Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ କଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପିପିଲି ଜନସାଧାରଣ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ବିପୁଳ ଭୋଟରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ପ୍ରଦାନ କରିଛନ୍ତି। ଆଜି ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ହରାଇଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ଟୁଇଟ ମାଧ୍ୟମରେ କହିଛନ୍ତି ଯେ, “ବିଧାନସଭା ଉପ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳ ଆପଣମାନଙ୍କର ଦଳ। ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ।”

Categories
ଆଜିର ଖବର ରାଜ୍ୟ ଖବର

Pipili ByeElection: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି ହୋଇଛି ୨୦ ଟି ଆଦର୍ଶ ବୁଥ

ଭୁବନେଶ୍ବର: ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଆଗ୍ରହ ସୃଷ୍ଟି ନିମନ୍ତେ ପିପିଲିି ଉପନିର୍ବାଚନରେ ନିଆଯାଇଛି ଏକ ପଦକ୍ଷେପ। ତାହା ହେଲା ଏହି ଉପନିର୍ବାଚନରେ ୨୦ଟି ଆଦର୍ଶ ବୁଥ କରାଯାଇଛି। ଏହି ବୁଥକୁ ବେଶ୍ ସାଜସଜା କରାଯିବା ସହିତ ଭୋଟରମାନଙ୍କୁ ସ୍ବାଗତ କରିବାର ବ୍ୟବସ୍ଥା କରାଯାଇଛି। ଥର କରୋନା ପାଇଁ

ପିପିଲି ଉପନିର୍ବାଚନ ପାଇଁ ସମୁଦାୟ ୩୪୮ ପୁଲିଂ ବୁଥ କରାଯାଇଛି। ଏଥିରେ ସମୁଦାୟ ୧୪୯୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ମଧ୍ୟରେ ୯୮ ଜଣ ସଂରକ୍ଷିତ କର୍ମଚାରୀ ମଧ୍ୟ ଅଛନ୍ତି । ଏତଦ୍ ବ୍ୟତୀତ ବୁଥ୍ ବାହାରେ ରହି ନିର୍ବାଚନ କାର୍ଯ୍ୟ କରିବା ନିମନ୍ତେ ଅତିରିକ୍ତ ୬୯୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ଏହି କର୍ମଚାରୀ ମାନେ ବିଶେଷ ଭାବରେ କୋଭିଡ ନିୟମାବଳୀ ପାଳନ ସମ୍ପର୍କରେ କାର୍ଯ୍ୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

Pipili ByeElection: ଦିନ 1ଟାଏ ସୁଦ୍ଧା ପିପିଲି ଉପନିର୍ବାଚନ ମତଦାନ ହାର ହେଲା 45. 32 ପ୍ରତିଶତ

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ଭୋଟରମାନେ ଭୋଟ ଦାନ କରିବାରେ ଆଗ୍ରହ ପ୍ରକାଶ କରିଛନ୍ତି। ଫଳରେ ଦିନ 1 ଟା ସୁଦ୍ଧା 45.32  ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି। କେତେକ ସ୍ଥାନରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ତାହା ବଦଳଯାଇ ଭୋଟ ଗ୍ରହଣ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନରେ ସରକାରୀ ଡାକ୍ତରଙ୍କ ପ୍ରଚାର କରୁଥିବାର ଅଭିଯୋଗ କଲା ବିଜେପି

ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହେବା ପରେ ବର୍ତ୍ତମାନ ରାଜନୀତି ସରଗରମ ହୋଇ ଉଠିଛି। ଆଜି ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଦଳ ଅଭିଯୋଗ କରିଛି ଯେ, ପିପିଲି ସ୍ବାସ୍ଥ୍ୟ କେନ୍ଦ୍ରର ସରକାରୀ ଡାକ୍ତର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହି ଡାକ୍ତର ଜଣଙ୍କ ନିଜ ସାମାଜିକ ଗଣମାଧ୍ୟମ ଜରିଆରେ ବିଜେଡିକୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି।

ଏହି ଡାକ୍ତରଙ୍କୁ ତୁରନ୍ତ ବଦଳି କରାଯିବା ସହିତ ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାରରୁ ନିବୃତ ରହିବା ପାଇଁ ବିଜେପି ଅନୁରୋଧ କରିଛି। ଏହି ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାର ପ୍ରମାଣ ପ୍ରଦାନ କରିଛନ୍ତି। ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବୀ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Pipili ByeElection ପାଇଁ ବିଜେଡି ଟିକେଟ ଗ୍ରହଣ କଲେ ରୁଦ୍ର ପ୍ରସାଦ ମହାରଥୀ

ଭୁବନେଶ୍ବର, ଆଜି ନବୀନ ନିବାସରେ ବିଜେଡି ଟିକେଟ ଗ୍ରହଣ କରିଛନ୍ତି ପ୍ରାର୍ଥୀ ରୁଦ୍ରପ୍ରସାଦ ମହାରଥୀ। ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରଙ୍କୁ ବିଜେଡି ଟିକେଟ ଦେବ ବୋଲି ଘୋଷଣା କରିଥିଲା। ସେହି ଅନୁସାରେ ସେ ଆଜି ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ ଗ୍ରହଣ କରିଛନ୍ତି।

ଆସନ୍ତା 30 ତାରିଖ ମଙ୍ଗଳବାରରେ ରୁଦ୍ର ପ୍ରାର୍ଥୀ ପତ୍ର ଦାଖଲ କରିବେ। ସେହିଦିନ ଦେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଏପ୍ରିଲ 17 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ବର୍ତ୍ତମାନ ଏହି ଉପ ନିର୍ବାଚନ ପାଇଁ ବିଜେପି ଏବଂ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇପାରି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲିରେ କିଏ ହେବେ ବିଜେଡି ପ୍ରାର୍ଥୀ, ପ୍ରଦୀପ ମହାରଥୀଙ୍କ ପରିବାରରୁ ନା ବାହାରୁ କିଏ ! 

ଭୁବନେଶ୍ୱର: ସଦ୍ୟ ସମାପ୍ତ ଉପ ନିର୍ବାଚନରେ ଦୁଇଟି ଆସନ ହାତେଇଥିବା ବିଜୁ ଜନତା ଦଳ ଆଗକୁ ପିପିଲି ପାଇଁ ସଜ ହେଉଛି। ଏହି ବିଧାନସଭା ଆସନ ବିଜେଡି ହାତରେ ଓ ଏହା ଦିବଂଗତ ନେତା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗଡ଼ ବୋଲି ସମସ୍ତେ ଜାଣନ୍ତି। ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ସ୍ବର୍ଗତ ମହାରଥୀଙ୍କ ଅବର୍ତ୍ତମାନରେ ବିଜେଡି କର୍ମୀଙ୍କୁ ଚିନ୍ତାରେ ପକାଇଛି। କାରଣ ପ୍ରଦୀପଙ୍କ ପତ୍ନୀ ଅଧ୍ୟାପିକା, ଲେଖିକା ପ୍ରତିଭା ମହାରଥୀଙ୍କ ନାମ ଆଗାମୀ ଦିନର ପ୍ରାର୍ଥୀ ବୋଲି ଶୁଣାଯାଉଥିଲେ ବି ତାଙ୍କ ପୁତ୍ର ରୁଦ୍ରପ୍ରତାପଙ୍କ ସପକ୍ଷରେ ଯୁବ ଭୋଟର ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଅନ୍ୟ ଏକ ସୂତ୍ର ଅନୁସାରେ ଡେଲାଙ୍ଗ ଅଂଚଳର ଅଧିକାଂଶ ଭୋଟରଙ୍କ ଇଚ୍ଛା ଭିନ୍ନ ପ୍ରକାରର। ସେମାନଙ୍କ କହିବା କଥା ସ୍ବର୍ଗତ ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ ନ କରି ବିଜେଡି ଏଠାରେ ଜଣେ ନୂଆ ପ୍ରାର୍ଥୀ ଦେଉ। ଯଦି ସେଭଳି କିଛି ହୁଏ, ତେବେ ପିପିଲିରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସେଠାରେ ଅଙ୍କ କଷା ମଧ୍ୟ ଚାଲିଥିବା ଶୁଣାଯାଉଛି। ଏପରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ତରଫରୁ ଲଢି ହାରିଥିବା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିପାରନ୍ତି। ହେଲେ ପ୍ରଦୀପ ମହାରଥୀଙ୍କ ଗଡରେ ଅରୂପ ପଟ୍ଟନାୟକ କେତେ ଦୂର ପତିୟାରା ସୃଷ୍ଟି କରିପାରିବେ ତାହା ପ୍ରଶ୍ନବାଚୀ।

ପୁରୀ ଜିଲ୍ଲାରେ ବିଜେପି ତାର ପ୍ରଭାବ ବିସ୍ତାର କରୁଥିବା ନେଇ ମଧ୍ୟ ବିଜେଡି ଅନୁଭବ କରୁଥିବା ଜଣାପଡିଛି।  ତେଣୁ ପ୍ରଦୀପଙ୍କ ଭଳି ଗଡ଼ ସମ୍ଭାଳିବା ଭଳି ଜଣେ ଟାଣୁଆ ନେତା ଦରକାର ଯିଏ ଆଗାମୀ ଦିନରେ ବିଜେପିକୁ କଡା ଟକ୍କର ଦେଇପାରିବେ। ସେ ଦୃଷ୍ଟିରୁ ବିଚାରକଲେ ଅରୂପ କେତେଦୂର ଉପଯୁକ୍ତ ପ୍ରାର୍ଥୀ ହୋଇପାରିବେ ତାହା କହି ହେବ ନାହିଁ। ବର୍ତ୍ତମାନ ଅରୂପ ପଟ୍ଟନୟାକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ଘଟଣାରେ ଫସିଲେଣି। ଏପରି କ୍ଷେତ୍ରରେ ବିଜେଡି ଟିକେଟ ଦେବା ଠିକ୍ ହେବ ନାହିଁ।

କିନ୍ତୁ ଅନ୍ୟପକ୍ଷରେ ପ୍ରଦୀପଙ୍କ ଅନୁଗତଙ୍କ ଭାବନା ଅନୁସାରେ ମହାରଥୀଙ୍କ ପରିବାରରୁ ଜଣଙ୍କୁ ନିର୍ବାଚନ ଲଢ଼ିବାକୁ ଟିକଟ ମିଳିଲେ ବିଜେଡିକୁ ଅଧିକ ଫାଇଦା ମିଳିବ। କାରଣ ବିଜେଡି ଭୋଟର ଅନୁକମ୍ପା ଭୋଟ ମହାରଥୀଙ୍କ ପୁତ୍ର କିମ୍ବା ପତ୍ନୀ ଯିଏ ବି ପ୍ରାର୍ଥୀ ହେଲେ ମିଳିବ। ତେଣୁ ପିପିଲି ଉପ ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହା ଏବେ ଚର୍ଚ୍ଚାର ବିଷୟ।

ନିକଟରେ ହୋଇଥିବା ଉପନିର୍ବାଚନରେ ବିଜେପି ବାଲେଶ୍ୱର ସଦର ଆସନ ହରାଇବା ସହ ତିର୍ତ୍ତୋଲରେ ମଧ୍ୟ ପରାଜିତ ହୋଇଛି। ତେଣୁ ଯେକୌଣସି ପ୍ରକାର ପିପିଲି ଆସନ ହାତେଇବା ଲକ୍ଷ୍ୟରେ ଅଛି ବିଜେପି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର ଏ ନେଇ ଆଗୁଆ ପଦକ୍ଷେପ ମଧ୍ୟ ଆରମ୍ଭ କରିସାରିଲେଣି। ପୁରୀ ଓ ବ୍ରହ୍ମଗିରି ଆସନ ଏବେ ବିଜେପି ଅକ୍ତିଆରରେ ଥିବା ବେଳେ ଆଗାମୀ ଦିନରେ ପିପିଲି ଆସନଟିକୁ ଦଖଲ ଲକ୍ଷ୍ୟରେ ବିଜେପି ଅଛି। ତେଣୁ ପିପିଲି ଉପ ନିର୍ବାଚନ ପାଇଁ ବିଜେଡି ଏବେଠାରୁ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛି।

Categories
ବିଶେଷ ଖବର

ପିପିଲି ଉପନିର୍ବାଚନ ପାଇଁ ସଜବାଜ: ବିରୋଧୀ କଂଗ୍ରେସ, ବିଜେପି ପାଇଁ ଅଣ୍ଟା ସଳଖିବା ହେବ କଷ୍ଟକର

ଭୁବନେଶ୍ୱର: ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନରେ ବିପୁଳ ଭୋଟ ପାଇ ଶାସକ ବିଜୁ ଜନତା ଦଳ ନିଜର ଦମ୍ଭ ଦେଖାଇସାରିଛି। ଏବେ ପିପିଲିର ପାଳି। କାରଣ ଦୀର୍ଘ ବର୍ଷରୁ ପିପିଲି ନିର୍ବାଚନ ମଣ୍ଡଳୀ ବିଜେଡି ହାତରେ ରହିଛି। ଏହି ନିର୍ବାଚନ ମଣ୍ଡଳୀ ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ଗଡ଼ ଭାବେ ପରିଚିତ। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟ ପାଇ ନିର୍ବାଚନ ଲଢ଼ୁଥିବା କେଦାର ସାମନ୍ତରାୟ ଶେଷ ମୁହୂର୍ତ୍ତରେ ନିର୍ବାଚନ ମୈଦାନରୁ ଓହରି ଯାଇଥିଲେ। ଫଳରେ କଂଗ୍ରେସ ଏଠାରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା।ଏଥର ଉପନିର୍ବାଚନରେ ଅଜିତ ମଙ୍ଗରାଜ କଂଗ୍ରେସ ଟିକେଟ ପାଇବା ପାଇଁ ପୁଣି ଆଶାବାଦୀ ଅଛନ୍ତି।

ସେହିପରି ଗତ ସାଧାରଣ ନିର୍ବାଚନରେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ନିର୍ବାଚନ ଲଢ଼ି ଦ୍ଵିତୀୟ ସ୍ଥାନରେ ରହିଥିଲେ। ସେ ମଧ୍ୟ ଆଶାବାଦୀ ଏଥର ବିଜେପି ତରଫରୁ ତାଙ୍କୁ ଟିକେଟ ମିଳିବ। ସେଥିପାଇଁ ପିପିଲି ଅଂଚଳରେ ଭୋଟରଙ୍କ ନିକଟରେ ପହଂଚିବା ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା ଡ଼ଃ ସମ୍ବିତ ପାତ୍ରଙ୍କ ସହ ମିଶି ପିପିଲି ଭୋଟରଙ୍କ ନିକଟରେ ପହଂଚିବା ଆରମ୍ଭ କରିଦେଇଛନ୍ତି।

ହେଲେ ଘରେ ନ ପଶୁ ଚାଳ ବାଜିବା ପରି ଏଠାରେ ବିଜେପି ନିନ୍ଦିତ ହୋଇଯାଇଛି। ଏକ ସଭାରେ ସମ୍ବିତ ପାତ୍ରଙ୍କୁ ଲେଖାଶ୍ରୀ ସାମନ୍ତସିଂହାର ତାଙ୍କ ଭାଷଣରେ ଯେପରି ଉପରକୁ ଟେକିଲେ ତାହା ଅଡୁଆ ସୃଷ୍ଚି କରିଛି। ଲେଖାଶ୍ରୀ କହୁକହୁ କହିଦେଲେ ଯେ ପୁରୀ ଓଡିଶାରେ ବୋଲି ସମ୍ବିତ ଭାଇ ପ୍ରାର୍ଥୀ ହେବା ପରେ ଜାଣିଲେ। ଏପରି ଅଜବ କଥାକୁ ନେଇ ସାରା ଓଡିଶାରେ ତୁମ୍ବିତୋଫାନ ସୃଷ୍ଟି ହେଲା। ଫଳରେ ଏବେ ବିଜେପି ତାହାକୁ ପ୍ୟାଚ ପକାଇବା ପାଇଁ ଚେଷ୍ଠା କରିବାରେ ଲାଗିଛି।

ଏଠାରେ ବିଜେଡି ଦମ୍ଭ ଧରି ବସି ରହିଛି। ଯଦି ବିଗତ ୨୦ ବର୍ଷର ଉପନିର୍ବାଚନର ଫଳାଫଳ ଦେଖିବା ତେବେ ଦୁଇଟି ଛାଡିଦେଲେ ଅନ୍ୟ ସବୁଥିରେ ବିଜେଡି ହିଁ ବାଜିମାତ କରିଛି। ଏପରିକି ନିକଟରେ ବାଲେଶ୍ବର ସଦର ଉପନିର୍ବାଚନରେ ବିଜେପି ଆସନକୁ ବିଜେଡି ଛଡାଇ ଆଣିବାରେ ସକ୍ଷମ ହୋଇଛି। ସେହି ଦୃଷ୍ଟିରୁ ଦେଖିଲେ ପିପିଲି ଉପନିର୍ବାଚନ ବିଜେଡି ସପକ୍ଷରେ ଯିବ ବୋଲି ଅନୁମାନ କରି ହେଉଛି।

ଅନ୍ୟପକ୍ଷରେ ପ୍ରଦୀପ ମହାରଥୀ ପିପିଲିରେ ତାଙ୍କ ସଂଗଠନକୁ ଯେପରି ମଜବୁତ କରି ରଖିଛନ୍ତି ସେ ଭିତରେ କେହି ପଶିବା ସହଜ ହେବ ନାହିଁ। ସେଥିପାଇଁ ଦୁଇ ବିରୋଧୀ ଦଳ ଆଗରୁ ବାଡେଇ ଛେଚି ହେବାରେ ଲାଗିଲେଣି। ହେଲେ ବିଜେଡି ଠିକ ସମୟରେ ଠିକଣା ପଦକ୍ଷେପ ନେଇ ନିଜର ଜିତିବାକୁ ସୁନିଶ୍ଚିତ କରିବ ଏଥିରେ ସନ୍ଦେହ ନାହିଁ।