Categories
ଆଜିର ଖବର ଜାତୀୟ ଖବର

ଜାମ୍ମୁ କାଶ୍ମୀରର ସୁରନକୋଟରୁ ବିଜେପି ପ୍ରାର୍ଥୀ ସୟଦ ମୁଶତାକ ବୁଖାରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ପାହାଡି ନେତା ସୟଦ ମୁସ୍ତାକ ବୁଖାରୀଙ୍କ ବୁଧବାର ଦେହାନ୍ତ ହୋଇଛି। ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଛି। ବୁଖାରୀ ସୁରନକୋଟରୁ ବିଜେପି ପ୍ରାର୍ଥୀ ଥିଲେ ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ବୁଖାରୀ ଫେବୃଆରୀରେ ବିଜେପିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ନ୍ୟାସନାଲ କନଫରେନ୍ସରେ ଥିଲେ।

ପୁଞ୍ଚ ଜିଲ୍ଲାର ସୁରନକୋଟରୁ ସୟଦ ମୁସ୍ତାକ ବୁଖାରୀ ଦୁଇଥର ବିଧାୟକ ହୋଇଛନ୍ତି। ବୁଖାରୀ ଏକଦା ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ଅତି ଘନିଷ୍ଠ ବିବେଚନା କରାଯାଉଥିଲା। ପାହାଡି ସମ୍ପ୍ରଦାୟକୁ ST ମାନ୍ୟତା ଦେବାରେ ଫାରୁକ୍ ଅବଦୁଲ୍ଲାଙ୍କ ସହ ମତଭେଦ ହେତୁ ସେ ଫେବୃଆରୀ ୨୦୨୨ ରେ ଦଳ ସହିତ ତାଙ୍କର ଚାରି ଦଶନ୍ଧି ପୁରୁଣା ସଙ୍ଗଠନ ଭାଙ୍ଗିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜନେତାଙ୍କ ଦେହାନ୍ତରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ବିଜେପି ନେତା ମୁସ୍ତାକ୍ ବୁଖାରୀ ଜୀଙ୍କର ହଠାତ୍ ଦେହାନ୍ତ ହୋଇଥିବାରୁ ମୁଁ ସମବେଦନା ଜଣାଉଛି। ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଏବଂ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ମୁସ୍ତାକ ବୁଖାରୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଉପରେ ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଖ ପ୍ରକାଶ କରିଛନ୍ତି।

ବିଶ୍ୱ କୂଟନୀତି ଓ ବିଦେଶ ନୀତିକୁ ତାଙ୍କର ଥିବା ଅନେକ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ଏଥିସହ ଶ୍ରୀ ସିଂହ ତାଙ୍କ ବୁଦ୍ଧି ଓ ଉତ୍ତମ ଲେଖା ପାଇଁ ମଧ୍ୟ ପରିଚିତ ଥିଲେ।

ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:

“ଶ୍ରୀ ନଟବର ସିଂହ ଜୀଙ୍କ ପରଲୋକରେ ଗଭୀର ଦୁଃଖିତ। ବିଶ୍ୱ କୂଟନୀତି ଓ ବିଦେଶ ନୀତିକୁ ତାଙ୍କର ଅନେକ ଅବଦାନ ଥିଲା। ସେ ତାଙ୍କର ବୁଦ୍ଧି ଓ ଉତ୍ତମ ଲେଖା ପାଇଁ ମଧ୍ୟ ପରିଚିତ। ଏଭଳି ଦୁଃଖର ସମୟରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମୋର ସମବେଦନା। ଓମ୍ ଶାନ୍ତି।”

Categories
ଆଜିର ଖବର ଜାତୀୟ ଖବର

ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଯାମିନୀ କୃଷ୍ଣମୂର୍ତ୍ତିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଡ. ଯାମିନୀ କୃଷ୍ଣମୂର୍ତ୍ତିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି, ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ଦିଗରେ ଡ. କୃଷ୍ଣମୂର୍ତ୍ତି ଅନେକ କାମ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଡ. ଯାମିନୀ କୃଷ୍ଣମୂର୍ତ୍ତିଙ୍କ ନିଧନରେ ମୁଁ ମର୍ମାହତ। ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ ଦକ୍ଷତା ପରବର୍ତ୍ତୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରିଛି। ଏହା ଆମ ସାଂସ୍କୃତିକ ଚିତ୍ରରେ ବଡ଼ ଛାପ ଛାଡ଼ିଦେଇଛି। ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ଦିଗରେ ସେ ବହୁତ କାମ କରିଛନ୍ତି। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା। ଓମ୍ ଶାନ୍ତି।”

Categories
ଆଜିର ଖବର ଜାତୀୟ ଖବର

ବିହାରର ପୂର୍ବତନ ଡେପୁଟି ସିଏମ୍ ସୁଶୀଲ କୁମାର ମୋଦୀଙ୍କର ଦେହାନ୍ତ, କର୍କଟ ରୋଗରେ ହେଉଥିଲେ ଚିକିତ୍ସିତ

ନୂଆଦିଲ୍ଲୀ: ବିହାରର ପୂର୍ବତନ ଡେପୁଟି ସିଏମ୍ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କ ଆଜି ଦେହାନ୍ତ ହୋଇଯାଇଛି। ସେ ଦିଲ୍ଲୀର AIIMS ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କର୍କଟ ରୋଗରେ ପୀଡିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ହେତୁ ବିହାରରେ ଶୋକର ଲହରୀ ଖେଳିଯାଇଛି। ସେ ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିଲେ। ସେ ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସିଥିଲେ। ସେ ୭୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କର ଦେହାନ୍ତ

ନୂଆଦିଲ୍ଲୀ: ଦୁଇ ବର୍ଷ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୨୮ ବର୍ଷ ହୋଇଥିଲା। ଅସ୍ତ୍ରୋପଚାର ସତ୍ତ୍ୱେ ମାରାତ୍ମକ ରୋଗ ସହିତ ଦୁଇ ବର୍ଷର ଯୁଦ୍ଧ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଫେମିନା ମିସ୍ ଇଣ୍ଡିଆ ସଂସ୍ଥା ସୋସିଆଲ ମିଡିଆରେ ଏକ ବିବୃତ୍ତି ସେୟାର କରି ରିଙ୍କି ଚକମାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରି ତାଙ୍କୁ ଜଣେ ଶକ୍ତିଶାଳୀ ମହିଳା ବୋଲି କହିଥିଲେ, ଯାହା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ଥିଲା।

ଗତ ମାସରେ, କର୍କଟ ରୋଗରେ ଆକ୍ରାନ୍ତ ହେବାର ଦୁଇ ବର୍ଷ ପରେ ରିଙ୍କି ଚକମା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ଚ୍ୟାଲେଞ୍ଜିଂ ଯାତ୍ରା ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ଦୀର୍ଘ ଦିନ ଧରି ଏକାକୀ ସଂଘର୍ଷ କରିଆସୁଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କାହାକୁ କହିବାକୁ ଚାହୁଁନଥିଲେ … ଭାବିଲି ମୁଁ ନିଜେ ଲଢିବି ଏବଂ ଭଲ ହୋଇଯିବି, କିନ୍ତୁ ମୁଁ ଭାବୁଛି ବର୍ତ୍ତମାନ ସମୟ ଆସିଛି, ଯାହା ମୋର ସ୍ୱାସ୍ଥ୍ୟ ବିଷୟ ସମସ୍ତଙ୍କୁ ଜଣାଇବି। ସେ କହିଥିଲେ ଯେ, ତାଙ୍କର ସାଂଘାତିକ ଫାଇଲୋଡସ୍ ଟ୍ୟୁମର୍ (ସ୍ତନ କର୍କଟ) ହୋଇଛି।

ରିଙ୍କି ଚକମାଙ୍କ ପ୍ରଥମ ଅସ୍ତ୍ରୋପଚାର ପରେ, ଏହା ତାଙ୍କ ଫୁସଫୁସକୁ ଏବଂ ପରେ ତାଙ୍କ ମସ୍ତିଷ୍କକୁ ମେଟାଷ୍ଟାସାଇଜ୍ କଲା। ସେ ପ୍ରକାଶ କରିଛନ୍ତି ଯେ, ମୋର ମସ୍ତିଷ୍କ ଅସ୍ତ୍ରୋପଚାର ବିଚାରାଧୀନ ଅଛି କାରଣ ଏହା ମୋ ଶରୀରର ଡାହାଣ ପାର୍ଶ୍ୱରୁ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହା କେବଳ ସମ୍ଭବ ହେବ, ଯେତେବେଳେ ମାତ୍ର ୩୦% ଆଶା ସହିତ ମୁଁ କେମୋଥେରାପିରୁ ସୁସ୍ଥ ହେବି।

ରିଙ୍କି ଚାକମା ତାଙ୍କ ପୋଷ୍ଟରେ କହିଛନ୍ତି ଯେ, “ସେ କେମୋଥେରାପିରେ ଚିକିତ୍ସିତ ହେଉଥିଲେ ଏବଂ ମସ୍ତିଷ୍କ ଅସ୍ତ୍ରୋପଚାର ହେବାର ମଧ୍ୟ ଆଶା କରାଯାଉଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଥିଲି ଯେ ମୁଁ ଏବଂ ମୋ ପରିବାର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛୁ। ମୋର ଅବସ୍ଥା ଅନ୍ୟମାନଙ୍କ ସହ ବାଣ୍ଟି ମୁଁ ଭଲ ଅନୁଭବ କରିବି ବୋଲି ସେ କହିଛନ୍ତି।

ଚିକିତ୍ସା ହେତୁ ରିଙ୍କି ଚକମାଙ୍କ ପରିବାରର ସମସ୍ତ ସଞ୍ଚୟ ଶେଷ ହୋଇଯାଇଥିଲା, ଏହା ପରେ ସେ ମଧ୍ୟ ସାହାଯ୍ୟ ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଲୋକମାନଙ୍କୁ ଏକ ନିବେଦନ କରାଯାଇଥିଲା, ଯାହାଫଳରେ ସେ ଶୀଘ୍ର ସୁସ୍ଥ ହୋଇପାରିବେ, କିନ୍ତୁ କିଛି ସଫଳ ହେଲା ନାହିଁ। ପ୍ରକାଶ ଯେ, ରିଙ୍କି ଚକମା ୨୦୧୭ ରେ ମିସ୍ ଇଣ୍ଡିଆରେ ‘ବିୟୁଟି ଅଫ ଦ ପେପର୍ସ’ ପୁରସ୍କାର ଜିତିଥିଲେ, ଯେଉଁଥିରେ ମାଆନୁଷୀ ଛିଲ୍ଲର୍ ଟାଇଟଲ୍ ଜିତିଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଦେହାନ୍ତ, ଗର୍ଭାଶୟ କର୍କଟ କାରଣରୁ ମୃତ୍ୟୁ

ନୂଆଦିଲ୍ଲୀ: ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ଆସୁଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପୁନମ୍ ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ପୁନମ୍ ଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ପୁନମ୍ ପାଣ୍ଡେଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା।

ପୁଣମ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖା ଅଛି, “ଆଜି ସକାଳେ ଆମ ପାଇଁ କଷ୍ଟକର। ଆମେ ଅତ୍ୟନ୍ତ ଦୁଃଖର ସହିତ ଜଣାଉଛୁ ଯେ, ଗର୍ଭାଶୟ କର୍କଟ ହେତୁ ଆମେ ଆମର ପ୍ରିୟ ପୁନମ୍ ଙ୍କୁ ହରାଇଛୁ।

ପୁନମ୍ ପାଣ୍ଡେ କିଏ?

ପୁଣମ୍ ପାଣ୍ଡେ ଜଣେ ଅତି ପ୍ରସିଦ୍ଧ ମଡେଲ୍ ଥିଲେ। ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଯେତେବେଳେ ସେ ଏକ ଭିଡିଓ ବାର୍ତ୍ତାରେ ପ୍ରତିଶୃତି ଦେଇଥିଲେ ଯେ, ଭାରତ ଯଦି ଫାଇନାଲ୍ ମ୍ୟାଚ୍ ଜିତେ ତେବେ ସେ ପୋଷାକ ଖୋଲିଦେବେ। ଏହି ଦାବି ସହିତ ସେ ପ୍ରଥମ ଥର ପାଇଁ ବିବାଦ ଭିତରକୁ ଆସିଥିଲେ। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପୁନମ୍ ପାଣ୍ଡେଙ୍କୁ ଶେଷ ଥର ପାଇଁ କଙ୍ଗନା ରଣାୱାତଙ୍କ ରିଆଲିଟି ସୋରେ ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ୭୯ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ଆଜି ରାଜ୍ୟରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ଅର୍ଜୁନଙ୍କ ପରଲୋକ ନେଇ ପୁଅ ଅଭିମନ୍ୟୁ ସୂଚନା ଦେଇଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅର୍ଜୁନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ହୋଇଥିଲା। ସେ ୮ ଥର ସଂସଦକୁ ନିର୍ବାଚିତ ହୋଇଥିବାବେଳେ ଦୁଇ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ସହିତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ଵ ସମୟରେ ସେ ଜଳସଂପଦ ମନ୍ତ୍ରୀ ଥିଲେ ଏବଂ ବିଜେଡ଼ି ସଂସଦୀୟ ଦଳର ନେତା ମଧ୍ୟ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ନେତା ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ବିଜେଡି ନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ରହିଛି । ସେ ଲିଭର କ୍ୟାନସରରେ ପୀଡ଼ିତ ଥିବାବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ସୁବାସ ଚୌହାନ କିଛି ଦିନ ହେଲା  ଚିକିତ୍ସାଧିନ ଥିଲେ। ଗତ 5 ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ। 2019 ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା ମଧ୍ୟ ଗୁରୁତ୍ବ ପୂର୍ଣ୍ଣ ଥିଲା।

Categories
ଆଞ୍ଚଳିକ

ଜଗତସିଂହପୁର ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷଙ୍କ ପରଲୋକ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ଜଗତସିଂହପୁର ବିଜେଡ଼ିର ନଗର ସଭାପତି ରତ୍ନାକର ଲେଙ୍କା(୮୫) ଙ୍କ ର ମଙ୍ଗଳବାର ପରଲୋକ ହୋଇଯାଇଛି। ସେ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନ ୧୨.୩୦ ସମୟରେ ଗୋପାଳସାଗର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ତଥା ପୂର୍ବତନ କାଉନସିଲର ହେମନ୍ତ କୁମାର ଲେଙ୍କା,ରାଜେନ୍ଦ୍ର କୁମାର ଲେଙ୍କା ସମେତ ପୁତ୍ର ବଧୂ ,ନାତି ନାତୁଣୀ ସୁବ୍ରତ, ସମିତ, ସିଦ୍ଧାର୍ଥ,ସତିଶ, ସୁଦେଶ୍, ଶର୍ମିଷ୍ଠା ଓ ପରିଜନମାନେ ଉପସ୍ଥିତ ଥିଲେ।

ତାଙ୍କ ମୃତ୍ୟୁ ଖବର ପାଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ପୂର୍ବତନ ମନ୍ତ୍ରୀ ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ,କଟକ ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ପରୋପକାରୀ , ଧର୍ମପରାୟଣ ବ୍ୟକ୍ତି ଥିଲେ।ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।