Categories
ଆଜିର ଖବର

ବିଜେପି ନେତାଙ୍କୁ ଝଟ୍‌କା : ଫେସ୍‌ବୁକ୍‌ରୁ ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ହଟାଇବାକୁ ଦେଲେ ଆଦେଶ

ବିଜେପିନେତା ଓ.ପି.ଶର୍ମାଙ୍କୁ ନିର୍ବାଚନ କମିଶନ ଦେଇଛନ୍ତି ଝଟକା। ତାଙ୍କ ଫେସ୍‌ବୁକ୍‌ରେ ଥିବା ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ହଟାଇବା ପାଇଁ ଶର୍ମାଙ୍କୁ ତାଗିଦ୍‌ କରାଯାଇଛି। ଏହା ଦ୍ୱାରା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେଉଥିବା ନିର୍ବାଚନ କମିଶନ ସୂଚିତ କରିଛନ୍ତି। ଏଥି ସହିତ ଫେସ୍‌ବୁକ୍‌  ଏବଂ ଟୁଇଟରକୁ ମଧ୍ୟ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆୟୋଗ ଏନେଇ ଖୁବ୍‌ କଡ଼ା ପଦେକ୍ଷପ ନେଉଛନ୍ତି। ରାଲି ଏବଂ ଭାଷଣ ସହ ଏଥର ସୋସିଆଲ୍ ମିଡିଆକୁ ମଧ୍ୟ ଦୃଷ୍ଟିରେ ରଖିଛନ୍ତି ନିର୍ବାଚନ ଆୟୋଗ। ଏହାପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜନୀତିକ ଦଳଙ୍କୁ କୌଣସି ବି ପାର୍ଟି ନିଜର ବ୍ୟାନର,ପୋଷ୍ଟରରେ ସେନା ତଥା ଯବାନଙ୍କ ଫଟୋକୁ ବ୍ୟବହାର କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଆୟୋଗ ନିର୍ବାଚନୀ ତାରିଖ ଘୋଷଣା କରିବାପରେ ଆଚାର ସଂହିତା ଲାଗୁ ହୋଇଯାଇଛି।