Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସର ପରାଜୟ ପାଇଁ ଶୀଲା ଦୀକ୍ଷିତଙ୍କ ଦାୟୀ କରିବା ପରେ ଇସ୍ତଫା ଦେଲେ ଏହି ନେତା!

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଦିବଙ୍ଗତ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ସମାଲୋଚନା କରିଛନ୍ତି ପିସି ଚାକୋ । ଏହା ସହିତ ପିସି ଚାକୋ ଦିଲ୍ଲୀ କଂଗ୍ରେସ ଦାୟିତ୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳର ବରିଷ୍ଠ ନେତ୍ରୀ ତଥା ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କୁ ପରାଜୟ ପାଇଁ ଦାୟୀ କରିବା ସହିତ ନିଜ ଦାୟିତ୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏହା ସହିତ ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଚାକୋ କହିଥିଲେ, 2013ରେ ଶୀଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଆପ୍‌ର ଜନ୍ମ ନେଇଥିଲା । ଏହାପରେ କଂଗ୍ରେସର ଭୋଟ ଆପ୍‌ ଖାତାକୁ ଯିବା ସହିତ କଂଗ୍ରେସର ଅଧୋପତନ ଆରମ୍ଭ ହୋଇଥିଲା ବୋଲି ଚାକୋ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ପ୍ରଜ୍ଞାଙ୍କୁ ଟାର୍ଗେଟ୍‌ କରି ୟାସିନଙ୍କ ସପକ୍ଷରେ କହିଲେ ପିସି ଚାକୋ

କଂଗ୍ରେସର ପ୍ରଭାରୀ ପିସି ଚାକୋ ଭୋପାଳରୁ ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ସାଧ୍ବୀଙ୍କ ପରି ଅଭିଯୁକ୍ତଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଯାଇପାରିବ କିନ୍ତୁ ବିଚ୍ଛନ୍ନତାବାଦୀ ନେତା ନାଁରେ ୟାସିନ୍‌ ମଲିକଙ୍କୁ ବନ୍ଧୁକ ମୁନରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଛି। ସାଧ୍ବୀ ପ୍ରଜ୍ଞାଙ୍କ ପ୍ରାଥ୍ବୀତ୍ବକୁ ନେଇ କଂଗ୍ରେସ ଦୀର୍ଘ ସମୟ ଧରି ବିଜେପିକୁ ଟାର୍ଗେଟ୍‌ କରି ଆସୁଛି। ପ୍ରଜ୍ଞା ଠାକୁର୍‌ ମାଲେଗାଓଁ ବମ୍‌ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ହୋଇଥିଲେ। ତେବେ ପିସି ଚାକୋ କହିଛନ୍ତି ଯେ, ଆମେ ୟାସିନ୍‌ ମଲିକର ଚିନ୍ତାଧାରାର ସମର୍ଥନ କରୁନୁ, କିନ୍ତୁ ସେ ଯେଉଁପରି ସାହାସ ଦେଖାଇଛନ୍ତି, ତାହା ପ୍ରଶଂସାର ଯୋଗ୍ୟ। ପ୍ରଜ୍ଞା ସିଂ ଠାକୁର୍‌ କଂଗ୍ରେସର ଦିଗ୍‌ବିଜୟ ସିଂହଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି।