Categories
ଆଜିର ଖବର ଜାତୀୟ ଖବର

ଆଜି ସନ୍ଧ୍ୟା 4ଟାରୁ ଟିକେଟ ବୁକିଂ, କାଲିଠୁ ଚାଲିବ ଟ୍ରେନ୍‌

କରୋନା ସହ ମୁକାବିଲା ପାଇଁ ଦେଶରେ ଜାରି ରହିଥିବା ଲକ୍‌ ଡାଉନ୍‌ ମଧ୍ୟରେ ରେଳ ମନ୍ତ୍ରାଳୟ ବଡ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା କାଲି ଅର୍ଥାତ୍‌ ମେ 12 ତାରିଖରେ 15ଟି ଟ୍ରେନ୍‌ 15ଟି ସହରକୁ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ଆଜି ଅପରାହ୍ନ 4 ଘଟିକାଠାରୁ ରିଜର୍ଭେସନ୍‌ ଟିକେଟ ବୁକିଂ କରିପାରିବେ । ଏଥିପାଇଁ ରେଳବିଭାଗ ତରଫରୁ ଗାଇଡ୍‌ଲାଇନ୍ସ ଜାରି ମଧ୍ୟ କରିଛି । ଯାତ୍ରୀମାନଙ୍କୁ ରେଳଷ୍ଟେସନକୁ ଏକ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡିବ । ଏହା ସହିତ ଏସ୍‌ କୋଚ୍‌ରେ କମ୍ବଳ , ଚାଦର ଓ ଟାଓ୍ବେଲ୍‌ ଆଦି ମିଳିବ ନାହିଁ ବୋଲି ସୂଚନା ରହିଛି ।

କିଛି କଟକଣା ସହିତ ରେଳ ସେବା ପୁଣି ଆରମ୍ଭ ହେବ । ଯାତ୍ରୀମାନେ ଟ୍ରେନକୁ ଚଢ଼ିବା ପୂର୍ବରୁ ଥର୍ମାଲ ସ୍କାନିଂ କରାଇବାକୁ ହେବ। ସୁସ୍ଥ ଥିବା ବ୍ୟକ୍ତି କେବଳ ଟ୍ରେନ ଭିତରକୁ ପ୍ରବେଶ କରିପାରିବେ। କରୋନା ଭାଇରସ ମହାମାରୀ କାରଣରୁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଦେଢ଼ ମାସରୁ ଅଧିକ ସମୟ ବିତିଯାଇଛି।

ସେହିପରି ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଆଜି ଅପରାହ୍ନ 4ଟାରୁ ରିଜର୍ଭେସନ୍‌ ସୁବିଧା ମିଳିବା ନେଇ ସୂଚନା ରହିଛି। ରିଜର୍ଭେସନ୍‌ ବୁକିଂ ସୁବିଧା କେବଳ ଆଇଆର୍‌ସିଟିସି ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି । ଟିକେଟ କାଉଣ୍ଟର ବନ୍ଦ ରହିବ। କାଉଣ୍ଟରରେ ଟିକେଟ ମିଳିବନି। ତେବେ ଏହି ଟ୍ରେନ୍‌ ଯାତ୍ରାରେ ସାମାଜିକ ଦୂରତ୍ବ ପାଳନକୁ ବାଧ୍ୟତାମୂଳକ ରଖାଯାଇଛି। ସେହିପରି ସମସ୍ତ ଯାତ୍ରୀ ଫେସ୍‌ ମାସ୍କ ବ୍ୟବହାର କରିବେ ବୋଲି ନିର୍ଦ୍ଦେଶ ରହିଛି।

ପ୍ରଥମ ପର୍ଯ୍ୟାୟରେ 15 ଯୋଡା ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ। ଏ ସମସ୍ତ ଟ୍ରେନ୍‌ ସ୍ପେଶାଲ ଟ୍ରେନ୍‌ ରୂପେ ଭୁବନେଶ୍ବର ସମେତ ଦେଶର ଅଲଗା ଅଲଗା 15ଟି ସ୍ଥାନକୁ ଏହି ଟ୍ରେନ୍‌ ଯାତ୍ରା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଅଧିକ ଟ୍ରେନ୍‌ ଯାତ୍ରା କରିବ ।