Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର

ଆଜି ରାଘବ ଚଢା ଏବଂ ପରିଣୀତି ଚୋପ୍ରାଙ୍କ ଚର୍ଚ୍ଚିତ ବାହାଘର, ଜାଣନ୍ତୁ କେତେବେଳେ କଣ ହେବ

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ବେଶ ଚର୍ଚ୍ଚିତ ବାହାଘର। ଏହି ବାହାଘର ରାଜନୀତି ସହିତ ଚଳଚିତ୍ରର ହେଉଛି। ଅର୍ଥାତ ଆପ୍ ସାଂସଦ ରାଘବ ଚଢା ଚଳଚିତ୍ର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରିବେ। ସେଥିପାଇଁ ରାଜସ୍ଥାନ ଉଦୟପୁରର ଦ ଲିଳା ପ୍ୟାଲେସକୁ ପୁରା ସଜେଇ ଦିଆଯାଇଛି।

ତେବେ ସୂଚନା ଅନୁସାରେ ଆଜି ତାଙ୍କର ବାହାଘର ଏହି ସମୟ ଅନୁସାରେ ହେବ ବୋଲି ନିର୍ଦ୍ଧାରିତ ହୋଇଛି। ତାହା ହେଲା

ବାହାଘର ତାରିଖ- 24 ସେପ୍ଟେମ୍ବର, ରବିବାର

ରାଘବ ସେହରାବନ୍ଦୀ- ଅପରାହ୍ନ 1.00 ଟା

ବରଯାତ୍ରୀ ଶୋଭାଯାତ୍ରା- ଅପରାହ୍ନ 2.00 ଟା

ବରଣମାଳା ପ୍ରଦାନ- ଅପରାହ୍ନ 3 ଟା 30

ହୋମକୁଣ୍ଡ ପ୍ରଦୀକ୍ଷଣ- ଅପରାହ୍ନ 4.00 ଟା

ଝିଅ ବିଦା- ସଂଧ୍ୟା 6 ଟା 30 ମିନିଟ

ପ୍ରୀତି ଭୋଜନ- ରାତ୍ରୀ 8.30 ମିନିଟରୁ ଆରମ୍ଭ

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଦେଶର ରାଜନୀତି ଓ ଚଳଚିତ୍ର ଜଗତର ଏକ ଚର୍ଚ୍ଚିତ ବାହାଘର, ରାଘବ ପରିଣୀତିଙ୍କ ବିବାହ

ନୂଆଦିଲ୍ଲୀ: ଆପ ସାଂସଦ ରାଘବ ଚଢା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର ବର୍ତ୍ତମାନ ସାରା ଦେଶରେ ଏକ ଚର୍ଚ୍ଚିତ ବାହାଘର ଭାବେ ପରିଗଣିତ ହୋଇଛି। କାରଣ ଉଭୟଙ୍କ ଭଲ ପାଇବାଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ତାହା ମିଡିଆ ଏବଂ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। ତେବେ ଏହା ଉଭୟ ରାଜନୀତି ଏବଂ ଚଳଚିତ୍ର ଜଗତରେ ଏକ ଚର୍ଚ୍ଚିତ ବାହାଘର।

ରବିବାର ଦିନ ଉଭୟ ପରିଣୀତି ଏବଂ ରାଘବଙ୍କ ବାହାଘର ଦେଶର ସବୁଠୁ ବ୍ୟୟ ବହୁଳ ବିବାହ ସ୍ଥାନ ଭାବେ ପରିଚିତ ଉଦୟପୁରର ଦ ଲିଳା ପ୍ୟାଲେସ ରେ କରାଯିବ। ସେଥିପାଇଁ ବହୁ ପୂର୍ବରୁ ପରିଣୀତି ଏବଂ ରାଘବ ପୃଥକ ପୃଥକ ଭାବେ ଉଦୟପୁରରେ ପହଞ୍ଚି ସାରିଲେଣି। ଉଭୟ ବିମାନ ବନ୍ଦରରେ ପହଁଚିବାଠାରୁ ଆରମ୍ଭ କରି ନିଜ ସ୍ଥାନକୁ ଯିବା ପର୍ଯ୍ୟନ୍ତ ସବୁକିଛି ମିଡିଆ ତଥା ସାମାଜିକ ମିଡିଆରେ ପ୍ରତିଫଳିତ ହୋଇଛି।

ବିବାହ ମଣ୍ଡପକୁ ଚାରି ଟନ ଫୁଲରେ ସଜା ଯାଇଛି

ଉଭୟଙ୍କ ବାହାଘର ପାଇଁ ଉଦୟପୁରର ଦ ଲିଳା ପ୍ୟାଲେସ କୁ ନବବଧୁ ପରି ସଜାଇ ଦିଆଯାଇଛି। ପ୍ୟାଲେସ ସାରା ଲାଲ କାର୍ପେଟ ବିଛାଯିବା ସହିତ ରଂଗୀନ ଆଲୋକମାଳାରେ ସଜାଇ ଦିଆୟାଇଛି। ତେବେ ସବୁଠାରୁ ଯେଉଁ କଥା ଚର୍ଚ୍ଚା ହେଉଛି ତାହା ହେଲା ଏହି ବାହାଘରରେ ପ୍ରାୟ ଚାରି ଟନ ଫୁଲ ବ୍ୟବହାର କରାଯାଇଛି। ପ୍ୟାଲେସ ସାରା ଏବି ବିବାହ ମଣ୍ଡପରେ ଏହି ଫୁଲ ଲଗାଯିବ।

ସେହିପରି ବିମାନ ବନ୍ଦର ଏବଂ ଅତିଥୀମାନେ ରହିବା ପାଇଁ ନିଆଯାଇଥିବା ହୋଟେଲଗୁଡିକୁ ମଧ୍ୟ ଫୁଲରେ ସଜାଯାଇଛି। କହିବାକୁ ଗଲେ ପରିଣୀତି ଏବଂ ରାଘବଙ୍କ ଏହି ବାହାଘର ପାଇଁ ପୁରା ଉଦୟପୁର ସହରକୁ ସଜାଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଯୋଗ ଦେବେ ରାହୁଳ ଗାନ୍ଧୀଙ୍କ ସହିତ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ

ଏହି ହାଇ ପ୍ରୋଫାଇଲ ବାହାଘର ପାଇଁ ବହୁ ହାଇ ପ୍ରୋଫାଇଲ ଅତିଥୀମାନେ ମଧ୍ୟ ଜୟପୁର ଆସିବାକୁ ଲାଗିଲେଣି। ଏଥିରେ ବିଶିଷ୍ଠ ରାଜନେତା ସହିତ ବହୁ ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଯୋଗ ଦେବେ। ସେଥିପାଇଁ ଶନିବାରଠାରୁ ଜୟପୁର ଓ ଉଦୟପୁରର ବିଶିଷ୍ଠ ବ୍ୟକ୍ତିଙ୍କର ଭିଡ ଆରମ୍ଭ ହୋଇଯାଇଛି।

ଏହି ବାହାଘରରେ ଯୋଗଦେବା ପାଇଁ ରାହୁଳ ଗାନ୍ଧୀ ଜୟପୁରରେ ପହଞ୍ଚି ସାରିଛନ୍ତି। ସେହିପରି ଆପ ନେତା ସଂଜୟ ସିଂହ ଏବଂ ତାଙ୍କ ପତ୍ନୀ ମଧ୍ୟ ଜୟପୁରରେ ପହଞ୍ଚି ସାରିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଉଦୟପୁରରେ ପହଞ୍ଚି ସାରିଲେଣି।

ଆସନ୍ତାକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମଧ୍ୟ ଏହି ବାହାଘରରେ ଉପସ୍ଥିତ ରହିବେ। ସେହିପରି ଚଳଚିତ୍ର କଳାକାରମାନେ ମଧ୍ୟ ଉଦୟପୁରରେ ପହଞ୍ଚିବା ଆରମ୍ଭ କରିସାରିଲେଣି।

Categories
ଆଜିର ଖବର ମନୋରଂଜନ ସିନେମା

ଇସକ୍‌ଜାଦେ ଯୋଡିଙ୍କ ପ୍ରତ୍ୟାବର୍ତ୍ତନ : ସନ୍ଦୀପ ଔର ପିଙ୍କି ଫରାର୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ : ଇସକ୍‌ଜାଦେ ଯୋଡି ଅର୍ଜୁନ୍‌ କପୁର୍‌ ଏବଂ ପରିଣୀତି ଚୋପ୍ରା ପୁଣିଥରେ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ଦିବାକର ବାନାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସନ୍ଦୀପ ଔର ପିଙ୍କି ଫରାର୍‌ରେ ଉଭୟ ନଜର ଆସିବାକୁ ଯାଉଛନ୍ତି । ବୁଧବାର ଏହି ଫିଲ୍ମଳର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଉଭୟଙ୍କ ପ୍ରଦର୍ଶନକୁ ସମସ୍ତେ ପସନ୍ଦ କରିଛନ୍ତି । ଫିଲ୍ମରେ ଅର୍ଜୁନଙ୍କ ଚରିତ୍ରର ନାମ ପିଙ୍କି ଦାହିୟା ରହିଛି ଯିଏକି ଦିଲ୍ଲୀ ପୋଲିସ୍‌ରେ କାର୍ଯ୍ୟ କରନ୍ତି ।

ଅନ୍ୟପକ୍ଷରେ ପରିଣୀତିଙ୍କ ଚରିତ୍ରର ନାମ ସନ୍ଦୀପ କୌର ରହିଛି । ଜୟଦୀପ ଅଲାହାଟ୍‌, ନୀନା ଗୁପ୍ତା ଏବଂ ରଘୁବୀର ଯାଦବ ଫିଲ୍ମର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି । (ଏଜେନ୍ସି)