Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବାଂଲାଦେଶ ସୀମାରେ ଦୁର୍ଲ୍ଲଭ ଟୁକେନ୍‌ ପକ୍ଷୀ

ବାଂଲାଦେଶ : ବାଂଲାଦେଶ ସୀମାରେ ବିଏସଏଫ ଯବାନମାନେ ତଲାସି କରୁଥିବା ସମୟରେ ସେଠାରେ ଥିବା କିଛି ସନ୍ଦିଗ୍ଧ ଏକ ପିଞ୍ଜରା ପକାଇ ଦେଇ ପଳାଇଥିଲେ। ପିଞ୍ଜରାରେ ଦୁର୍ଲ୍ଲଭ ଟୁକେନ ପକ୍ଷୀର ଯୋଡ଼ା ଥିଲା, ଯାହାର ମୂଲ୍ୟ ପ୍ରାୟ 15 ଲକ୍ଷଟଙ୍କା। ଏହା ଏକ ଦୁର୍ଲ୍ଲଭ ପକ୍ଷୀ। ଏହି ପକ୍ଷୀ ମଧ୍ୟ ଆମେରିକା ଦେଶର ବେଲିଜର ରାଷ୍ଟ୍ରୀୟ ପକ୍ଷୀ ବୋଲି ସୂଚନା ମିଳିଛି।

ଯବାନମାନେ ଜଙ୍ଗଲରେ ତଲାସି କରୁଥିବା ସମୟରେ ଲୁଚି ରହିଥିବା ଦୁଇ ସନ୍ଦିଗ୍ଧଙ୍କୁ ଦେଖିଥିଲେ। ସେମାନଙ୍କୁ ଧରିବାକୁ ପ୍ରୟାସ କରିଥିବା ସମୟରେ ସେମାନେ ସେଠାରେ ଏହି ପିଞ୍ଜରାଟିକୁ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ। ପିଞ୍ଜରାରରୁ ଯବାନମାନେ ଏହି ପକ୍ଷୀକୁ ଆଣିବା ପରେ ଏହା ଟୁକେନ ପକ୍ଷୀ ଭାବେ ଚିହ୍ନଟ ହୋଇଥିଲା।

ଏହି ପ୍ରଜାତି ପକ୍ଷୀ ଦକ୍ଷିଣ ମେସ୍କିକୋ ଠାରୁ କୋଲମ୍ବିଆ ପର୍ଯ୍ୟନ୍ତ ଜଙ୍ଗଲରେ ଦେଖାଯାଆନ୍ତି।ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହି ପକ୍ଷୀର ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ଦ୍ଧାର ହୋଇଥିବା ପକ୍ଷୀଙ୍କୁ କଲକାତାର ଅଲିପୁରରେ ସ୍ଥିତ ଜୁଓଲୋଜିକାଲ ଗାର୍ଡ଼ନକୁ ହସ୍ତାନ୍ତର କରାଯାଇଛି। (ଏଜେନ୍ସି)