Categories
ଜାତୀୟ ଖବର ବିଶେଷ ଖବର

ବିକାଶ ବନାମ ବିନାଶ

ସୁବାସ କୁମାର ତାରଣିଆଁ

ସାମ୍ପ୍ରତିକ ସମୟରେ ସଡ଼କ ଦୁର୍ଘଟଣା ଆମ ଦେଶରେ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଦିନକୁ ଦିନ ସଡ଼କ ଦୁର୍ଘଟଣା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍ ନିୟମ ନ ମାନି ଗାଡ଼ି ଚଳାଇବା, ବେପରୁଆ ବା ଅନ୍ୟମନସ୍କ ହୋଇ ଗାଡ଼ି ଚଳାଇବା, ଦୃତ ବେଗରେ ଗାଡ଼ି ଚଳାଇବା ଏବଂ ବିଶେଷକରି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ଯୋଗୁଁ ଦୁର୍ଘଟଣା ଘଟିବା ଏକ ପ୍ରମୁଖ କାରଣ। ସେହିପରି ଗାଡ଼ି ଚଳାଇବା ବେଳେ ହେଲମେଟ ନ ପିନ୍ଧିବା, ସିଟ୍‌ବେଲ୍ଟ ନ ବାନ୍ଧିବା ଯୋଗୁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଉଛି। ହେଲମେଟ ପିନ୍ଧି ଗାଡ଼ି ଚଳାଇଲେ ଯଦିଓ ଦୁର୍ଘଟଣା ଘଟିବ ଅନ୍ତତଃପକ୍ଷେ ମୁଣ୍ଡ, ଆଖି ଓ କାନ ଆଘାତରୁ ରକ୍ଷା ପାଇପାରିବ। ଇୟର ଫୋନ୍ ବ୍ୟବହାର ଦ୍ୱାରା ଚାଳକ ଅନ୍ୟମନସ୍କ ହୋଇ ଟ୍ରାଫିକ୍ ସିଗ୍‌ନାଲକୁ ଧ୍ୟାନ ନଦେବା, ଗାଡ଼ିରୁ ଗାଡ଼ି ସମଦୂରତା ନ ରଖିବା ଏବଂ ରାସ୍ତାର ଭୁଲ୍ ପାଶ୍ୱର୍ରେ ଗାଡ଼ି ଚଳାଇବା ଦ୍ୱାରା ୫ରୁ ୬ଗୁଣ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଥାଏ।

ଅସୁରକ୍ଷିତ ରାସ୍ତା ଯୋଗୁ ଦୁର୍ଘଟଣା ହାର ବୃଦ୍ଧି ପାଇବା ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ଏକ ଆକଳନରୁ ଜଣାଯାଇଛି ଯେ, ୨୦୨୦ ମସିହା ଅପେକ୍ଷା ୨୦୨୨ ମସିହାରେ ଦୁର୍ଘଟଣା ହାର ୨୫ ଭାଗ ବୃଦ୍ଧି ପାଇଛି। ୨୦୨୨ ମସିହାରେ ୪,୬୩,୪୧୯ଟି ଦୁର୍ଘଟଣା ଘଟିଥିବା ବେଳେ ୧,୬୮,୪୯୫ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୩, ୩୨୧ଜଣ ମହିଳା ଓ ୯୫୩୦ ଶିଶୁ ଅନ୍ତର୍ଭୁକ୍ତ। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଦୁର୍ଘଟଣାର ଶିକାର ହୋଇଥାନ୍ତି।

ଗମନା ଗମନର ସୁବିଧା ତଥା ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ ଏବେ ସାରା ଦେଶରେ ଜାତୀୟ ରାଜପଥ ସହିତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୁଖ୍ୟରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ତ୍ୱରିତ ବେଗରେ ଚାଲୁରହିଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ଲକ୍ଷ ଲକ୍ଷ ପୁରୁଷ ଓ ମହିଳା ସେମାନଙ୍କର ଜୀବନ ଜୀବିକା ହରାଇ ବସିଥିବା ବେଳେ ରାସ୍ତାର ଦୁଇପାଶ୍ୱର୍ରେ କେଉଁ ଅନାଦି କାଳରୁ ରହି ଆସିଥିବା ଶହ ଶହ ବର୍ଷର ବିରାଟକାୟ ଗଛସବୁକୁ କାଟି ନଷ୍ଟ କରିଦିଆଯାଉଛି। ଏହିସବୁ ଗଛ କଟାଯିବା ଫଳରେ ପରିବେଶ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବ ଓ ଉତ୍ତାପ ମଧ୍ୟ ବୃଦ୍ଧି ପାଇବ। ଏହାର କୁପ୍ରଭାବ ସମଗ୍ର ଜୀବଜଗତ ଉପରେ ପଡ଼ିବ। ସମୟ ଆସିବ ଭାରତ ଏକ ଉତ୍ତପ୍ତ ଦେଶର ମାନ୍ୟତା ପାଇବାକୁ ପଛଘୁଞ୍ଚା ଦେବନାହିଁ। ଅନେକ ସମୟରେ ଶିଳ୍ପାୟନ, ପ୍ରଶସ୍ତ ସଡ଼କ ଓ ଡ୍ରେନ୍ ଇତ୍ୟାଦି ନିର୍ମାଣରେ ପ୍ରତ୍ୟହ ଲକ୍ଷ ଲକ୍ଷ ଗଛକୁ କାଟି ଦିଆଯାଉଛି।

ବିକାଶର କାର୍ଯ୍ୟ ଚାଲୁ, ରାସ୍ତା, ଶିଳ୍ପ, ଡ୍ରେନ୍ ଇତ୍ୟାଦି ନିର୍ମାଣ ହେଉ, ମାତ୍ର ଗଛସବୁକୁ କଟାନଯାଉ, ନଚେତ୍ ବୃକ୍ଷଶୂନ୍ୟ ହୋଇଯିବ ଦେଶ। ପ୍ରଦୂଷଣମୁକ୍ତ ଓ ସବୁଜିମାମୟକୁ ଫେରାଇ ଆଣିବା ଦିଗରେ ଆଉ ଗଛଗୁଡ଼ିକୁ ନ କାଟି ସ୍ଥାନନ୍ତରୀଣ ପ୍ରତିରୋପଣ କୌଶଳ ଆପଣାଇବା ଦରକାର। ପାଶ୍ଚାତ୍ୟ ଦେଶ ସମେତ ଭାରତର ଅନେକ ପଡ଼ୋଶୀ ରାଜ୍ୟରେ ଏବେ ଟ୍ରି-ଟ୍ରାନ୍ସପ୍ଲାଣ୍ଟର ମେସିନ୍‌କୁ ଅଧିକ ପରିମାଣରେ ଗୁରୁତ୍ୱ ଦେଉଥିବାର ଦେଖିବାକୁ ମିଳୁଛି। ଏହି ମେସିନ୍ ସାହାଯ୍ୟରେ ଶହ ଶହ ବର୍ଷର ଗଛକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ ସ୍ଥାନାନ୍ତରଣ କରାଯାଇ ପାରିବ। ଫଳେରେ ବିକାଶ କାର୍ଯ୍ୟ ସହଜରେ ହୋଇପାରିବ ଓ ଗଛ ମଧ୍ୟ ସୁରକ୍ଷିତ ଭାବେ ବଞ୍ôଚ ରହିବ। ମାତ୍ର ଏଥିପ୍ରତି କୌଣସି ବିକଳ୍ପ ବ୍ୟବସ୍ଥା ହାତକୁ ନ ନେବା ଯୋଗୁ ଅନାୟସରେ ଲକ୍ଷ ଲକ୍ଷ ଗଛ ବଳିପଡୁଛି।

ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ରାସ୍ତା ତ ଚଉଡ଼ା ହେଉଛି। ହେଲେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଲକ୍ଷ ଲକ୍ଷ ବାସଗୃହ ଓ ଦୋକାନ ଗୃହକୁ ବୁଲ୍‌ଡ଼ୋଜର ସାହାଯ୍ୟରେ ଭାଙ୍ଗି ମାଟିରେ ମିଶାଯାଉଛି। ଫଳରେ ଅନେକ ଲୋକ ବାସଶୂନ୍ୟ ହେଉଛନ୍ତି ଏବଂ ବହୁ ଲୋକ ନିଜର ଦୀର୍ଘ ଦିନର ବ୍ୟବସାୟକୁ ହରାଇ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏବଂ ପରିବାର ପ୍ରତିପୋଷଣ କରିବାକୁ ଅକ୍ଷମ ହୋଇପଡ଼ିଛନ୍ତି। ଯଦିଓ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି, ତାହା ସମୁଦ୍ରକୁ ଶଙ୍ଖେ। ଏହି ଆର୍ଥିକ ସହାୟତାକୁ ବିନିଯୋଗ କରି ପୁନର୍ବାର ଘରଖଣ୍ଡେ କରି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଅନେକ ସମୟ ଲାଗିବ ଓ ବ୍ୟବସାୟର ପୂର୍ବାବସ୍ଥାକୁ ଫେରି ଆର୍ଥିକସ୍ଥିତି ସୁଦୃଢ କରିବାକୁ କେତେ ବର୍ଷ ଲାଗିବ ତାହା କହିବା ମୁସ୍କିଲ।

ସେହିପରି ରାସ୍ତା ସମ୍ପ୍ରସାରଣ ପାଇଁ କଟାଯାଉଥିବା ଗଛମାନଙ୍କ ପ୍ରଭାବରେ ପରିବେଶ ମାତ୍ରାଧିକ ଭାବରେ ପ୍ରଭାବିତ ହେବ। ଯେଉଁ ଅନୁପାତରେ ଗଛସବୁ କଟା ଚାଲିଛି, ସେହି ଅନୁପାତରେ ବୃକ୍ଷରୋପଣ କରାଯାଉ ନାହିଁ। ଜଙ୍ଗଲ ସୁରକ୍ଷା, ଗଛର ସୁରକ୍ଷା ପରିବର୍ତ୍ତେ ବ୍ୟାପକ ବୃକ୍ଷ ଛେଦନ ଯୋଗୁ ଅମ୍ଲଜାନର ଅଭାବ ପରିପୂରଣ ପାଇଁ ଯଥେଷ୍ଟ ଗଛ ନଥିବାରୁ ଦିଲ୍ଲୀ, ମୁମ୍ବାଇ ଆଦି ସହରରେ ଅକ୍ସିଜେନ ପାର୍ଲରମାନ ଖୋଲିଲାଣି ଏବଂ ଦୋକାନ ବଜାରରେ ତଥା ଚୀନର ରାଜଧାନୀ ବେଜିଂରେ ୧୮ ଡଲାରରେ ଏକ ଲିଟର ଅମ୍ଲଜାନ ବିକ୍ରି ହେଲାଣି।

ଅନୁରୂପ ଭାବରେ ଦିଲ୍ଲୀ, ମୁମ୍ବାଇ ଆଦି ପ୍ରଦୂଷିତ ସହରମାନଙ୍କରେ ଅକ୍ସିଜେନ ଥଳି ଦୋକାନ ବଜାରରେ ବିକ୍ରି ହେବା ଆରମ୍ଭ ହେଲାଣି। ତେଣୁ ଆଗାମୀ ଦିନରେ ବାହାରକୁ ଗଲେ ଏକ ସଫା ପାଣି ବୋତଲ ସହ ଅକ୍ସିଜେନ ଥଳି ଧରି ଯିବାର ସମୟ ଆସୁଛି। ଗଛସବୁ କଟାଯିବା ଯୋଗୁ ସମଗ୍ର ବିଶ୍ୱର ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି। ଏହାଦ୍ୱାରା ଖୁବ୍ ଶୀଘ୍ର ସମୁଦ୍ର ପତନ ବୃଦ୍ଧି ପାଇ ବିଶ୍ୱର ଅନେକ ସମୁଦ୍ର ତଟସ୍ଥ ସହର, ଦେଶ ତଥା ରାଜ୍ୟର ବହୁ ସହର ୫ ଫୁଟ ପାଣି ଭିତରେ ରହିବ ବୋଲି ବିଶ୍ୱ ପରିବେଶବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଯଦିଓ ପ୍ରଶାସନ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କରାଯାଏ, ତେବେ କଟା ଯାଇଥିବା ଗଛ ଗୁଡ଼ିକର ଅଭାବ ପୂରଣ ପାଇଁ କେତେଶହ ବର୍ଷ ଲାଗିବ ତାହା ଆମର ଆଗାମୀ ଭବିଷ୍ୟତର ପୀଢିମାନେ ଦେଖିବାକୁ ବାକିରହିଲା।

ରାସ୍ତା ସମ୍ପ୍ରସାରଣ ବା ଓସାର ଫଳରେ ଗମନା ଗମନର ସୁବିଧା ହେବ ସତ, ମାତ୍ର ସଡ଼କ ଦୁର୍ଘଟଣା ମାତ୍ରାଧିକ ବୃଦ୍ଧି ପାଇବ। ବର୍ତ୍ତମାନ ଦିନକୁ ଦିନ ଗାଡ଼ି ମଟର ସଂଖ୍ୟା ବଢିବାରେ ଲାଗିଛି। ରାସ୍ତା ସମ୍ପ୍ରସାରଣ ଫଳରେ ଚାଳକମାନେ ଅଧିକ ବେଗରେ ଗାଡ଼ି ଚଳାଇବେ। ବିଶେଷକରି ଯୁବଗୋଷ୍ଠୀମାନେ ଆବଶ୍ୟକତା ଠାରୁ ଅଧିକ ବେଗରେ ବେପରୁଆ ଭାବେ ଗାଡ଼ି ଚଳାଇବେ ଏବଂ ରାସ୍ତାରେ ଚାଲି ଚାଲି ଯାଉଥିବା ବ୍ୟକ୍ତି ଓ ସାଇକେଲ ଆରୋହୀମାନେ ବିଶେଷଭାବେ ଦୁର୍ଘଟଣାର ଶିକାର ହେବେ। ଯାହା ବ୍ୟକ୍ତି ଓ ପରିବାର ପାଇଁ ଆର୍ଥିକ ବୋଝ ପାଲଟିବ।

ଏହି ସଡକ ଦୁର୍ଘଟଣାରେ କିଏ ବାପକୁ ହରାଇବ, ତ କିଏ ପୁଅକୁ ହରାଇବ ଆଉ କିଏ ଭାଇକୁ ହରାଇ ତ ଆଉ କେହି ସବୁଦିନ ପାଇଁ ଅକର୍ମଣ୍ୟ ହୋଇ ଜୀବନ ସହ ସଂଗ୍ରାମ କରି ବଞ୍ôଚବ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ଗଛ ମଧ୍ୟ ମଣିଷ ପାଇଁ ନିହାତି ଅପରିହାର୍ଯ୍ୟ। ତୃଷ୍ଣା ନିବାରଣ ପାଇଁ ଖାଦ୍ୟ, ଲଜ୍ଜା ନିବାରଣ ପାଇଁ ବସ୍ତ୍ର, ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇଁ ଖଣ୍ଡିଏ ବାସଗୃହ ଏବଂ ସୁସ୍ଥ ପରିବେଶ, ମୁକ୍ତ ପବନ ପାଇଁ ଗଛଟିଏ ପ୍ରତ୍ୟେକ ମଣିଷର ନହାତି ଦରକର।

ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା, ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଆଦି ଦୈବ ଦୁର୍ବିପାକରୁ ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତକୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଏକ ଶ୍ରେଷ୍ଠ ମାଧ୍ୟମ। ତେଣୁ ଗଛଟିଏ ଲଗାଇବା ବଦଳରେ ବିକାଶ ନାମରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି କେଉଁ ଅନାଦି କାଳରୁ ରହି ଆସିଥିବା ଗଛ ସବୁକୁ କାଟି ଧ୍ୱଂସ କରିବା, ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକୁ ଭାଙ୍ଗି ଗରିବ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରି ରାସ୍ତା ପ୍ରଶସ୍ତିକରଣ କରିବା ଦ୍ୱାରା ରାଜ୍ୟ ତଥା ଦେଶର ବିକାଶ ହେବ ନା ବିନାଶ, ତାହା ପାଠକେ ବିଚାର କରିବେ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ବେଳେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ ମହଜୁଦ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ଭବ୍ୟ ବାତ୍ୟା ସମୟରେ କୋଭିଡ ମୁକାବିଲା ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର୍ଯୟ ପରିଚାଳନାରେ ଓଡିଶାର ସ୍ବତନ୍ତ୍ର ଦକ୍ଷତା (Disaster Resilient) ରହିଛି ଏବଂ ଆମେ ଏବେ ପ୍ରାୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛୁ। କୋଭିଡ ମହାମାରୀ ଯୋଗୁ ପରିସ୍ଥିତି ଆହୁରି ଜଟିଳ ହୋଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ଏବଂ ଏକ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବାତ୍ୟାର ସମ୍ମୁଖୀନ ହେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ପ୍ରକାଶ କରିବା ସହିତ ଜନସାଧାରଣ ଭୟଭୀତ ନ ହୋଇ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ମାନିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୋଭିଡ ପରିସ୍ଥିତି ଯୋଗୁ ଏହି ସମୟରେ ଅକ୍‌ସିଜେନ ଯୋଗାଣ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବାତ୍ୟା ସମୟରେ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍‌ସିଜେନ ଯୋଗାଣରେ ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଭାବରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଅକ୍‌ସିଜେନ ଯୋଗାଣ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସବୁ refilling stationକୁ ଅତିରିକ୍ତ ଡିଜି ସେଟ୍‌ ଦିଆଯାଇଛି ଏବଂ ଜିଲ୍ଲାଗୁଡିକ ସବୁ ଅକ୍‌ସିଜେନ ସିଲିଣ୍ଡର ଗୁଡିକୁ ଆଗୁଆ refilling କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ । ବାତ୍ୟାର ସମ୍ଭାବନା ଥିଲେ ମଧ୍ୟ ଅନ୍ୟ ରାଜ୍ୟ ଗୁଡିକୁ ପୂର୍ବ ପରି ଅକ୍‌ସିଜେନ ଯୋଗାଣ ଜାରି ରହିବ ବୋଲି ସେ କହିଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶ ଦାତା , ଡିଜି ଶ୍ରୀ ଅଭୟ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅଗ୍ନିଶମ ସେବା ଡିଜି ଶ୍ରୀ ଏମ୍‌. ଅକ୍ଷୟ, ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପିଏମ କେୟାର୍ସର ଅନୁଦାନରେ କିଣାଯିବ ଡିଆରଡିଓ ଦ୍ଵାରା ବିକଶିତ SpO2 ଅମ୍ଳଜାନ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ, ପିଏମ କେୟାର୍ସ ପାଣ୍ଠିରୁ ୩୨୨.୫ କୋଟି ଟଙ୍କା ବିନିମୟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ଵାରା ବିକଶିତ ‘ଅକ୍ସିକେୟାର’ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟ ପ୍ରସ୍ତାବକୁ ଆବଶ୍ୟକ ଅନୁମୋଦନ ମିଳିଛି। ଅକ୍ସିକେୟାର ହେଉଛି ଏକ SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀ।

ଏହା ଅନୁଭବ ଆଧାରିତ SpO2 ସ୍ତର ଉପରେ ଆଧାର କରି ରୋଗୀଙ୍କୁ ଯୋଗାଣ କରାଯାଉଥିବା ଅମ୍ଳଜାନକୁ ନିୟନ୍ତ୍ରଣ କରିଥାଏ । ଏହି ଅନୁମୋଦନରେ, ଏକ ଲକ୍ଷ ସାଧାରଣ ଏବଂ ୫୦ ହଜାର ସ୍ୱୟଂଚାଳିତ ଅକ୍ସିକେୟାର ପ୍ରଣାଳୀ ସହିତ ନନ-ରିବ୍ରେଦର ମାସ୍କ କ୍ରୟ କରାଯାଉଛି ।

ଅକ୍ସିକେୟାର ପ୍ରଣାଳୀ SpO2 ସ୍ତର ଉପରେ ଆଧାର କରି ସହାୟକ ଅମ୍ଳଜାନ ଯୋଗାଣ କରିଥାଏ ଏବଂ ବ୍ୟକ୍ତିଙ୍କୁ ହାଇପୋକ୍ସିଆ ବା ଅମ୍ଳଜାନ ସ୍ତର ହ୍ରାସ ଭଳି ସାଂଘାତିକ ଅବସ୍ଥାରୁ ରକ୍ଷା କରିଥାଏ । ଅତ୍ୟଧିକ ଉଚ୍ଚତା ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କ ପାଇଁ ଡିଆରଡିଓର ବେଙ୍ଗାଲୁରୁସ୍ଥିତ ପ୍ରତିରକ୍ଷା ବାୟୋ-ଇଞ୍ଜିନିୟରିଂ ଆଣ୍ଡ ଇଲେକ୍ଟ୍ରୋ ମେଡିକାଲ ପରୀକ୍ଷାଗାର (ଡିଇବିଇଏଲ) ଦ୍ୱାରା ଏହି ପ୍ରଣାଳୀ ବିକଶିତ କରାଯାଇଥିଲା । କ୍ଷେତ୍ରୀୟ ପରିସ୍ଥିତିରେ କାର୍ୟ୍ୟ କରିବା ପାଇଁ ପ୍ରଣାଳୀକୁ ସ୍ୱଦେଶୀ ଭାବରେ ବିକଶିତ କରାଯାଇଛି ଏବଂ ବେଶ ସୁଦୃଢ଼। କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏହା ପ୍ରଭାବୀ ଢଙ୍ଗରେ ବ୍ୟବହୃତ ହୋଇପାରିବ ।

ଦୁଇ ପ୍ରକାରରେ ଏହି ସିଷ୍ଟମକୁ ବିକଶିତ କରାଯାଇଛି। ମୂଳ ସଂସ୍କରଣରେ ୧୦-ଲିଟର ଅମ୍ଳଜାନ ସିଲିଣ୍ଡର, ଏକ ପ୍ରେସର ରେଗୁଲେଟର ସହିତ ଫ୍ଲୋ କଣ୍ଟ୍ରୋଲର, ଏକ ହ୍ୟୁମିଡିଫାୟର ଏବଂ ନାଜାଲ କାନ୍ନୁଲା ରହିଛି । SpO2ର ସ୍ତରକୁ ଅନୁଧ୍ୟାନ କରି ଅମ୍ଳଜାନ ପ୍ରବାହ ସାଧାରଣ ଭାବେ ନିୟନ୍ତ୍ରିତ ହୋଇଥାଏ। ଦ୍ୱିତୀୟ ସଂସ୍କରଣରେ, ଅମ୍ଳଜାନ ସିଲିଣ୍ଡର ଇଲେକ୍ଟ୍ରୋନିକ୍ ନିୟନ୍ତ୍ରଣ ବ୍ୟବସ୍ଥା ସହିତ ପ୍ରସ୍ତୁତ ହୋଇଛି ଯାହା ଲୋ ପ୍ରେସର କଣ୍ଟ୍ରୋଲର ଏବଂ ଏକ SpO2 ପ୍ରୋବ୍ ଜରିଆରେ ସ୍ୱୟଂଚାଳିତ ଭାବେ ଅମ୍ଳଜାନ ପ୍ରବାହକୁ ନିୟନ୍ତ୍ରଣ କରିଥାଏ ।

SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀ ରୋଗୀର SpO2 ସ୍ତରକୁ ଅନୁଧ୍ୟାନ କରି ଅମ୍ଳଜାନର ଉପଯୋଗକୁ ଅନୁକୂଳ କରିଥାଏ ଏବଂ ପୋର୍ଟେବଲ୍ ଅମ୍ଳଜାନ ସିଲିଣ୍ଡରର ସହନଶକ୍ତିକୁ ପ୍ରଭାବୀ ଢଙ୍ଗରେ ବଢ଼ାଇଥାଏ। ସିଷ୍ଟମରୁ ଅମ୍ଳଜାନ ଯୋଗାଣ ପାଇଁ SpO2 ପରିମାଣର ସୀମା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ। SpO2 ସ୍ତରକୁ ନିରନ୍ତର ଭାବେ ନଜର ରଖିବା ପାଇଁ ଏକ ଡିସ୍ପ୍ଲେ ପ୍ରଦାନ କରାଯାଇଛି । ବାରମ୍ବାର ଅକ୍ସିଜେନ ସ୍ତର ଯାଞ୍ଚ କରିବା ଏବଂ ଅମ୍ଳଜାନ ପ୍ରବାହକୁ ନିୟନ୍ତ୍ରଣ କରିବାର ଆବଶ୍ୟକତାକୁ ହ୍ରାସ କରିବା ଫଳରେ ଏହା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ କାର୍ୟ୍ୟ ଭାର ଏବଂ ରୋଗୀଙ୍କ ନିକଟକୁ ଯିବାର ବିପଦକୁ କମାଇବ।

ସ୍ୱୟଂଚାଳିତ ପ୍ରଣାଳୀ ମଧ୍ୟ କମ୍ SpO2 ସ୍ତର ଏବଂ ପ୍ରୋବ ବିଚ୍ଛିନ୍ନତା ସହିତ ବିଭିନ୍ନ ବିଫଳତା ପରିସ୍ଥିତି ପାଇଁ ଉପଯୁକ୍ତ ଶବ୍ଦ ମାଧ୍ୟମରେ ଚେତାବନୀ ପ୍ରଦାନ କରିଥାଏ। ଅମ୍ଳଜାନର ଦକ୍ଷ ଉପଯୋଗ ପାଇଁ ଅକ୍ସିକେୟାର ପ୍ରଣାଳୀ ସହିତ ନନ୍-ରିବ୍ରେଦର ମାସ୍କଗୁଡ଼ିକ ସଂଯୁକ୍ତ ହୋଇଛି, ଫଳସ୍ୱରୂପ ଏହା ୩୦-୪୦% ଅମ୍ଳଜାନ ସଞ୍ଚୟରେ ସହଯୋଗ କରିଥାଏ । ପ୍ରତ୍ୟେକ ରୋଗୀଙ୍କ ପାଇଁ ନନ୍-ରିବ୍ରେଦର ମାସ୍କଗୁଡ଼ିକୁ ପରିବର୍ତ୍ତନ କରାଯିବା ଆବଶ୍ୟକ । ଏହି ଅକ୍ସିକେୟାର ପ୍ରଣାଳୀଗୁଡିକ ଘରେ, ସଙ୍ଗରୋଧ କେନ୍ଦ୍ରରେ, କୋଭିଡ ସେବା କେନ୍ଦ୍ରରେ ଏବଂ ହସ୍ପିଟାଲରେ ବ୍ୟବହାର କରାଯାଇପାରିବ ।

ଡିଆରଡିଓ ଏହି ଟେକ୍ନୋଲୋଜିକୁ ଭାରତର ଏକାଧିକ ଶିଳ୍ପକୁ ପ୍ରଦାନ କରିଛି ଯାହାଦ୍ଵାରା ଅଧିକ ପରିମାଣରେ ଏହି ଅକ୍ସିକେୟାର ପ୍ରଣାଳୀ ଉତ୍ପାଦନ କରାଯାଇପାରିବ ।

Categories
ଜାତୀୟ ଖବର ବିଶେଷ ଖବର

ଚିକିତ୍ସା ପାଇଁ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଦେଶରେ ଅକ୍ସିଜେନ ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବା ଲାଗି ଅଭିନବ ମାର୍ଗ ସନ୍ଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଇସ୍ପାତ କାରଖାନା, ବିଶୋଧନ ସୁବିଧା ଥିବା ପେଟ୍ରୋକେମିକାଲ ୟୁନିଟ୍, ରିଚ୍ କମ୍ବସନ ପ୍ରକ୍ରିୟା ଉପଯୋଗ କରୁଥିବା ଉଦ୍ୟୋଗ, ବିଦ୍ୟୁତ ଶକ୍ତି ପ୍ଲାଣ୍ଟ ଆଦି ବହୁ ଉଦ୍ୟୋଗରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକରେ ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରାଯାଇଥାଏ ଯାହାକି ଏହି ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ। ଏହି ଅକ୍ସିଜେନକୁ ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ।

ଆବଶ୍ୟକ ଶୁଦ୍ଧତା ଥିବା ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରୁଥିବା ଔଦ୍ୟୋଗିକ ୟୁନିଟଗୁଡ଼ିକୁ ଚିହ୍ନଟ କରିବା ନିମନ୍ତେ ରଣନୀତିର ଉପଯୋଗ କରାଯାଉଛି। ସହର ବା ଜନବହୁଳ ଅଞ୍ଚଳର ଚାହିଦା ଥିବା କେନ୍ଦ୍ର ଓ ଅକ୍ସିଜେନ ଶଯ୍ୟା ଥିବା ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର ନିକଟରେ ଥିବା ଏପରି ୟୁନିଟଗୁଡ଼ିକୁ ତାଲିକାଭୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏପରି ସୁବିଧା ଥିବା ୫ଟି କ୍ଷେତ୍ରକୁ ପାଇଲଟ୍ ଆଧାରରେ ଚୟନ କରାଯାଇଛି ଏବଂ ଏହି କ୍ଷେତ୍ରରେ ଯଥେଷ୍ଟ ଭଲ ପ୍ରଗତି ହାସଲ କରାଯାଇପାରିଛି। ପ୍ଲାଣ୍ଟ ପରିଚାଳନା କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କିମ୍ବା ଘରୋଇ ଉଦ୍ୟୋଗ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ମାଧ୍ୟମରେ ଏହି ଉପଲବ୍ଧି ହାସଲ କରାଯାଇପାରିଛି।

ଏପରି ପ୍ଲାଣ୍ଟ ନିକଟରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବା ଜରିଆରେ ଅଳ୍ପ ସମୟ ମଧ୍ୟରେ ପାଖାପାଖି ୧୦,୦୦୦ ଅକ୍ସିଜେନ ଶଯ୍ୟା ପ୍ରସ୍ତୁତ କରାଯାଇପାରିବ।

ମହାମାରୀର ମୁକାବିଲା ନିମନ୍ତେ ଅକ୍ସିଜେନ ଶଯ୍ୟା ସୁବିଧା ଥିବା ଏପରି ଅଧିକ ସୁବିଧା ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହିତ କରାଯାଉଛି।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଅଗ୍ରଗତି ସମୀକ୍ଷା କରିଛନ୍ତି। ତାଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ଯେ ପିଏମ କେୟାର୍ସ, ପିଏସୟୁ ଓ ଅନ୍ୟମାନଙ୍କୁ ଯୋଗଦାନ ଜରିଆରେ ପାଖାପାଖି ୧୫୦୦ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରକ୍ରିୟା ଜାରି ରହିଛି। ଏହିସବୁ ପ୍ଲାଣ୍ଟଗୁଡ଼ିକର କାର‌୍ୟ୍ୟ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

Categories
ଫଟୋ ଖବର

ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ଉଦ୍ଦେଶ୍ୟରେ ଯୁବକଙ୍କ ଅଭିନବ ପ୍ରତିବାଦ

NOIDA, DEC 2 (Xinhua) — A young man named Pankaj Kumar wearing an oxygen mask and carrying a 20-liter plastic water bottle strapped to his back to raise awareness of saving environment in highly polluted National capital Region. Xinhua/ UNI PHOTO-1U