Categories
ଆଜିର ଖବର ଜାତୀୟ ଖବର

73ଟି ନୂତନ ମାମଲା ଆସିବା ପରେ ଏବେ ଅରେଞ୍ଜ ଜୋନ୍‌ରେ ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି  କରୋନା ମାମଲା ବଢି ଚାଲିଥିବାବେଳେ ରବିବାର ଦିନ ଏଠାରେ 73ଟି ନୂତନ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 317ରେ ପହଞ୍ଚି ଯାଇଛି । ଏବେ ପୂରା ରାଜ୍ୟଟି ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତିତ ହୋଇଯାଇଛି । ବାହାର ରାଜ୍ୟରୁ ଆସିଥିବା ପ୍ରବାସୀମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମିତ ମାମଲା ବଢିଛି ।

ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏଠାରେ ସର୍ବାଧିକ ମାମଲା ନୈନିତାଲ୍‌ରୁ ହିଁ ଚିହ୍ନଟ ହୋଇଛି । ଏଠାରେ ମୋଟ୍‌ 117ଟି ମାମଲା ଚିହ୍ନଟ ହୋଇଥିବାବେଳେ ଡେରାଡୁନ୍‌ଣୁ 11, ଚମୋଲି 10, ଉଧମସିଂହର ଆଠ, ଅଲ୍‌ମୋଡାରୁ ପାଞ୍ଚ, ଟିହରୀରୁ ତିନି, ବାଗେଶ୍ବରରୁ ଦୁଇ ଓ  ଚମ୍ପାବତ୍‌ ଓ ପୌଡୀ ଜିଲ୍ଲାରୁ ଜଣେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଦେଶରେ ସର୍ବମୋଟ ତିନି ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଦେଶର ସମସ୍ତ 13ଟି ଜିଲ୍ଲାରେ ସଂକ୍ରମିତ ମାମଲା ପହଞ୍ଚିଥିବାବେଳେ ପୂରା ରାଜ୍ୟଟି ଏବେ ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତିତ ହୋଇଯାଇଛି । (ଏଜେନ୍ସି)

Categories
ଆଜିର ଖବର

ରେଡ୍‌ ଜୋନ୍‌ରେ ରହିଲା ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର : ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବା ସହିତ ବିଭିନ୍ନ ଜୋନ୍‌ରେ ଜିଲ୍ଲାଗୁଡିକୁ ବର୍ଗୀକରଣ କରିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ବର ରେଡ୍‌ ଜୋନରେ ରହିଛି । ସେହିପରି ରେଡ୍‌ ଜୋନ୍‌ରେ ରହିଛି ଭଦ୍ରକ, ବାଲେଶ୍ବର, ଯାଜପୁର ଓ ଭୁବନେଶ୍ବର ପୌର ନିଗମ । ଭୁବନେଶ୍ବର ପୌର ନିଗମକୁ ଛାଡି ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଛି ।

ସେହିପରି ଅରେଞ୍ଜ ଜୋନ୍‌ରେ ରହିଛି  ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ । ଅବଶିଷ୍ଟ 16ଟି ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗ୍ରୀନ୍‌ ଜୋନରେ ରହିଛି – ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ ।