Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିପିଲିରେ କିଏ ହେବେ ବିଜେଡି ପ୍ରାର୍ଥୀ, ପ୍ରଦୀପ ମହାରଥୀଙ୍କ ପରିବାରରୁ ନା ବାହାରୁ କିଏ ! 
ବିଶେଷ ଖବର

ପିପିଲିରେ କିଏ ହେବେ ବିଜେଡି ପ୍ରାର୍ଥୀ, ପ୍ରଦୀପ ମହାରଥୀଙ୍କ ପରିବାରରୁ ନା ବାହାରୁ କିଏ ! 

December 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିପିଲିରେ କିଏ ହେବ ବିଜେଡି ପ୍ରାର୍ଥୀ, ପ୍ରଦୀପ ମହାରଥୀଙ୍କ ପରିବାରରୁ ନା ବାହାରୁ କିଏ ! ଚାଲିଛି ଅଙ୍କ କଷା

ଭୁବନେଶ୍ୱର: ସଦ୍ୟ ସମାପ୍ତ ଉପ ନିର୍ବାଚନରେ ଦୁଇଟି ଆସନ ହାତେଇଥିବା ବିଜୁ ଜନତା ଦଳ ଆଗକୁ ପିପିଲି ପାଇଁ ସଜ ହେଉଛି। ଏହି ବିଧାନସଭା ଆସନ ବିଜେଡି ହାତରେ ଓ ଏହା ଦିବଂଗତ ନେତା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗଡ଼ ବୋଲି ସମସ୍ତେ ଜାଣନ୍ତି। ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ସ୍ବର୍ଗତ ମହାରଥୀଙ୍କ ଅବର୍ତ୍ତମାନରେ ବିଜେଡି କର୍ମୀଙ୍କୁ ଚିନ୍ତାରେ ପକାଇଛି। କାରଣ ପ୍ରଦୀପଙ୍କ ପତ୍ନୀ ଅଧ୍ୟାପିକା, ଲେଖିକା ପ୍ରତିଭା ମହାରଥୀଙ୍କ ନାମ ଆଗାମୀ ଦିନର ପ୍ରାର୍ଥୀ ବୋଲି ଶୁଣାଯାଉଥିଲେ ବି ତାଙ୍କ ପୁତ୍ର ରୁଦ୍ରପ୍ରତାପଙ୍କ ସପକ୍ଷରେ ଯୁବ ଭୋଟର ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଅନ୍ୟ ଏକ ସୂତ୍ର ଅନୁସାରେ ଡେଲାଙ୍ଗ ଅଂଚଳର ଅଧିକାଂଶ ଭୋଟରଙ୍କ ଇଚ୍ଛା ଭିନ୍ନ ପ୍ରକାରର। ସେମାନଙ୍କ କହିବା କଥା ସ୍ବର୍ଗତ ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ ନ କରି ବିଜେଡି ଏଠାରେ ଜଣେ ନୂଆ ପ୍ରାର୍ଥୀ ଦେଉ। ଯଦି ସେଭଳି କିଛି ହୁଏ, ତେବେ ପିପିଲିରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସେଠାରେ ଅଙ୍କ କଷା ମଧ୍ୟ ଚାଲିଥିବା ଶୁଣାଯାଉଛି। ଏପରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ତରଫରୁ ଲଢି ହାରିଥିବା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିପାରନ୍ତି। ହେଲେ ପ୍ରଦୀପ ମହାରଥୀଙ୍କ ଗଡରେ ଅରୂପ ପଟ୍ଟନାୟକ କେତେ ଦୂର ପତିୟାରା ସୃଷ୍ଟି କରିପାରିବେ ତାହା ପ୍ରଶ୍ନବାଚୀ।

ପୁରୀ ଜିଲ୍ଲାରେ ବିଜେପି ତାର ପ୍ରଭାବ ବିସ୍ତାର କରୁଥିବା ନେଇ ମଧ୍ୟ ବିଜେଡି ଅନୁଭବ କରୁଥିବା ଜଣାପଡିଛି।  ତେଣୁ ପ୍ରଦୀପଙ୍କ ଭଳି ଗଡ଼ ସମ୍ଭାଳିବା ଭଳି ଜଣେ ଟାଣୁଆ ନେତା ଦରକାର ଯିଏ ଆଗାମୀ ଦିନରେ ବିଜେପିକୁ କଡା ଟକ୍କର ଦେଇପାରିବେ। ସେ ଦୃଷ୍ଟିରୁ ବିଚାରକଲେ ଅରୂପ କେତେଦୂର ଉପଯୁକ୍ତ ପ୍ରାର୍ଥୀ ହୋଇପାରିବେ ତାହା କହି ହେବ ନାହିଁ। ବର୍ତ୍ତମାନ ଅରୂପ ପଟ୍ଟନୟାକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ଘଟଣାରେ ଫସିଲେଣି। ଏପରି କ୍ଷେତ୍ରରେ ବିଜେଡି ଟିକେଟ ଦେବା ଠିକ୍ ହେବ ନାହିଁ।

କିନ୍ତୁ ଅନ୍ୟପକ୍ଷରେ ପ୍ରଦୀପଙ୍କ ଅନୁଗତଙ୍କ ଭାବନା ଅନୁସାରେ ମହାରଥୀଙ୍କ ପରିବାରରୁ ଜଣଙ୍କୁ ନିର୍ବାଚନ ଲଢ଼ିବାକୁ ଟିକଟ ମିଳିଲେ ବିଜେଡିକୁ ଅଧିକ ଫାଇଦା ମିଳିବ। କାରଣ ବିଜେଡି ଭୋଟର ଅନୁକମ୍ପା ଭୋଟ ମହାରଥୀଙ୍କ ପୁତ୍ର କିମ୍ବା ପତ୍ନୀ ଯିଏ ବି ପ୍ରାର୍ଥୀ ହେଲେ ମିଳିବ। ତେଣୁ ପିପିଲି ଉପ ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହା ଏବେ ଚର୍ଚ୍ଚାର ବିଷୟ।

ନିକଟରେ ହୋଇଥିବା ଉପନିର୍ବାଚନରେ ବିଜେପି ବାଲେଶ୍ୱର ସଦର ଆସନ ହରାଇବା ସହ ତିର୍ତ୍ତୋଲରେ ମଧ୍ୟ ପରାଜିତ ହୋଇଛି। ତେଣୁ ଯେକୌଣସି ପ୍ରକାର ପିପିଲି ଆସନ ହାତେଇବା ଲକ୍ଷ୍ୟରେ ଅଛି ବିଜେପି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର ଏ ନେଇ ଆଗୁଆ ପଦକ୍ଷେପ ମଧ୍ୟ ଆରମ୍ଭ କରିସାରିଲେଣି। ପୁରୀ ଓ ବ୍ରହ୍ମଗିରି ଆସନ ଏବେ ବିଜେପି ଅକ୍ତିଆରରେ ଥିବା ବେଳେ ଆଗାମୀ ଦିନରେ ପିପିଲି ଆସନଟିକୁ ଦଖଲ ଲକ୍ଷ୍ୟରେ ବିଜେପି ଅଛି। ତେଣୁ ପିପିଲି ଉପ ନିର୍ବାଚନ ପାଇଁ ବିଜେଡି ଏବେଠାରୁ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛି।

Pipili ByeElection ପିପିଲି ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026
Latest News

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.