Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣକୁ ନେଇ କଡା ପ୍ରତିକ୍ରିୟା ରଖିଲେ ପୱନ କଲ୍ୟାଣ, ଜାଣନ୍ତୁ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ମହମ୍ମଦ ୟୁନୁସ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅତୀତ କଥା ମନେ ପକାଇ କହିଛନ୍ତି ଯେ, ବାଂଲାଦେଶ ଗଠନ ପାଇଁ ଭାରତୀୟ ସୈନିକମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ଏବଂ ଆଜି ସେଠାରେ ହିନ୍ଦୁମାନଙ୍କୁ ଆକ୍ରମଣ କରାଯାଉଛି। ନିକଟରେ ବାଂଲାଦେଶରେ ହୋଇଥିବା କ୍ଷମତା ପରିବର୍ତ୍ତନ ପରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଉଛି। ବର୍ତ୍ତମାନ ISKCON ମନ୍ଦିର ପୁରୋହିତ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ପରେ ଆକ୍ରମଣ ଆହୁରି ବୃଦ୍ଧି ପାଇଛି।

ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଏବଂ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ପୱନ କଲ୍ୟାଣ ଦୃଢ ନିନ୍ଦା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ‘ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ବାଂଲାଦେଶର ISKCON ମନ୍ଦିରର ପୁରୋହିତ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନିନ୍ଦା କରିବା। ସେଠାରେ ଥିବା ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବାକୁ ଆମେ ବାଂଲାଦେଶର ମହମ୍ମଦ ୟୁନୁସ ସରକାରଙ୍କୁ ଅନୁରୋଧ କରୁଛୁ।

ସେ ଆହୁରି ଲେଖିଛନ୍ତି ଯେ, ‘ଭାରତୀୟ ସେନା ବାଂଲାଦେଶ ଗଠନ କରିବାରେ ସହଯୋଗ କରିଥିଲେ, ଆମର ସମ୍ବଳ ବ୍ୟବହାର କରାଯାଇଥିଲା ଏବଂ ଭାରତୀୟ ସୈନିକମାନେ ସେମାନଙ୍କ ରକ୍ତ ବୁହାଇଥିଲେ। ସେଠାରେ ଆମର ହିନ୍ଦୁ ଭାଇ ଓ ଭଉଣୀମାନଙ୍କୁ ଟାର୍ଗେଟ କରାଯାଉଥିବାରୁ ଆମେ ଗଭୀର ଭାବରେ ବ୍ୟଥିତ।

ଚିନ୍ମୟ କୃଷ୍ଣ ଦାସଙ୍କୁ ସୋମବାର ଢାକାରୁ ଚଟଗାଓଁ ଯାଉଥିବାବେଳେ ଗିରଫ କରାଯାଇଥିଲା। ଏହାକୁ ନେଇ ହିନ୍ଦୁମାନଙ୍କ ମଧ୍ୟରେ ବହୁତ ଆକ୍ରୋଶ ରହିଛି ଏବଂ ବାଂଲାଦେଶୀ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଶହ ଶହ ଲୋକ ରାସ୍ତାରେ ବିରୋଧ କରୁଛନ୍ତି। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ଚିନ୍ମୟ କୃଷ୍ଣ ଦାସ ସର୍ବଦା ବାଂଲାଦେଶର ହିନ୍ଦୁମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରି ସେମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି। ଅକ୍ଟୋବର 30 ତାରିଖରେ ଚିନ୍ମୟ କୃଷ୍ଣ ଦାସଙ୍କ ସମେତ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ହିନ୍ଦୁ ସମ୍ପ୍ରଦାୟର ସମାବେଶରେ ସେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନୀ ରାଲିରେ ପୁଣି ପଥର ମାଡ: ଅଳ୍ପକେ ବର୍ତ୍ତିଲେ ପୱନ କଲ୍ୟାଣ

ନୂଆଦିଲ୍ଲୀ: ରବିବାର ଦିନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଆସନ୍ତା ମାସରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ କେହି ଜଣେ ଜନସେନା ପାର୍ଟି ନେତା ତଥା ଟଲିଉଡ ଅଭିନେତା ପୱନ କଲ୍ୟାଣଙ୍କ ଉପରକୁ ପଥର ଫିଙ୍ଗିଥିଲେ, କିନ୍ତୁ ସେ ଏଥିରୁ ରକ୍ଷା ପାଇଯାଇଛନ୍ତି। ଗୁଣ୍ଟୁର ଜିଲ୍ଲାର ତେନାଲିରେ ଏହି ଘଟଣା ଘଟିଥିଲା, ​​ଯେତେବେଳେ ପୱନ କଲ୍ୟାଣ ଟିଡିପି-ଜେଏସପି-ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ନିର୍ବାଚନୀ ରାଲି କରୁଥିଲେ। ଜେଏସପି ନେତାଙ୍କଠାରୁ କିଛି ଦୂରରେ ପଥର ପଡିଥିଲା। ଏହି ଘଟଣା ଯୋଗୁଁ ରାଲି ସମୟରେ ଉତ୍ତେଜନା ବଢିଯାଇଥିଲା।

ଜେଏସପି କର୍ମୀମାନେ ପଥର ଫିଙ୍ଗୁଥିବା ବ୍ୟକ୍ତିଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ସମାନ ଘଟଣା ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ୍ ମୋହନ ରେଡ୍ଡୀଙ୍କ ନିର୍ବାଚନ ପ୍ରଚାର ସମୟରେ ଘଟିଥିଲା। ଯେଉଁଥିରେ ଜଗନ୍ ମୋହନ ଆହତ ହୋଇଥିଲେ। ଶନିବାର ଦିନ ଅଜିତ ସିଂ ନଗର ଅଞ୍ଚଳରେ ପଥର ମାଡ ହେବା ପରେ YSR କଂଗ୍ରେସ ପାର୍ଟି (YSRCP) ମୁଖ୍ୟଙ୍କ ବାମ ଆଖିରେ ଆଘାତ ଲାଗିଥିଲା।

ଡାକ୍ତରମାନେ ତୁରନ୍ତ ତାଙ୍କୁ ପ୍ରଥମ ଚିକିତ୍ସା କରିଥିଲେ। ମୁଖ୍ୟମନ୍ତ୍ରୀ “ମେମନ୍ଥ ସିଦ୍ଧମ ଯାତ୍ରା” ରେ ଅଛନ୍ତି। ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ସେ ଲୋକଙ୍କୁ ଅଭିବାଦନ ଜଣାଇବା ପାଇଁ ଏକ ବସ୍‌ରେ ଠିଆ ହୋଇଥିଲେ। ଜଗନ୍ ମୋହନ ରେଡ୍ଡୀଙ୍କ ପାଖରେ ଠିଆ ହୋଇଥିବା ବିଜୟୱାଡା ପଶ୍ଚିମr ବିଧାୟକ ଭେଲମପଲ୍ଲୀ ଶ୍ରୀନିବାସ ରାଓଙ୍କ ମଧ୍ୟ ବାମ ଆଖିରେ ଆଘାତ ଲାଗିଥିଲା। ୧୭୫ ସଦସ୍ୟ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ଏବଂ ୨୫ ଟି ଲୋକସଭା ଆସନ ପାଇଁ ମେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର

କ୍ଷମତାକୁ ଆସିଲେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା : ମାୟାବତୀ

ବିଏସ୍‌ପି ସୁପ୍ରିମୋ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ବୁଧବାର ଦିନ ଆନ୍ଧ୍ରପ୍ରଦେଶରେ ଜନସେନା ପାର୍ଟିର ମୁଖ୍ୟ ପଓ୍ବନ୍‌ କଲ୍ୟାଣଙ୍କ ସହିତ ସାଇ ପ୍ରିୟା ରିସୋର୍ଟରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଅବସରରେ ମାୟାବତୀ କହିଥିଲେ ଚଳିତ ବର୍ଷ ମହାମେଣ୍ଟ ସରକାର ଗଠନ କଲେ ମୁଁ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବି ଯେଉଁଥିରେ ପୂର୍ବରୁ ଉଭୟ କଂଗ୍ରେସ ଏବଂ ବିଜେପି ବିଫଳ ହୋଇଛନ୍ତି । ମାୟାବତୀ କହିଛନ୍ତି କଂଗ୍ରେସ ସରକାର ସ୍ବତନ୍ତ୍ର ପାହ୍ୟା ନେଇ ରାଜ୍ୟକୁ ଦୁଇ ଭାଗ କରିଥିବା ବେଳେ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରିନଥିଲା ଏହାପରେ ମୋଦି ମଧ୍ୟ ୨୦୧୪ରେ ସମାନ ପ୍ରତିଜ୍ଞା କରି ଜନସାଧାରଣଙ୍କୁ ଧୋକା ଦେଇଛନ୍ତି । ମାତ୍ର ଆମେ କ୍ଷମତାକୁ ଆସିଲେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନିଶ୍ଚିତ ଭାବରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଦୌଡରେ ଅଛନ୍ତି କି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମାୟା କହିଛନ୍ତି ଏହା ନିର୍ବାଚନ ପରବର୍ତ୍ତୀ ସମୀକରଣ ଉପରେ ନିର୍ଭର କରିବ, ମାତ୍ର ଯଦି ମୁଁ ପ୍ରଧାନମନ୍ତ୍ରୀ ହୁଏ ତେବେ ୟୁପି ମଡେଲ୍‌ ମୁଁ କେନ୍ଦ୍ରରେ ପ୍ରଚଳନ କରି ଦେଶର ବିକାଶ କରିବି । ସେହିପରି ଆନ୍ଧ୍ରପ୍ରଦେଶରେ ବିଏସ୍‌ପି, ଜନସେନା ପାର୍ଟି, ସିପିଆଇ ଏବଂ ସିପିଆଇ (ଏମ୍‌)ର ମହାମେଣ୍ଟ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମାୟା । ପଓ୍ବନ୍‌ଙ୍କୁ ଆନ୍ଧ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଅଭିହିତ କରିଥିଲେ ମାୟାବତୀ । ପଓ୍ବନ୍‌ ଜଣେ ଯୁବନେତା ଯିଏକି ସଦାସର୍ବଦା ତଳସ୍ତରରୁ ଲୋକଙ୍କ ସହାୟତା କରିବାରେ ଆଗ୍ରହ ପ୍ରକାଶ କରିଥାନ୍ତି ତେଣୁ ମହାମେଣ୍ଟରୁ ପଓ୍ବନ୍‌ ମୁଖ୍ୟମନ୍ତ୍ରୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ମାୟା । ଟିଡିପି ଏବଂ ଓ୍ବାଇଏସ୍‌ଆର କଂଗ୍ରେସ ମଧ୍ୟରେ ବିଭାଜନ ମହାମେଣ୍ଟ ପାଇଁ ସରକାର ଗଠନର ବାଟ ପ୍ରଶସ୍ତ କରିବ ବୋଲି କହିଛନ୍ତି ମାୟାବତୀ ।