Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ନ୍ୟାସନାଲ୍‌ ସ୍କୁଲ ଅଫ୍‌ ଡ୍ରାମାର ନୂତନ ସଭାପତି ହେଲେ ପରେଶ ରାଓ୍ବଲ୍‌

ନୂଆଦିଲ୍ଲୀ : ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂତନ ସଭାପତି ଭାବେ ନିଯୁକ୍ତ ହେଲେ ବିଶିଷ୍ଟ ଅଭିନେତା ତଥା ବିଜେପି ନେତା ପରେଶ ରାୱଲଙ୍କୁ । ପୂର୍ବରୁ ପ୍ରସିଦ୍ଧ ରାଜସ୍ଥାନୀ କବି ଅର୍ଜୁନ ଦେବ ଚରଣ ଏନଏସଡିର ଅଧ୍ୟକ୍ଷ ଥିଲେ, ତାଙ୍କୁ 2018 ରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ସଭାପତି କରାଯାଇଥିଲା । ବର୍ତ୍ତମାନ ପରେଶ ରାୱଲ କବି ଅର୍ଜୁନ ଦେବଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି ।

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।