Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପେରୁରେ 7.2 ତୀବ୍ରତାର ଭୂମିକମ୍ପ, ସୁନାମି ଆଲର୍ଟ

ନୂଆଦିଲ୍ଲୀ: ପେରୁରେ 7.2 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ପରେ ସୁନାମି ହେବାର ଆଶଙ୍କା ରହିଛି। ଅତିକିପା ଜିଲ୍ଲା ଠାରୁ 8.8 କିଲୋମିଟର ଭୂମିକମ୍ପ ହେବା ପରେ USGS ତୀବ୍ରତା ମୂଲ୍ୟାୟନ ବଢାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ, ଆଜି କେନ୍ଦ୍ରୀୟ ପେରୁ ଉପକୂଳରେ 7.2 ତୀବ୍ରତାର ଏକ ଭୂମିକମ୍ପ ଘଟିଛି, ଯେଉଁ କାରଣରୁ କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ତରଙ୍ଗ ହେବାର ସମ୍ଭାବନା ରହିଛି।

ପ୍ରଶାନ୍ତ ସୁନାମି ଚେତାବନୀ କେନ୍ଦ୍ର ପୂର୍ବରୁ କହିଥିଲା ​​ଯେ, କୌଣସି ବିପଦ ନାହିଁ। ଭୂମିକମ୍ପ ପରେ ଏକ ଚେତାବନୀ ଦିଆଯାଇଛି, ଯାହା କିଛି ସମୁଦ୍ର କୂଳରେ ତିନି ମିଟର ଉଚ୍ଚର ଢେଉ ସୃଷ୍ଟି ହୋଇପାରେ।

Categories
ଆଜିର ଖବର ଜାତୀୟ ଖବର

ବେକାବୁ କରୋନା : ପ୍ରଭାବିତ ଦେଶ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ, ଦିନକରେ 294 ମୃତ

ନୂଆଦିଲ୍ଲୀ : ଭାରତର ହୁ ହୁ ହୋଇ କରୋନା ସଂକ୍ରମଣ ମାମଲା ବଢୁଛି । କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 9887 ଆକ୍ରାନ୍ତ ହୋଇଥିବାବେଳେ 294ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 6,642ରେ ପହଞ୍ଚିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 36 ହଜାର 657କୁ ବୃଦ୍ଧି ହୋଇଛି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 15 ହଜାର 942 ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 14 ହଜାର 73 ଜଣ ।

ବିଶ୍ବରେ ସବୁଠୁ ଅଧିକ କରୋନା ପ୍ରଭାବିତ ଦେଶ ଆମେରିକା, ବ୍ରାଜିଲ୍‌, ରୁଷ୍‌, ବ୍ରିଟେନ୍‌ ପରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ସେହିପରି ସଂକ୍ରମିତ ହାର ବୃଦ୍ଧିରେ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ପହଞ୍ଚିଛି ।

ଭାରତରେ ପାଞ୍ଚୋଟି ଦେଶରେ ସର୍ବାଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ଆସୁଥିବାବେଳେ ମହାରାଷ୍ଟ୍ର ପରେ ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ, ତୃତୀୟ ସ୍ଥାନରେ ତାମିଲନାଡୁ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଓ ପଞ୍ଚମ ସ୍ଥାନରେ ରହିଛି ପଶ୍ଚିମବଙ୍ଗ । ଏହି ପାଞ୍ଚୋଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ୍‌ ମାମଲା ରହିଛି ।

ମହାରାଷ୍ଟ୍ରରେ ସର୍ବାଧିକ 80, 229 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2849କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ର ପଛକୁ ରହିଛି ଗୁଜୁରାଟ । ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 1190 ରହିଥିବାବେଳେ ଦିଲ୍ଲୀରେ 708, ମଧ୍ୟପ୍ରଦେଶରେ 384, ପଶ୍ଚିମବଙ୍ଗରେ 366, ଉତ୍ତରପ୍ରଦେଶରେ 257, ତାମିଲନାଡୁରେ 232, ରାଜସ୍ଥାନରେ 218, ତେଲେଙ୍ଗାନାରେ 113, ଆନ୍ଧ୍ରପ୍ରଦେଶରେ 73 ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

କ୍ରମିକ ସଂଖ୍ୟା ରାଜ୍ୟର ନାମ ଆକ୍ରାନ୍ତଙ୍କ ସଂଖ୍ୟା (11ବିଦେଶୀଙ୍କ ସମେତ)
ସୁସ୍ଥ ମୃତ
1 ଆଣ୍ଡାମାନ ନିକୋବର 33 33 0
2 ଆନ୍ଧ୍ରପ୍ରଦେଶ 4303 2576 73
3 ଅରୁଣାଚଳ ପ୍ରଦେଶ 45 1 0
4 ଆସାମ 2153 498 4
5 ବିହାର 4596 2225 29
6 ଚଣ୍ଡୀଗଡ 304 222 5
7 ଛତିଶଗଡ 879 244 2
8 ଦିଲ୍ଲୀ 26334 10315 708
9 ଗୋଆ 196 165 0
10 ଗୁଜୁରାଟ 19094 13003 1190
11 ହରିୟାଣା 3597 2134 24
12 ହିମାଚଳ ପ୍ରଦେଶ 393 189 5
13 ଜମ୍ମୁକାଶ୍ମୀର 3324 1086 36
14 ଝା୍ଡଖଣ୍ଡ 881 410 7
15 କର୍ଣ୍ଣାଟକ 4835 1688 57
16 କେରଳ 1699 712 14
17 ଲଦାଖ 97 48 1
18 ମଧ୍ୟପ୍ରଦେଶ 8996 5878 384
19 ମହାରାଷ୍ଟ୍ର 80229 35156 2849
20 ମଣିପୁର 132 41 0
21 ମେଘାଳୟ 33 13 1
22 ମିଜୋରାମ 22 1 0
23 ଓଡ଼ିଶା 2608 1604 8
24 ପୁଡୁଚେରୀ 99 36 0
25 ପଞ୍ଜାବ 2461 2069 48
26 ରାଜସ୍ଥାନ 10084 7359 218
27 ତାମିଲନାଡୁ 28694 15762 232
28 ତେଲେଙ୍ଗାନା 3290 1627 113
29 ତ୍ରିପୁରା 692 173 0
30 ଉତ୍ତରାଖଣ୍ଡ 1215 344 11
31 ଉତ୍ତରପ୍ରଦେଶ 9733 5648 257
32 ପଶ୍ଚିମବଙ୍ଗ 7303 2912 366
ଭାରତରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 236657 114073 6642