Categories
ଆଜିର ଖବର ଜାତୀୟ ଖବର

କରୋନା ଯୁଦ୍ଧ ପାଇଁ ଟଙ୍କା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ କଏଦୀମାନେ

ଗୁଜୁରାଟ : କରୋନା ମହାମାରୀ ସହ ଲଢେଇ ପାଇଁ ଦେଶର ସମସ୍ତ ବଡ ବଡ ବ୍ୟବସାୟୀ, ସାମାଜିକ ସଙ୍ଗଠନ ତଥା ବ୍ୟବସାୟିକ ସଙ୍ଗଠନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଆର୍ଥିକ ସାହାଯ୍ୟ କରୁଛନ୍ତି । ଏପରି ସମୟରେ ଗୁଜୁରାଟର ସୁରତରେ ଲାଜପୋର ଜେଲର କିଛି କଏଦୀମାନେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ ନିଜ ପାରିଶ୍ରାମିକରୁ 1 ଲକ୍ଷ 11 ହଜାର 111ଟଙ୍କା ଦାନ କରିଛନ୍ତି । କଏଦୀମାନେ ଏପରି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଲାଜପୋର ଜେଲ୍‌ ଅଧୀକ୍ଷକ ମନୋଜ ନିମାମା କହିଛନ୍ତି ଯେ, ଜେଲ୍‌ରେ ଥିବା ଅନ୍ତେବାସୀ ତାଙ୍କ ସାମ୍ନାରେ ଏନେଇ ପ୍ରସ୍ତାବ ରଖିଥିଲେ । ବନ୍ଦୀ ଥିବା କଏଦୀମାନେ ଦେଶର ଏପରି ସଂକଟ  ସମୟରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । କଏଦୀଙ୍କ ଏପରି ମନେଭାବକୁ ବହୁତ ପସନ୍ଦ କରାଯାଇଛି । ଦେଶର ବିପତ୍ତି ସମୟରେ କଏଦୀମାନଙ୍କର ଏପରି ସାହାଯ୍ୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ  ପାଲଟିଛି। (ଏଜେନ୍ସି)