Categories
ଆଜିର ଖବର ଜାତୀୟ ଖବର

ଏକାଥରେ ମରିଗଲେ 28ଟି ମୟୁର, ମୃତ ଦେହ ଜବତ କରି ଜଙ୍ଗଲ ବିଭାଗର ତଦନ୍ତ ଆରମ୍ଭ

ତାମିଲନାଡୁ, ଗୋଟିଏ କି ଦୁଇଟି ନୁହେଁ, ଏକାଥରେ 28 ମୟୁରଙ୍କ ମୃତ ଦେବ ମିଳିବା ବର୍ତ୍ତମାନ ପକ୍ଷୀ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏପରି ଘଟଣା ତାମିଲନାଡୁର କୋଭିଲପଟ୍ଟୀ ଅଞ୍ଚଳରେ ଘଟିଛି। ଆଜି ସ୍ଥାନୀୟ ଲୋକେ ନିକଟରେ ଥିବା ଜମିରେ ମୟୁରମାନଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଲେ। ଧିରେ ଧିରେ ଗୋଟିଏ ପରେ ଗୋଟିଏ ମୃତ ଦେହ ସେହି ସ୍ଥାନରେ ଦେଖିବାକୁ ମିଲିଲା। ଫଳରେ ଲୋକମାନେ ସ୍ଥାନୀୟ ଜଙ୍ଗଲ ବିଭାଗକୁ ଖବର ଦେଲେ। ବର୍ତ୍ତମାନ ଜଙ୍ଗଲ ବିଭାଗ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।