ପାଲଗଡ ଲିଞ୍ଚିଂ ମାମଲାର 11 ଅଭିଯୁକ୍ତ କରୋନା ପଜିଟିଭ୍‌

Published: Jun 16, 2020, 7:41 pm IST

ମୁମ୍ବାଇ : ପାଲଗଡ ସାଧୁ ହତ୍ୟା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାରେ ଗିରଫ ହୋଇଥିବା 11 ଜଣ ଅଭିଯୁକ୍ତ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ପାଲଗଡ ଜେଲରେ ମରାମତି କାମ ଚାଲିଥିବା କାରଣରୁ 17 ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଲକ୍‌ଅପ୍‌ରେ ରଖାଯାଇଥିଲା । ଓ୍ବାଡାରେ ଲକ୍‌ଅପ୍‌ରେ ରହିଥିବା ବେଳେ 17 ଜଣଙ୍କକ ନମୂନା ପରୀକ୍ଷଣ ପାଇଁ ଯାଇଥିଲା । 17ଜଣଙ୍କ ମଧ୍ୟରୁ 11 ଜଣଙ୍କ ନମୂନା ପଜିଟିଭ୍‌ ଆସିଥିବା ଜଣାପଡିଛି । ଅନ୍ୟ 6 ଜଣଙ୍କ ରିପୋର୍ଟ ଆସିନାହିଁ ।

ମୁମ୍ବାଇରୁ ସୁରଟ ଅଭିମୁଖେ ଯାଉଥିବା ଦୁଇ ସାଧୁ ଏବଂ ଡ୍ରାଇଭରଙ୍କୁ ଗଡଚିଞ୍ଚାଲେରେ ଆକ୍ରମଣ କରାଯାଇଥିଲା । ଏହି ମାମଲାରେ ସମୁଦାୟ 156 ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗିରଫ ବ୍ୟକ୍ତିଙ୍କ ପକ୍ଷରୁ 2 ଜଣ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । (ଏଜେନ୍ସି)

Related posts