କାଲିଠାରୁ ଭୁବନେଶ୍ବର ଏମ୍‌ସ୍‌ ଓପିଡି ବନ୍ଦ

Published: Jul 9, 2020, 2:41 pm IST

ଭୁବନେଶ୍ବର : କାଲିଠାରୁ ଭୁବନେଶ୍ବର ଏମ୍‌ସ ଓପିଡି ବନ୍ଦ ରହିବ । ଭୁବନେଶ୍ବର ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁଁ ଓପିଡି ବନ୍ଦ ରହିବ । କିଛି କର୍ମଚାରୀ କରୋନା ପଜିଟିଭ୍‌ ଆସିଥିବାରୁ କର୍ମଚାରୀ ଅଭାବ ଦେଖାଦେଇଛି । ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍‌ର ହୋଇଥିବାରୁ ତାଙ୍କୁ ହସ୍ପିଟାଲ ଆସିବାକୁ ବାରଣ କରାଯାଇଛି ।

ତେବେ ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ୍‌ ସୁବିଧା ମିଳିବ । ଏହା ସହ ଏକ ସ୍ବତନ୍ତ୍ର ଆପ୍‌ ଜରିଆରେ ମଧ୍ୟ  ପରାମର୍ଶ ମିଳିପାରିବ । ଏମସ୍‌ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍‌ ଜରିଆରେ ଚିକିତ୍ସା ପରାମର୍ଶ ମିଳିବ ବୋଲି ସୂଚନା ରହିଛି । ଓପିଡି ବନ୍ଦ ରହୁଥିଲେ ବି କାଜୁଆଲ୍‌ଟି ଓ ଇମର୍ଜେନସି ସେବା ଚାଲୁ ରହିବ । ସେହିପରି ଡାଏଲିସିସ୍‌ ଓ ରେଡିଓ ଥେରାପି ସେବା ଚାଲୁ ରହିବ ବୋଲି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

Related posts