Categories
ଆଜିର ଖବର ରାଜ୍ୟ ଖବର

ଅରିଜିନାଲ୍‌ ସାର୍ଟିଫିକେଟ୍‌ ବିନା ହୋଇପାରିବ ଆଡମିଶନ୍‌ : ଯୁକ୍ତ ତିନି ଆଡମିଶନ ନେଇ ଗାଇଡଲାଇନ୍‌ ଜାରି

ଭୁବନେଶ୍ବର : ଆଜି ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି । ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 2 ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।ଯୁକ୍ତ ତିନି ଆଡମିଶନ ନେଇ ଗାଇଡଲାଇନ୍‌ ଜାରି କଲେ ରାଜ୍ୟସରକାର । ଅରିଜିନାଲ୍‌ ସାର୍ଟିଫିକେଟ୍‌ ବିନା ଯୁକ୍ତ ତିନି ଆଡ୍‌ମିଶନ ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । କରୋନା କାରଣରୁ ଅରିଜିନାଲ୍‌ ସାର୍ଟିଫିକେଟ୍‌ ବିଳମ୍ବ ହେଉଥିବାରୁ ବ୍ୟବସ୍ଥା  କରାଯାଇଛି । ସେଲ୍‌ଫ ଆଟେଷ୍ଟେଡ୍‌ ଡାଉନଲୋଡ୍‌ ମାର୍କସିଟ୍‌ ଗ୍ରହଣ କରାଯିବାକୁ ଚିଠି କରାଯାଇଛି । ମାଇଗ୍ରେସନ ସାର୍ଟିଫିକେଟ୍‌ ପାଇଁ ବି ବାଧ୍ୟ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ପରେ ଅରିଜିନାଲ୍‌ ସାର୍ଟିଫିକେଟ୍‌ ଦେବାକୁ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ ।