73ଟି ନୂତନ ମାମଲା ଆସିବା ପରେ ଏବେ ଅରେଞ୍ଜ ଜୋନ୍‌ରେ ଉତ୍ତରାଖଣ୍ଡ

Published: May 25, 2020, 9:13 am IST

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି  କରୋନା ମାମଲା ବଢି ଚାଲିଥିବାବେଳେ ରବିବାର ଦିନ ଏଠାରେ 73ଟି ନୂତନ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 317ରେ ପହଞ୍ଚି ଯାଇଛି । ଏବେ ପୂରା ରାଜ୍ୟଟି ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତିତ ହୋଇଯାଇଛି । ବାହାର ରାଜ୍ୟରୁ ଆସିଥିବା ପ୍ରବାସୀମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମିତ ମାମଲା ବଢିଛି ।

ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏଠାରେ ସର୍ବାଧିକ ମାମଲା ନୈନିତାଲ୍‌ରୁ ହିଁ ଚିହ୍ନଟ ହୋଇଛି । ଏଠାରେ ମୋଟ୍‌ 117ଟି ମାମଲା ଚିହ୍ନଟ ହୋଇଥିବାବେଳେ ଡେରାଡୁନ୍‌ଣୁ 11, ଚମୋଲି 10, ଉଧମସିଂହର ଆଠ, ଅଲ୍‌ମୋଡାରୁ ପାଞ୍ଚ, ଟିହରୀରୁ ତିନି, ବାଗେଶ୍ବରରୁ ଦୁଇ ଓ  ଚମ୍ପାବତ୍‌ ଓ ପୌଡୀ ଜିଲ୍ଲାରୁ ଜଣେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଦେଶରେ ସର୍ବମୋଟ ତିନି ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଦେଶର ସମସ୍ତ 13ଟି ଜିଲ୍ଲାରେ ସଂକ୍ରମିତ ମାମଲା ପହଞ୍ଚିଥିବାବେଳେ ପୂରା ରାଜ୍ୟଟି ଏବେ ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତିତ ହୋଇଯାଇଛି । (ଏଜେନ୍ସି)

Related posts