Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିକିତ୍ସା ପାଇଁ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଚିକିତ୍ସା ପାଇଁ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

May 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିକିତ୍ସା ପାଇଁ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଦେଶରେ ଅକ୍ସିଜେନ ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବା ଲାଗି ଅଭିନବ ମାର୍ଗ ସନ୍ଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଇସ୍ପାତ କାରଖାନା, ବିଶୋଧନ ସୁବିଧା ଥିବା ପେଟ୍ରୋକେମିକାଲ ୟୁନିଟ୍, ରିଚ୍ କମ୍ବସନ ପ୍ରକ୍ରିୟା ଉପଯୋଗ କରୁଥିବା ଉଦ୍ୟୋଗ, ବିଦ୍ୟୁତ ଶକ୍ତି ପ୍ଲାଣ୍ଟ ଆଦି ବହୁ ଉଦ୍ୟୋଗରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକରେ ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରାଯାଇଥାଏ ଯାହାକି ଏହି ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ। ଏହି ଅକ୍ସିଜେନକୁ ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ।

ଆବଶ୍ୟକ ଶୁଦ୍ଧତା ଥିବା ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରୁଥିବା ଔଦ୍ୟୋଗିକ ୟୁନିଟଗୁଡ଼ିକୁ ଚିହ୍ନଟ କରିବା ନିମନ୍ତେ ରଣନୀତିର ଉପଯୋଗ କରାଯାଉଛି। ସହର ବା ଜନବହୁଳ ଅଞ୍ଚଳର ଚାହିଦା ଥିବା କେନ୍ଦ୍ର ଓ ଅକ୍ସିଜେନ ଶଯ୍ୟା ଥିବା ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର ନିକଟରେ ଥିବା ଏପରି ୟୁନିଟଗୁଡ଼ିକୁ ତାଲିକାଭୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏପରି ସୁବିଧା ଥିବା ୫ଟି କ୍ଷେତ୍ରକୁ ପାଇଲଟ୍ ଆଧାରରେ ଚୟନ କରାଯାଇଛି ଏବଂ ଏହି କ୍ଷେତ୍ରରେ ଯଥେଷ୍ଟ ଭଲ ପ୍ରଗତି ହାସଲ କରାଯାଇପାରିଛି। ପ୍ଲାଣ୍ଟ ପରିଚାଳନା କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କିମ୍ବା ଘରୋଇ ଉଦ୍ୟୋଗ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ମାଧ୍ୟମରେ ଏହି ଉପଲବ୍ଧି ହାସଲ କରାଯାଇପାରିଛି।

ଏପରି ପ୍ଲାଣ୍ଟ ନିକଟରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବା ଜରିଆରେ ଅଳ୍ପ ସମୟ ମଧ୍ୟରେ ପାଖାପାଖି ୧୦,୦୦୦ ଅକ୍ସିଜେନ ଶଯ୍ୟା ପ୍ରସ୍ତୁତ କରାଯାଇପାରିବ।

ମହାମାରୀର ମୁକାବିଲା ନିମନ୍ତେ ଅକ୍ସିଜେନ ଶଯ୍ୟା ସୁବିଧା ଥିବା ଏପରି ଅଧିକ ସୁବିଧା ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହିତ କରାଯାଉଛି।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଅଗ୍ରଗତି ସମୀକ୍ଷା କରିଛନ୍ତି। ତାଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ଯେ ପିଏମ କେୟାର୍ସ, ପିଏସୟୁ ଓ ଅନ୍ୟମାନଙ୍କୁ ଯୋଗଦାନ ଜରିଆରେ ପାଖାପାଖି ୧୫୦୦ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରକ୍ରିୟା ଜାରି ରହିଛି। ଏହିସବୁ ପ୍ଲାଣ୍ଟଗୁଡ଼ିକର କାର‌୍ୟ୍ୟ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

Liqued Oxygen narendra modi oxygen
Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026

‘ୱକଫ ବୋର୍ଡରେ ୧୦୦୦ କୋଟିର ଦୁର୍ନୀତି’: ପୂର୍ବତନ ଅଧ୍ୟକ୍ଷଙ୍କ ଗୁରୁତର ଅଭିଯୋଗ

August 11, 2026

“ତୃଷା କେବେ ଉପମୁଖ୍ୟମନ୍ତ୍ରୀ ହେବେ?”: ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ତାତ୍ସଲ୍ୟ କଲେ ଏଆଇଏଡିଏମକେ ବିଧାୟକ 

August 11, 2026

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର–ଚର୍ଲାପଲ୍ଲୀ ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

August 11, 2026
Latest News

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.