Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ଲିଭ୍ ଇନ୍ ରିଲେସନ୍ ସିପ ଘୋଷଣା ନ କଲେ ୬ ମାସ ପର୍ଯ୍ୟନ୍ତ ଜେଲ : ଉତ୍ତରାଖଣ୍ଡ ସିଭିଲ୍ କୋଡ୍

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନେ ଲିଭ୍-ଇନ୍ ରିଲେସନ୍ ସିପରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଓ ଉତ୍ତରାଖଣ୍ଡରେ ରହୁଛନ୍ତି ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ। ସେମାନେ ନୂଆ ଆଇନ ଆସିବା ପରେ ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅଧୀନରେ ନିଜକୁ ପଞ୍ଜୀକୃତ କରିବା ଉଚିତ। ନିୟମ ନ ମାନିଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ।

ଧର୍ମମତ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପ୍ରଣୟନ କରୁଥିବା ୟୁସିସି ଉପରେ ଏକ ବିଲ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ‘ଜୟ ଶ୍ରୀରାମ’ ଏବଂ ‘ବନ୍ଦେ ମାତରମ୍’ ସ୍ଲୋଗାନ ମଧ୍ୟରେ ଉପସ୍ଥାପିତ ହୋଇଛି।

ଉତ୍ତରାଖଣ୍ଡ ୟୁସିସି ଅଧୀନରେ ଥିବା ଅନ୍ୟ ନିୟମ

ଉତ୍ତରାଖଣ୍ଡରେ ପ୍ରସ୍ତାବିତ ୟୁସିସି ଅନୁଯାୟୀ, ଯଦି କୌଣସି ବ୍ୟକ୍ତି କୌଣସି ବିବୃତ୍ତି ଦାଖଲ ନ କରି ଏକ ମାସରୁ ଅଧିକ ସମୟ ଲିଭ୍-ଇନ୍ ରିଲେସନ୍ ସିପରେ ରୁହନ୍ତି, ତେବେ ସେମାନଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ୧୦,୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ।

ପ୍ରସ୍ତାବିତ ୟୁସିସିରେ କୁହାଯାଇଛି ଯେ ଯଦି ଲିଭ୍-ଇନ୍ ପାର୍ଟନରମାନେ ସେମାନଙ୍କ ପ୍ରତିଶ୍ରୁତିରେ ସୂଚନା ଅଟକାଇ ରଖନ୍ତି କିମ୍ବା ମିଥ୍ୟା ବୟାନ ଦିଅନ୍ତି, ତେବେ ସେମାନଙ୍କୁ ତିନିମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୨୫,୦୦୦ ଟଙ୍କାରୁ ଅଧିକ ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। ଲିଭ୍-ଇନ୍ ପାର୍ଟନରଙ୍କ ବୟାନ ସ୍ଥାନୀୟ ଥାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟକୁ ପଠାଯିବ। ବିବୃତିରେ ଦିଆଯାଇଥିବା ବିବରଣୀ ଭୁଲ ପ୍ରମାଣିତ ହେଲେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଥାନାକୁ ଅବଗତ କରାଯିବ।

ଉତ୍ତରାଖଣ୍ଡ ୟୁସିସି ଅନୁଯାୟୀ ଲିଭ୍ ଇନ୍ ରିଲେସନ୍ ସିପରେ ରହୁଥିବା ଜଣେ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ଏବଂ ଭରଣପୋଷଣ ଦାବି କରିପାରିବେ। ୟୁସିସି ବ୍ୟବସ୍ଥା ଅନୁଯାୟୀ ଲିଭ୍ ଇନ୍ ରିଲେସନ୍ ସିପରେ ଥିବା ପିଲାଙ୍କୁ ଦମ୍ପତିଙ୍କ ବୈଧ ସନ୍ତାନଭାବେ ଘୋଷଣା କରାଯିବ।

ନିଷିଦ୍ଧ ସମ୍ପର୍କ କେତେକ ପାରିବାରିକ ସମ୍ପର୍କକୁ ବୁଝାଏ ଯାହା ଆଇନଗତ ଭାବରେ ବ୍ୟକ୍ତିମାନଙ୍କୁ ବିବାହ କରିବା କିମ୍ବା ପରସ୍ପର ସହିତ ଯୌନ ସମ୍ପର୍କ ରଖିବାକୁ ବାରଣ କରିଥାଏ। ଏହି ପ୍ରତିବନ୍ଧକଗୁଡ଼ିକ ସଙ୍ଗୀନତା (ରକ୍ତ ସମ୍ପର୍କ) ଏବଂ କେତେକ କ୍ଷେତ୍ରରେ, ଆତ୍ମୀୟତା (ବିବାହ ଦ୍ୱାରା ସମ୍ପର୍କ) ଉପରେ ଆଧାରିତ।

Categories
ଆଜିର ଖବର ଜାତୀୟ ଖବର

73ଟି ନୂତନ ମାମଲା ଆସିବା ପରେ ଏବେ ଅରେଞ୍ଜ ଜୋନ୍‌ରେ ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି  କରୋନା ମାମଲା ବଢି ଚାଲିଥିବାବେଳେ ରବିବାର ଦିନ ଏଠାରେ 73ଟି ନୂତନ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 317ରେ ପହଞ୍ଚି ଯାଇଛି । ଏବେ ପୂରା ରାଜ୍ୟଟି ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତିତ ହୋଇଯାଇଛି । ବାହାର ରାଜ୍ୟରୁ ଆସିଥିବା ପ୍ରବାସୀମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମିତ ମାମଲା ବଢିଛି ।

ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏଠାରେ ସର୍ବାଧିକ ମାମଲା ନୈନିତାଲ୍‌ରୁ ହିଁ ଚିହ୍ନଟ ହୋଇଛି । ଏଠାରେ ମୋଟ୍‌ 117ଟି ମାମଲା ଚିହ୍ନଟ ହୋଇଥିବାବେଳେ ଡେରାଡୁନ୍‌ଣୁ 11, ଚମୋଲି 10, ଉଧମସିଂହର ଆଠ, ଅଲ୍‌ମୋଡାରୁ ପାଞ୍ଚ, ଟିହରୀରୁ ତିନି, ବାଗେଶ୍ବରରୁ ଦୁଇ ଓ  ଚମ୍ପାବତ୍‌ ଓ ପୌଡୀ ଜିଲ୍ଲାରୁ ଜଣେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଦେଶରେ ସର୍ବମୋଟ ତିନି ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଦେଶର ସମସ୍ତ 13ଟି ଜିଲ୍ଲାରେ ସଂକ୍ରମିତ ମାମଲା ପହଞ୍ଚିଥିବାବେଳେ ପୂରା ରାଜ୍ୟଟି ଏବେ ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତିତ ହୋଇଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୁରତରୁ ପ୍ରବାସୀଙ୍କୁ ନେଇ ହରିଦ୍ବାରରେ ପହଞ୍ଚିଲା ଶ୍ରମିକ ଟ୍ରେନ୍‌ , 167 ଯାତ୍ରୀ ଗାଏବ, ଚିନ୍ତାରେ ପ୍ରଶାସନ

ହରିଦ୍ବାର : ବିଶ୍ବ ମହାମାରୀ କରାନାକୁ ନେଇ ଜାରି ରହିଛି ଲକ୍‌ ଡାଉନ୍‌। ଏହି ଲକ୍‌ ଡାଉନ୍‌ ପାଇଁ ଦେଶର ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକଙ୍କୁ ରାଜ୍ୟମାନେ ନିଜ ରାଜ୍ୟକୁ ଫେରାଇ ନେଉଛନ୍ତି। ଲକଡାଉନ୍‌ କାରଣରୁ ଉତ୍ତରାଖଣ୍ଡର କିଛି ପ୍ରବାସୀ ବିଭିନ୍ନ ଅଞ୍ଚଳରେ ଫସି ରହିଥିଲେ। ଏହାକୁ ଦେଖି ଉତ୍ତରାଖଣ୍ଡ ସରକାର ଟ୍ରେନ୍‌ ଓ ବସ୍‌ ଜରିଆଣେ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା କାର୍ଯ୍ୟ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ଟ୍ରେନ୍‌ ପୁନା, ସୁରତ ଓ ବେଙ୍ଗାଲୁରୁରୁ ଆଦି ପ୍ରବାସୀଙ୍କୁ ନେଇ ହରିଦ୍ବାରରେ ପହଞ୍ଚିଛି । 12 ମଇରୁ ଦିନରେ ପୁନା ଓ ରାତ୍ରିରେ ସୁରତ୍‌ରୁ ଟ୍ରେନ୍‌ ଆସିଥିଲା। କିନ୍ତୁ ଗୁଜୁରାଟ ସୁରତରୁ ଆସିଥିବା ଟ୍ରେନ୍‌ରେ ପ୍ରବାସୀଙ୍କ ସଂଖ୍ୟା କୁହାଯାଇଥିବା ସଂଖ୍ୟାଠାରୁ କମ୍‌ ରହିଛି । ମିଳିଥିବା ସୂଚନା ଅନୁସାରେ 167ଜଣ ପ୍ରବାସୀ ଗାଏବ ରହିଛନ୍ତି ।

ଗୁଜୁରାଟର ସୁରତରୁ ଉତ୍ତରାଖଣ୍ଡର ହରିଦ୍ବାରରେ ପହଞ୍ଚିଥିବା ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ରେ ଯାତ୍ରୀଙ୍କ ଗାଏବକୁ ନେଇ ପ୍ରଶାସନ ଚିନ୍ତିତ ରହିଛନ୍ତି । ସୁରତରୁ ଆସୁଥିବା ପ୍ରବାସୀଙ୍କ ସଂଖ୍ୟା 1340 ରହିଥିବାବେଳେ  ହରିଦ୍ବାରରେ ପହଞ୍ଚିଥିବା ପ୍ରବାସୀଙ୍କ ମଧ୍ୟରେ 167ଜଣ କମ୍‌ ରହିଛନ୍ତି । ଏତେ ସଂଖ୍ୟକ ପ୍ରବାସୀ କୁଆଡେ ଗଲେ ତାହାକୁ ନେଇ ଏବେ ପ୍ରଶାସନ ଚିନ୍ତିତ ରହିଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଯାଞ୍ଚ ଆରମ୍ଭ କରିଛି । ସେମାନେ ଟ୍ରେନ୍‌ରେ ଚଢିଛନ୍ତି ନା ନାହିଁ ଏହାକୁ ନେଇ ତଦନ୍ତ କରାଯାଉଛି । ତେବେ ହରିଦ୍ବାରରେ ଶ୍ରମିକମାନେ ପହଞ୍ଚିବା ପରେ ସେମାନଙ୍କୁ ଡକ୍ୟୁମେଣ୍ଟେସନର କରାଯାଉଛି ।  ସେହିପରି ଯଦି ଏହି ପ୍ରବାସୀମାନେ ବାଟରୁ କୁଆଡୁ ଓହ୍ଲାଇ ପଳାଇ ଯାଇଥାନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ପ୍ରବାସୀ ଶ୍ରମିକମାନେ ପ୍ରଦେଶରେ ପହଞ୍ଚିବା ପରେ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଉଛି ।

Categories
ଆଜିର ଖବର ଖେଳ

ଡ୍ରିମ୍ସ ରଣଜୀ ମୁକାବିଲାରେ ବସନ୍ତଙ୍କୁ 6 ଓ୍ବିକେଟ୍‌ : 117ରେ ସମାପ୍ତ ହେଲା ଉତ୍ତରାଖଣ୍ଡ ଇନିଂସ

ସମୀକ୍ଷା ବ୍ୟୁରୋ
କଟକ, 25/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଓଡିଶା ଦୃଢ ସ୍ଥିତିରେ ରହିଛି । ଓଡିଶାର ପେସ୍ ବୋଲର ସମସ୍ତ 10 ଓ୍ବିକେଟ ଅକ୍ତିଆର କରିବାରୁ ଉତ୍ତରାଖଣ୍ଡ ମାତ୍ର 117 ରନ୍‌ରେ ଅଲଆଉଟ ହୋଇଛି । ଓଡିଶା ପକ୍ଷରୁ ଭେଟେରାନ୍‌ ପେସ୍‌ ବୋଲର ବସନ୍ତ ମହାନ୍ତି 6ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦେବବ୍ରତ ପ୍ରଧାନ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ରାଜେଶ ମହାନ୍ତି ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଉତ୍ତରାଖଣ୍ଡ ପକ୍ଷରୁ ଦୀକ୍ଷାଂଶୁ ନେଗୀ ସର୍ବାଧିକ 36 ରନ୍‌ ସଂଗ୍ରହ କରିଥିବା ବେଳେ ମାତ୍ର 4 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ସ୍କୋର ଛୁଇଁଥିଲେ । ବସନ୍ତ 19.4 ଓଭର ବୋଲିଂ କରି 17 ରନ୍‌ ବିନିମୟରେ 6ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।