବ ବୋଲି ସୂଚନା ରହିଛି । ଓପିଡି ବନ୍ଦ ରହୁଥିଲେ ବି କାଜୁଆଲ୍‌ଟି ଓ ଇମର୍ଜେନସି ସେବା ଚାଲୁ ରହିବ । ସେହିପରି ଡାଏଲିସିସ୍‌ ଓ ରେଡିଓ ଥେରାପି ସେବା ଚାଲୁ ରହିବ ବୋଲି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।