Categories
ଆଜିର ଖବର ଜାତୀୟ ଖବର

ପାଲଗଡ ଲିଞ୍ଚିଂ ମାମଲାର 11 ଅଭିଯୁକ୍ତ କରୋନା ପଜିଟିଭ୍‌

ମୁମ୍ବାଇ : ପାଲଗଡ ସାଧୁ ହତ୍ୟା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାରେ ଗିରଫ ହୋଇଥିବା 11 ଜଣ ଅଭିଯୁକ୍ତ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ପାଲଗଡ ଜେଲରେ ମରାମତି କାମ ଚାଲିଥିବା କାରଣରୁ 17 ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଲକ୍‌ଅପ୍‌ରେ ରଖାଯାଇଥିଲା । ଓ୍ବାଡାରେ ଲକ୍‌ଅପ୍‌ରେ ରହିଥିବା ବେଳେ 17 ଜଣଙ୍କକ ନମୂନା ପରୀକ୍ଷଣ ପାଇଁ ଯାଇଥିଲା । 17ଜଣଙ୍କ ମଧ୍ୟରୁ 11 ଜଣଙ୍କ ନମୂନା ପଜିଟିଭ୍‌ ଆସିଥିବା ଜଣାପଡିଛି । ଅନ୍ୟ 6 ଜଣଙ୍କ ରିପୋର୍ଟ ଆସିନାହିଁ ।

ମୁମ୍ବାଇରୁ ସୁରଟ ଅଭିମୁଖେ ଯାଉଥିବା ଦୁଇ ସାଧୁ ଏବଂ ଡ୍ରାଇଭରଙ୍କୁ ଗଡଚିଞ୍ଚାଲେରେ ଆକ୍ରମଣ କରାଯାଇଥିଲା । ଏହି ମାମଲାରେ ସମୁଦାୟ 156 ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗିରଫ ବ୍ୟକ୍ତିଙ୍କ ପକ୍ଷରୁ 2 ଜଣ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

କୁକୁରକୁ ବିଷ ଦେଇ 7 ଲକ୍ଷ ଟଙ୍କା ଲୁଟ

ମୁମ୍ବାଇ : ମୁମ୍ବାଇରେ ଏକ କୁକୁରକୁ ବିଷ ଦେଇ ହତ୍ୟା କରିବା ପରେ ପାର୍ଶୀ ଦମ୍ପତ୍ତିଙ୍କୁ ଲୁଟ୍‌ କରାଯାଇଛି । ପାଲଗଡର ଦାହାନୁରେ ଏହି ଘଟଣା ଘଟିଛି । ଉକ୍ତ ଦମ୍ପତ୍ତିଙ୍କ କୁକୁରକୁ ବିଷ ଦିଆଯିବା ପରେ 7 ଲକ୍ଷ ଟଙ୍କାର ଲୁଟ୍‌ କରାଯାଇଛି । ଶନିବାର ରାତିରେ 5 ଜଣ ଲୁଟେରା ପାଲଗଡର ରୋହିନ୍‌ଟନ ତାରାପୋରଓ୍ବାଲା ଏବଂ ହୋମାଇଙ୍କ ଘରେ ଘଟିଛି । ରାତି ପ୍ରାୟ 1.30 ମିନିଟ୍‌ରେ 5 ଜଣ ମୁଖା ପିନ୍ଧା ଲୁଟେରା ଦମ୍ପତ୍ତିଙ୍କ ଘରେ ପହଞ୍ଚି ଲୁଟ କରିଥିଲେ । ଦମ୍ପତ୍ତିଙ୍କ ଘରେ ରହିଥିବା କୁକୁର ଭୁକିବାରୁ କୁକୁର ଏବଂ କୁକୁଡାଙ୍କୁ ଦୂର୍ବୁର୍ତ୍ତ ବିଷ ଦେଇଥିଲେ । ଏହି ଘଟଣାରେ ଗୋଟିଏ କୁକୁର ଏବଂ ଦୁଇଟି କୁକୁଡାଙ୍କର ପ୍ରାଣହାନି ଘଟିଛି । ଏହା ସହିତ ଦୂର୍ବୁର୍ତ୍ତ ରୋହିନ୍‌ଟନ୍‌ଙ୍କ ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । (ଏଜେନ୍ସି)