Categories
ବିଶେଷ ଖବର ରାଜ୍ୟ ଖବର

ବିଜେପି ପ୍ରାର୍ଥୀ ହାରିଲେ ସତ, ହେଲେ ସମ୍ମାନର ସହ; କଂଗ୍ରେସ ପରି ଅପମାନିତ ହୋଇ ନୁହେଁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନ ଶେଷ ହେଲା। ଫଳାଫଳ ମଧ୍ୟ ବାହାରିଲା। ବିଜେଡି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୨୦,୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଲେ। ରାଜନୀତିରେ ହାରଜିତି ଲାଗିରହିଛି। ଜଣେ ଜିତିବ ଅନ୍ୟମାନେ ହାରିବେ। ହେଲେ ଏହି ହାରିବା ମଧ୍ୟ ରହିଛି ଦୁଇ ପ୍ରକାରର। ତାହା ହେଲା ସମ୍ମାନ ସହିତ ହାରିବା ଏବଂ ଅପମାନିତ ହୋଇ ହାରିବା।

ଏସବୁକୁ ବିଚାରକୁ ନେଲେ ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସମ୍ମାନର ସହିତ ହାରିଛନ୍ତି ବୋଲି କୁହାଯିବ। କାରଣ ବିଜେଡି ପରି ଟାଣୁଆ ଦଳ, ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ବାପାଙ୍କ ସୁଦୃଢ ସଂଗଠନ ରୁଦ୍ରଙ୍କୁ ବେଶ ସୁହାଇଲା। ପୂର୍ବରୁ ସମସ୍ତେ ଆକଳନ କରିଥିଲେ ଯେ, ପିପିଲିରେ ବିଜେଡି ନିଶ୍ଚିତ ଜିତିବ। ଏଥିସହିତ ସମସ୍ତେ ଏହା ମଧ୍ୟ ଜାଣିଥିଲେ ଯେ ବିଜେପି ଟକ୍କର ଦେବ। ଆଉ ଦେଲା ମଧ୍ୟ।

ଭୋଟ ଗଣତିରୁ ସ୍ପଷ୍ଟ ହେଲା ଯେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବେଶ ଭଲ ଟକ୍କର ଦେଇଛନ୍ତି। କାରଣ ସେ ଦୁଇଟି ରାଉଣ୍ଡରେ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗୁଆ ଥିଲେ। ଯାହାଦ୍ବାରା ଗଣିତ ଏପଟ ସେପଟ ହୋଇଯିବ ବୋଲି ଅନେକ ଭାବୁଥିଲେ। ପରିଶେଷରେ ସେ ୨୦ ହଜାର ଭୋଟରେ ହାରିଲେ।  ହେଲେ ସେ ନିଜର ଏବଂ ଦଳର ସମ୍ମାନ ରକ୍ଷା କରି ହାରିଲେ।

ଏପରି ପରିସ୍ଥିତିରେ କଂଗ୍ରେସର ପ୍ରାର୍ଥୀଙ୍କ ଦୟନୀୟ ଅବସ୍ଥା ଜଳଜଳ ହୋଇ ଦେଖାଦେଇଛି। କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ସର୍ବମୋଟ ଭୋଟ ପାଇଲେ ମାତ୍ର ୪ ହଜା ୨୬୧ ଖଣ୍ଡ ଭୋଟ। ଅର୍ଥାତ ସେ ପାଞ୍ଚ ହଜାର ଭୋଟ ମଧ୍ୟ ହାତେଇବାରେ ସକ୍ଷମ ହୋଇପାରିଲେ ନାହିଁ। ଅମାନତଠାରୁ ସେ ଢେରେ କମ ଭୋଟ ପାଇଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, କଂଗ୍ରେସ ତାହାର ଇଜ୍ଜତ ମଧ୍ୟ ରଖି ପାରିଲା ନାହିଁ।

ବର୍ତ୍ତମାନ ଏହି ନିର୍ବାଚନର ଫଳାଫଳ ସୂଚାଇ ଦେଲା ଯେ, କଂଗ୍ରେସ ଆଗାମୀ ଦିନରେ ନିରଜଂନ ପଟ୍ଟନାୟକ ନେତୃତ୍ୟରେ କଣ କରିବ। ଆସନ୍ତା ବର୍ଷ ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେବାକୁ ଯାଉଛି। ଗୋଟିଏ ନିର୍ବାଚନ ମଣ୍ଡଳିରେ ଯେଉଁ ଦଳ ପାଞ୍ଚ ହଜାର ଭୋଟ ହାତେଇ ପାରିଲା ନାହିଁ ସେ ସାରା ଓଡିଶାରେ କଣ କରିବ ତାହା ବେଶ ଅନୁମେୟ ହୋଇ ସାରିଲାଣି।

କଂଗ୍ରେସର ଏପରି ଦୟନୀୟ ଅବସ୍ଥା ପାଇଁ ପିପିଲି କଂଗ୍ରେସ ପ୍ରାର୍ଥୀ ଦାୟୀ ନୁହଁନ୍ତି। ଦାୟୀ ହେଉଛନ୍ତି ଖୋଦ ପ୍ରଦେଶ ସଭାପତି ନିରଂଜନ ପଟ୍ଟନାୟକ। କାରଣ ତାଙ୍କର ନେତୃତ୍ୟ ବର୍ତ୍ତମାନ ରାଜ୍ୟ ରାଜନୀତିରେ ପ୍ରଭାବ ପକାଇପାରୁ ନାହିଁ ବୋଲି ବାରମ୍ବାର ପ୍ରମାଣତି ହେବାରେ ଲାଗିଛି।

ଗତ ସାଧାରଣ ନିର୍ବାଚନରେ ଉଭୟ ବାପପୁଅ ମଧ୍ୟ ହାରିଲେ। ଯେତେବେଳେ ନିରଂଜନ ନିଜେ ଏବଂ ପୁଅକୁ ଜିତାଇବାର କ୍ଷମତା ନାହିଁ, ସେତେବେଳେ ଅନ୍ୟକୁ କିପରି ଜିତାଇବେ ? ଏହି ପ୍ରଶ୍ନ ମଧ୍ୟ କଂଗ୍ରେସ ମହଲରେ ସୃଷ୍ଟି ହେବାରେ ଲାଗିଛି। ଯଦି କଂଗ୍ରେସର ଏହିପରି ଅବସ୍ଥା ଲାଗି ରହେ ତେବେ ଭବିଷ୍ୟତରେ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ହଜାରକୁ ମଧ୍ୟ ଖସି ଆସିବାର ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନର ଭୋଟ ଫଳାଫଳ ସଂପର୍କରେ ଜାଣନ୍ତୁ ଏହି ୨୦ଟି ରୋଚକ କଥା

ଭୁବନେଶ୍ବର: ଶେଷରେ ପିପିଲି ଉପନିର୍ବାଚନ ଶେଷ ହୋଇଛି, ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟରେ ପରାସ୍ତ କରିଛନ୍ତି।  ତେବେ ଏହି ନିର୍ବାଚନର ଫଳାଫଳକୁ ନେଇ ଆସନ୍ତୁ ଜାଣିବା ଏହି ୨୦ଟି କଥା।

ପିପିଲିର ମୋଟ ଭୋଟର ସଂଖ୍ୟା- ୨ ଲକ୍ଷ ୨୯ ହଜାର ୫୮୩

ମୋଟ ପୁରୁଷ ଭୋଟର ସଂଖ୍ୟା- ୧ ଲକ୍ଷ ୧୯ ହଜାର ୨୦

ମୋଟ ମହିଳା ଭୋଟର ସଂଖ୍ୟା- ୧ ଲକ୍ଷ ୧୦ ହଜାର ୫୬୨

ପିପିଲି ଉପନିର୍ବାଚନରେ ମୋଟ ଭୋଟ ଗ୍ରହଣ- ୧ ଲକ୍ଷ ୮୦ ହଜାର ୯୩୦

ମୋଟ ପୋଷ୍ଟାଲ ବାଲାଟ- ୮୯୩ ଭୋଟ

ମୋଟ ବୈଧ ଭୋଟ ସଂଖ୍ୟା -୧ ଲକ୍ଷ ୮୦ ହଜାର ୯୯

ମୋଟ ରିଜେକ୍ଟ ହୋଇଥିବା ଭୋଟ- ୧୩୬ ଖଣ୍ଡ

ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା- ୧୦

ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଭୋଟ- ୯୬,୯୭୨ ଖଣ୍ଡ

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଭୋଟ- ୭୬,୦୫୬ ଖଣ୍ଡ ଭୋଟ

କଂଗ୍ରେସ ପ୍ରାର୍ଥୀ ବିଶ୍ବକେସନ ହରିଚନ୍ଦନ ମହାପାତ୍ରଙ୍କ ଭୋଟ- ୪୨୬୧ ଖଣ୍ଡ

ସିପିଆଇ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କ ଭୋଟ ସଂଖ୍ୟା- ୮୯୮ ଖଣ୍ଡ

ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରାର୍ଥୀ ଜୟ ପ୍ରକାଶ ସେଠୀଙ୍କ ଭୋଟ- ୪୫୫

କଳିଙ୍ଗ ସେନା ପ୍ରାର୍ଥୀ ପିଙ୍କଲିନ ମହାନ୍ତିଙ୍କ ଭୋଟ ସଂଖ୍ୟା- ୧୫୬ ଭୋଟ

ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ପ୍ରାର୍ଥୀ ମହମ୍ମଦ ଇମାନୁଉଦ୍ଦିନ ୨୪୪ ଭୋଟ

ଏହି ନିର୍ବାଚନରେ ଛିଡା ହୋଇଥିବା ମୋଟ ସ୍ବାଧୀନ ପ୍ରାର୍ଥୀ ସଂଖ୍ୟା- ୩ ଜଣ

ସ୍ବାଧୀନ ପ୍ରାର୍ଥୀ ନାଗେନ୍ଦ୍ର ନାଥ ମିଶ୍ରଙ୍କ ଭୋଟ- ୪୧୪,

ସ୍ବାଧୀନ ପ୍ରାର୍ଥୀ ସୁଲୋଚନା ସାହୁଙ୍କ ଭୋଟ-  ୨୬୬

ସ୍ବାଧୀନ ପ୍ରାର୍ଥୀ ସ୍ବପ୍ନେଶ୍ବର ନାୟକଙ୍କ ଭୋଟ- ୩୭୭

ନୋଟାରେ ପଡିଥିବା ମୋଟ ଭୋଟ ସଂଖ୍ୟା-୮୩୧ ଖଣ୍ଡ

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ସକାଳେ ରୁଦ୍ର ପ୍ରସାଦ ମହାରଥୀଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଥିଲେ, ଜାଣନ୍ତୁ କାରଣ କଣ ?

ଭୁବନେଶ୍ବର: ଆଜି ପିପିଲି ଉପନିର୍ବାଚନରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ବିଜୟ ଲାଭ କରିଛନ୍ତି। ତାଙ୍କର ନିକତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ହରାଇଛନ୍ତି। ଏହି ବିଜୟ ନିଶ୍ଚିତ ଭାବେ ମହାରଥୀ ପରିବାରରେ ଖୁସିର ଲହରି ଖେଳିଯାଇଛି।

ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ସକାଳେ ରୁଦ୍ର ପ୍ରସାଦ ମହାରଥୀଙ୍କ ପରିବାରର ସମସ୍ତେ ଦୁଃଖରେ ଭାଙ୍ଗି ପଡିଥିଲେ। ଆଉ ଏହାର କାରଣ ହେଲା ଆଜି ରୁଦ୍ରଙ୍କ ବାପା ତଥା ପିପିଲିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ଥିଲା ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଗତ ବର୍ଷ ଏହି ଅକ୍ଟୋବର 3 ତାରିଖରେ ସେ ଶେଷ ନିଃସ୍ବାଶ ତ୍ୟାଗ କରିଥିଲେ।

ସଂଯୋଗ ବସତଃ ଆଜି ପିପିଲି ଉପନିର୍ବାଚନର ଭୋଟ ଗଣତି ମଧ୍ୟ ଥିଲା। ଆଜି ସକାଳେ ରୁଦ୍ର ପ୍ରସାଦଙ୍କ ପରିବାରର ସମସ୍ତେ ପ୍ରଦୀପଙ୍କ ପ୍ରଥମ ବାର୍ଷିକ ପାଳନ କରିଥିଲେ। ଏହି ସମୟରେ ପରିବାରର ସମସ୍ତଙ୍କ ଆଖିରେ ଲୁହ ଝରିପଡିଥିଲା। ଗୋଟିଏ ପଟେ ପୁଅର ବିଜୟ ସମ୍ଭାବନାର ଉତ୍ସାହ ଅନ୍ୟପଟେ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ, ଉଭୟ କୋହକୁ ସମ୍ବରଣ କରିପାରି ନ ଥିଲେ ମହାରଥୀ ପରିବାର।

ଉପନିର୍ବାଚନ ଭୋଟ ଗଣତି ଥିବାରୁ ପ୍ରଦୀପ ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଯେପରି ପାଳନ କରିବା କଥା ତାହା ହୋଇପାରି ନ ଥିଲା। ହେଲେ ବିଧି ଅନୁସାରେ ଯାହା କିଛି କରାଯିବା କଥା ତାଙ୍କ ପରିବାର ତାହା ପାଳନ କରିଥିଲେ।

ଏହି ଉପଲକ୍ଷେ ପ୍ରଦୀପ ମହାରଥୀଙ୍କ ଏକ ପ୍ରତିମୂର୍ତ୍ତି ଆଜି ଅନାବରଣ କରାଯାଇଥିଲା। ଭୋଟ ଗଣତି ବେଳେ ଏହି ପ୍ରତିମୂର୍ତ୍ତିକୁ ତାଙ୍କ ପୁତ୍ର ରୁଦ୍ରପ୍ରତାପ ଅନାବରଣ କରିଥିଲେ। ସେତେବେଳକୁ ସେ ବିଜୟ ହୋଇ ନ ଥିଲେ। ପରବର୍ତ୍ତି ସମୟରେ ବିଜୟ ଘୋଷଣା ହେବା ପରେ ରୁଦ୍ରପ୍ରତାପ ବାପାଙ୍କ ପ୍ରତିମୂର୍ତ୍ତି ପାଖରେ ଆର୍ଶିବାଦ ଭିକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ କଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପିପିଲି ଜନସାଧାରଣ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ବିପୁଳ ଭୋଟରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ପ୍ରଦାନ କରିଛନ୍ତି। ଆଜି ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ହରାଇଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ଟୁଇଟ ମାଧ୍ୟମରେ କହିଛନ୍ତି ଯେ, “ବିଧାନସଭା ଉପ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳ ଆପଣମାନଙ୍କର ଦଳ। ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ।”

Categories
ଆଜିର ଖବର ରାଜ୍ୟ ଖବର

Pipili Result: ସରିଲା ୨୧ ରାଉଣ୍ଡ ଗଣତି, ବିଜେଡି ପ୍ରାର୍ଥୀ ୨୦ ହଜାର ୬୩୯ ଖଣ୍ଡ ଭୋଟରେ ଆଗୁଆ

ଭୁବନେଶ୍ବର: ପିପିଲି ଉପନିର୍ବାଚନର ଭୋଟ୍ ଗଣତିର ରାଉଣ୍ଡ ୨୧ ଫଳାଫଳ ଜଣାପଡିଛି। ସେହି ଅନୁସାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୨୦,୬୩୯ ଭୋଟରେ ଆଗୁଆ ଅଛନ୍ତି। ବିଜେଡିକୁ ୮୨ ହଜାର ୫୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୬୧ ହଜାର ୪୧୫ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସକୁ ମିଳିଛି ମାତ୍ର ୩୮୭୧ ଖଣ୍ଡ ଭୋଟ୍।

Categories
ଆଜିର ଖବର ରାଜ୍ୟ ଖବର

Pipili Result: ପିପିଲିରେ କଂଗ୍ରେସ ଟେକିଲା ହାତ, ଜାଣନ୍ତୁ କେଉଁ ଦଳ କେତେ ପାଇଛନ୍ତି ଭୋଟ

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ କଂଗ୍ରେସର ସ୍ଥିତି ପୂର୍ବ ପରି ଦୟନୀୟ ହେବାରେ ଲାଗିଛି। ପୂର୍ବ ଉପନିର୍ବାଚନ ପରି ପିପିଲି ଉପନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନାହିଁ। ବର୍ତ୍ତମାନ ଚତୁର୍ଥ ରାଉଣ୍ଡ ସୁଦ୍ଧା ଯାହା ଫଳାଫଳ ଆସିଛି ତାହା ହେଲା..

1- ରୁଦ୍ର ପ୍ରତାପ ମହାରଥୀ, ବିଜେଡି- 16 ହଜାର 968

2- ଆଶ୍ରିତ ପଟ୍ଟନାୟକ, ବିଜେପି- 11 ହଜାର 828

3- ବିଶ୍ବକେଶନ ହରିଚନ୍ଦନ ମହାପାତ୍ର- 1382

Categories
ଆଜିର ଖବର ରାଜ୍ୟ ଖବର

ପିପିଲିରେ ବିଜେଡି ଜିତିବାର ମିଳିଲା ସଙ୍କେତ, ରୁଦ୍ର ମହାରଥୀ ହୋଇପାରନ୍ତି ବିଧାୟକ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ସେଠାରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଜିତିବା ନିଶ୍ଚିତ ହୋଇଛି। କାରଣ ବର୍ତ୍ତମାନ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ 5 ହଜାର 44 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ 13 ହଜାର 611 ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ 8 ହଜାର 567 ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର 1 ହଜାର 180 ଖଣ୍ଡ ଭୋଟ ପାଇଛନ୍ତି।

ପୂର୍ବ ଉପନିର୍ବାଚନ ଟ୍ରେଣ୍ଡକୁ ଆକଳନ କଲେ ଏଥର ପିପିଲିରେ ବିଜେଡି ପ୍ରାର୍ଥୀ ଜିତିବା ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

Pipili Bye Election Result: ଶେଷ ହେଲା ପୋଷ୍ଟାଲ ବାଲଟ, ଜାରି ରହିଛି ଇଭିଏମ ଗଣତି

ଭୁବନେଶ୍ବର: ଆଜି ସକାଳ ଆଠଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପୁରୀର ପେଣ୍ଠକଟା ୱେରା ହାଉସରେ ଏହି ଗଣତି ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଥିଲା। ଏହାର 30 ମିନଟ ପରେ ଉଭୟ ପୋଷ୍ଟାଲ ଏବଂ ଇଭିଏମ ଗଣତି ଚାଲିଥିଲା। ବର୍ତ୍ତମାନ ପୋଷ୍ଟାଲ ବାଲଟ ଗଣତି ଶେଷ ହୋଇଥିବା ବେଳେ ଇଭିଏମ ଗଣତି ଚାଲିଛି।

ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଗଣିତ ସ୍ଥାନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୋଲିସ ସହିତ ରାଜ୍ୟ ଆର୍ମଡ ଫୋର୍ସ, ସିଏପିଏଫ। ପ୍ରତିଟି କାଉଣ୍ଟିଂ ହଲ ନିକଟରେ ଆର୍ମଡ ଫୋସ, କାଉଣ୍ଟି କେନ୍ଦ୍ରରେ ସିଏପିଏଫ ଏବଂ ବାହାରେ ସ୍ଥାନୀୟ ପୋଲିସ ତଦାରଖ କରିବେ। ଅପରାହ୍ନ ସୁଦ୍ଧା ଫଳାଫଳ କଣ ହେବ ତାହା ଜଣାପଡିଯିବ।

Categories
ଆଜିର ଖବର

ଆଉ କିଛି ସମୟ ପରେ ଆରମ୍ଭ ହେବ ପିପିଲି ଉପନିର୍ବାଚନ ଭୋଟ ଗଣତି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନର ଭୋଟ ଗଣତି କାର୍ଯ୍ୟ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ସକାଳ ଆଠଟାରେ ଏହି ଗଣତି ଆରମ୍ଭ ହେବ। ସେଥିପାଇଁ ପୁରୀର ପେଣ୍ଠକଟା ୱେର ହାଉସିଂରେ ସମସ୍ତ ବ୍ୟବସ୍ଥା କରାଯାଇଛି।

ପ୍ରଥମେ ବାଲଟ ଭୋଟ ଗଣତି କରାଯିବ। ଏହାର 30 ମିନଟ ପରେ ଉଭୟ ଇଭିଏମ ଏବଂ ବାଲଟ ପେପର ଭୋଟ ଗଣତି ହେବ। ସେଥିପାଇଁ ସେଠାରେ ତିନୋଟି ହଲ କରାଯାଇଛି। ପ୍ରତି ହଲରେ ସାତୋଟି ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ତିନିଜଣ ଗଣତି ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ।

ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଗଣିତ ସ୍ଥାନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୋଲିସ ସହିତ ରାଜ୍ୟ ଆର୍ମଡ ଫୋର୍ସ, ସିଏପିଏଫ। ପ୍ରତିଟି କାଉଣ୍ଟିଂ ହଲ ନିକଟରେ ଆର୍ମଡ ଫୋସ, କାଉଣ୍ଟି କେନ୍ଦ୍ରରେ ସିଏପିଏଫ ଏବଂ ବାହାରେ ସ୍ଥାନୀୟ ପୋଲିସ ତଦାରଖ କରିବେ। ଅପରାହ୍ନ ସୁଦ୍ଧା ଫଳାଫଳ କଣ ହେବ ତାହା ଜଣାପଡିଯିବ।                                                ଫଟୋ- ପୂର୍ବ ସଂଗୃହିତ

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଆସିବ ପିପିଲି ଫଳାଫଳ, କରୋନା ପାଇଁ ଏଥର ନୂଆ ପ୍ରକାରର ହେବ ଭୋଟ ଗଣତି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ସକାଳ ଆଠଟାରୁ ଆରମ୍ଭ ହେବ। ଏଥିପାଇଁ ପୁରୀର ପେଣ୍ଠକଟା ଇଭିଏମ ୱେର ହାଉସରେ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଏଥର ଭିନ୍ନ ପ୍ରକାରର ଭୋଟ ଗଣତି ହେବ। କରୋନା ପାଇଁ ଏହି ଗଣତି ପରିବେଶରେ ସଂପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।

ଏଥର ପ୍ରତି ଟେବୁଲରେ ଗଣତି ଅଧିକାରୀଙ୍କ ଆଗରେ ରହିବ ପଲିଥିନ ଚାଦର। ଏହା ଗଣତି ଅଧିକାରୀ ଓ ଏଜେଣ୍ଟ ମଧ୍ୟରେ ସଂକ୍ରାମଣକୁ ରୋକିବାରେ ସାହାଯ୍ୟ କରିବ। ଏଥିସହିତ ସମସ୍ତେ ସାନିଟାଇଜର ବ୍ୟବହାର କରିବା ସହିତ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତା ମୂଳକ କରାଯାଇଛି। ହଲ ଭିତରେ ଏଜେଣ୍ଟମାନେ ପଶିବା ପୂର୍ବରୁ ଦୁଇ ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇବେ।

ଆଜି ରାତିରେ ଏହି ଗଣତି ହଲଗୁଡିକୁ ସଂପୂର୍ଣ୍ଣ ସାନାଟାଇଜ କରାଯାଇଛି। ଆସନ୍ତାକାଲି ପ୍ରତି ରାଉଣ୍ଡ ପରେ ପୁଣି ସାଇନଟାଇଜ କରାଯିବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ଏକ ଟିମ ସେଠାରେ ମୁତୟନ କରାଯାଇଛି।

ଏହି ଗଣତି ପାଇଁ ତିନୋଟି ହଲର ବ୍ୟବସ୍ଥା କରାଯାଇଛି। ପ୍ରତି ହଲରେ ସାତୋଟି ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ତିନିଜଣ ଅଧିକାରୀ ଗଣତି କାର୍ଯ୍ୟରେ ନିୟୋଜିତ ହେବେ। ତାଙ୍କ ସମ୍ମୁଖରେ ବସି ରାଜନୈତିକ ଦଳର ଏଜେଣ୍ଟମାନେ ତାହା ଅନୁଧ୍ୟାନ କରିବେ। ଗୋଟିଏ ଟେବୁଲରେ ଜଣେ ଲେଖାଏଁ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ଦଳଗୁଡିକୁ କୁହାଯାଇଛି।

ପ୍ରତି ରାଇଣ୍ଡରେ କଣ ଫଳାଫଳ ହେଲା ତାହା ସେହି କାଉଣ୍ଟିଂ ହଲରେ ଥିବା ବଡ ମିନଟରରେ ପ୍ରଦର୍ଶିତ କରାଯିବ। ଏଥିସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ ସାଇଟରେ ମଧ୍ୟ ଫଳାଫଳକୁ ଲାଇଭ କରାଯିବ। ସେଥିପାଇଁ ନିର୍ବାଚନ ଅଧିକାରୀଙ୍କ ତରଫରୁ ଭୁବନେଶ୍ବର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୱେବସାଇଟ ହେଲା results.eci.gov.in।

ଭୋଟ ଗଣତି ସରିବା ପରେ VVPAT ଗଣତି କରାଯିବ। ସେଥିପାଇଁ ଆଖିବୁଜି ପାଞ୍ଚୋଟି ମେସିନର ସଂଖ୍ୟା ଗଣିତ କରାଯିବ। ଏହାପରେ ଇଭିଏମରେ ପଡିଥିବା ଭୋଟ ସହିତ ମେଳକ କରାଯିବ। ଭୋଟ ଗଣତି ଠିକ ଭାବରେ ପରିଚାଳନା କରିବା ଏବଂ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ଅପରାହ୍ନ ବେଳକୁ ପିପିଲିର କିଏ ହେବେ ବିଧାୟକ ତାହାର ଏକ ସ୍ପଷ୍ଟ ଚିତ୍ର ମିଳିଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପ୍ରଚାରକୁ ଆସିଲେ ନାହିଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଅଛି କିଛି ଭିତିରି କାରଣ

ଭୁବନେଶ୍ବର: ଶେଷ ହେଲା ପିପିଲି ଉପନିର୍ବାଚନ। ଫଳାଫଳ କଣ ହେବ ତାହା ଭିନ୍ନ କଥା। ହେଲେ ଏହି ଉପନିର୍ବାଚନ ରାଜ୍ୟ ରାଜନୀତିରେ କେତେକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସେଥିରୁ ଗୋଟିଏ ହେଲା ଦେଶର ବଳିଷ୍ଠ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପିପିଲି ପ୍ରଚାରରେ ସାମିଲ ନ ହେବା।

ଅଶ୍ବିନୀ ନୂଆ ମନ୍ତ୍ରୀ ହେବା ପରେ ଏହି ପିପିଲି ଉପନିର୍ବାଚନ ଥିଲା ତାଙ୍କ ପାଇଁ ପ୍ରଥମ। ସେଥିପାଇଁ ତାଙ୍କ ନାମ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଥିଲା। ଏଥିସହିତ ଓଡିଶାର ଆଉ ଦୁଇମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ଥିଲା। ସେଥିରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ। ହେଲେ ଏହି ପ୍ରଚାରରୁ ନିଜକୁ ଦୂରେଇ ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଯାହାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ।

ଯେତେବେଳେ ବିଜେପିର ଷ୍ଟାର ପ୍ରଚାରକ ତାଲିକା ବାହାରିଲା ସେତେବେଳେ ଅଶ୍ବିନୀଙ୍କ ନାମକୁ ଦେଖି ପିପିଲିର ବିଜେପି କର୍ମୀ ବେଶ୍ ଉତ୍ସାହିତ ହୋଇପଡିଥିଲେ। କାରଣ ଥିଲା ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଅପେକ୍ଷା ଲୋକେ ଅଶ୍ବିନୀ ବୈଷ୍ଣବଙ୍କୁ ଅଧିକ ପସନ୍ଦ କରୁଛନ୍ତି। ସେ ଆସିଲେ ପ୍ରଚାରର ନିଶ୍ଚିତ ଗୁରୁତ୍ବ ବଢିବ ବୋଲି କର୍ମୀମାନେ ଆଶା ରଖିଥିଲେ। ହେଲେ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ତାହା ସମ୍ଭବ ହେଲା ନାହିଁ।

ଅଶ୍ବିନୀ ବୈଷ୍ଣବ ପିପିଲି ଉପନିର୍ବାଚନ ନ ଆସିବା ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ଆଲୋଚନା ଚାଲିଛି। ହେଲେ ପ୍ରକୃତ କଥା ହେଲା ଯେ ସେ ପ୍ରଚାରକୁ ଆସିଲେ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ବିରୋଧ କରିପାରିବେ ନାହିଁ। ଏପରି ଏକ ଅଡୁଆ ପରିସ୍ଥିତିରେ ପଡି ସେ ଏହି ପ୍ରଚାରକୁ ଆସିପାରିଲେ ନାହିଁ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଅଶ୍ବିନୀଙ୍କ ପାଇଁ ଆଉ ଏକ ଅସୁବିଧା ହେଲା ଯଦି କୌଣସି ଚାପରେ ଯଦି ସେ ପ୍ରଚାରରେ ଆସି ବିଜେଡି ବିରୋଧରେ କହିଥାଆନ୍ତେ ତେବେ ତାହାକୁ ଲୋକେ ଗ୍ରହଣ କରି ନ ଥାଆନ୍ତେ। କାରଣ ନବୀନଙ୍କ ଆର୍ଶିବାଦରେ ସେ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଛନ୍ତି। ତାଙ୍କ ବିରୋଧରେ କହିଥିଲେ ଲୋକେ ତାଙ୍କୁ ନିଶ୍ଚିତ ବିଶ୍ବାସଘାତକ ବୋଲି କହିବାକୁ ପଛେଇ ନଥାନ୍ତେ।

ଏସବୁ କାରଣ ନେଇ ଅଶ୍ବିନୀ ପିପିଲି ପ୍ରଚାରରୁ ନିଜକୁ ଦୂରେଇ ରଖିଲେ। ତେବେ ପ୍ରଶ୍ନ ଉଠୁଛି ଯେ, ସେ କେତେଦିନ ଏପରି ନିଜକୁ ଦୂରେଇ ରଖିବେ। କାରଣ ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ଆସୁଛି। ଏପରି କ୍ଷେତ୍ରରେ ବିଜେପି କର୍ମି ଅଶ୍ବିନୀ ବୈଷ୍ଣବ ପ୍ରଚାର କରନ୍ତୁ ବୋଲି ଚାହିଁବେ। ସେତେବେଳେ ସେ କେତେ ଲୁଚି ରହିବେ ତାହା ସନ୍ଦେହ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

Pipili ByeElection: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି ହୋଇଛି ୨୦ ଟି ଆଦର୍ଶ ବୁଥ

ଭୁବନେଶ୍ବର: ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଆଗ୍ରହ ସୃଷ୍ଟି ନିମନ୍ତେ ପିପିଲିି ଉପନିର୍ବାଚନରେ ନିଆଯାଇଛି ଏକ ପଦକ୍ଷେପ। ତାହା ହେଲା ଏହି ଉପନିର୍ବାଚନରେ ୨୦ଟି ଆଦର୍ଶ ବୁଥ କରାଯାଇଛି। ଏହି ବୁଥକୁ ବେଶ୍ ସାଜସଜା କରାଯିବା ସହିତ ଭୋଟରମାନଙ୍କୁ ସ୍ବାଗତ କରିବାର ବ୍ୟବସ୍ଥା କରାଯାଇଛି। ଥର କରୋନା ପାଇଁ

ପିପିଲି ଉପନିର୍ବାଚନ ପାଇଁ ସମୁଦାୟ ୩୪୮ ପୁଲିଂ ବୁଥ କରାଯାଇଛି। ଏଥିରେ ସମୁଦାୟ ୧୪୯୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ମଧ୍ୟରେ ୯୮ ଜଣ ସଂରକ୍ଷିତ କର୍ମଚାରୀ ମଧ୍ୟ ଅଛନ୍ତି । ଏତଦ୍ ବ୍ୟତୀତ ବୁଥ୍ ବାହାରେ ରହି ନିର୍ବାଚନ କାର୍ଯ୍ୟ କରିବା ନିମନ୍ତେ ଅତିରିକ୍ତ ୬୯୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ଏହି କର୍ମଚାରୀ ମାନେ ବିଶେଷ ଭାବରେ କୋଭିଡ ନିୟମାବଳୀ ପାଳନ ସମ୍ପର୍କରେ କାର୍ଯ୍ୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

Pipili ByeElection: ଦିନ 1ଟାଏ ସୁଦ୍ଧା ପିପିଲି ଉପନିର୍ବାଚନ ମତଦାନ ହାର ହେଲା 45. 32 ପ୍ରତିଶତ

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ଭୋଟରମାନେ ଭୋଟ ଦାନ କରିବାରେ ଆଗ୍ରହ ପ୍ରକାଶ କରିଛନ୍ତି। ଫଳରେ ଦିନ 1 ଟା ସୁଦ୍ଧା 45.32  ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି। କେତେକ ସ୍ଥାନରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ତାହା ବଦଳଯାଇ ଭୋଟ ଗ୍ରହଣ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ: ଦିନ 11 ଟା ସୁଦ୍ଧା 24. 76 ପ୍ରତିଶତ ମତଦାନ

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ଭୋଟରମାନେ ଭୋଟ ଦାନ କରିବାରେ ଆଗ୍ରହ ପ୍ରକାଶ କରିଛନ୍ତି। ଫଳରେ ଦିନ 11 ଟା ସୁଦ୍ଧା 24.76 ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି। କେତେକ ସ୍ଥାନରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ତାହା ବଦଳଯାଇ ଭୋଟ ଗ୍ରହଣ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ମତଦାନ

ଭୁବନେଶ୍ବର: ଆଜି ସକାଳୁ ପିପିଲି ଉପନିର୍ବାଚନ ପାଇଁ ତାଲିଛି ମତଦାନ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ମତଦାନ ହୋଇଛି । ଏହି ଉପନିର୍ବାଚନରେ ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସକାଳ ୭ଟାରୁ ବୁଥ୍ ଗୁଡ଼ିକରେ ଲୋକେ ସେମାନଙ୍କ ମତ ସାବ୍ୟସ୍ତ କରୁଥିବା ବେଳେ ୪ଟି ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ଫଳରେ ଉକ୍ତ ବୁଥ୍ ଗୁଡ଼ିକରେ କିଛି ସମୟ ଧରି ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା।

ଏଥର କରୋନା ପାଇଁ ପିପିଲିର ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି। ଏଥର ୩୪୮ ବୁଥ୍ କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା ରୋକିବା କରିବା ପାଇଁ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ୱେବ୍‌କାଷ୍ଟିଂ ଓ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ସେହିପରି ୨୩ଟି ବୁଥ୍‌ରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ତିନି କମ୍ପାନୀ ବିଏସ୍ଏଫଙ୍କ ସହ ଦୁଇ ହଜାର ପୁଲିସ କର୍ମଚାରୀ ନିୟୋଜିତ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ସହ ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ତିନି କମ୍ପାନୀ ବି.ଏସ୍.ଏଫଙ୍କ ସହ ପ୍ରାୟ ୨୦୦୦ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ପୁରୀ ଅରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୩୨ ଗୋଟି ମୋବାଇଲ ସୁରକ୍ଷା ଦଳ ଗଠନ କରାଯାଇଛି ଯାହାକୁ କି ୭ ଜଣ ଡି.ଏସ୍.ପି ଓ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହାୟତା କରିବେ ।

ନିର୍ବାଚନ ମଣ୍ଡଳୀର ୩୪୮ ଗୋଟି ବୁଥ୍ ମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି । ଏହି ସବୁ ବୁଥ୍ ଗୁଡିକରେ କେନ୍ଦ୍ରୀୟ ସସସ୍ତ୍ର ବଳ ଏବଂ ମାଇକ୍ରୋ ଅବଜରଭର,  ଓ୍ୱେବ୍ କ୍ୟାମେରା ଇତ୍ୟାଦିକୁ ମୁତୟନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ନିର୍ବାଚନ କାର୍ଯ୍ୟରେ ମୋଟ ୪୩୨ ଗୋଟି ଯାନ ନିୟୋଜିତ କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସରକାରୀ କର୍ମଚାରୀ, ପୁଲିସ୍ କର୍ମଚାରୀ, ବାହାରର କର୍ମଚାରୀ ଯଥା-ଯାନ ଚାଳକ, କ୍ୟାମେରା ମ୍ୟାନ୍ ଇତ୍ୟାଦି ସମସ୍ତଙ୍କୁ କୋଭି଼ଡ୍ ଟିକା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ କରାଯାଇଛି ।

ସେହିପରି ଅନୂରୁପ ଭାବେ ସମସ୍ତ ପ୍ରାର୍ଥୀ ମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ନିର୍ବାଚନ ଏଜେଣ୍ଟ, ଗଣତି ଏଜେଣ୍ଟ ଇତ୍ୟାଦିଙ୍କୁ ସମ୍ପୁର୍ଣ୍ଣ କୋଭିଡ ଟୀକା ପ୍ରଦାନ କରାଯାଇଛି । ଏଥି ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ପୁରୀ, ଡେଲାଙ୍ଗ ଓ ପିପିଲିରେ ସ୍ୱତନ୍ତ୍ର କୋଭିଡ୍ ଟୀକାକରଣ କ୍ୟାମ୍ଫ୍ ଆୟୋଜିତ ହୋଇଥିଲା ।

ପିପିଲି ଉପନିର୍ବାଚନ ନିମନ୍ତେ ମୋଟରେ ୩୪୮ ଗୋଟି ବ୍ୟାଲଟ ୟୁନିଟ୍ , ୩୪୮ ଗୋଟି କଣ୍ଟ୍ରୋଲ ୟୁନିଟ୍ ଓ ୩୪୮ ଗୋଟି ଭି.ଭି.ପ୍ୟାଟ୍ କୁ ନିୟୋଜିତ କରାଯାଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ଇ.ଭି.ଏମ୍ କୁ ଗଚ୍ଛିତ କରି ରଖାଯାଇଛି । ନିର୍ବାଚନ ସମୟରେ ଇ.ଭି.ଏମ ରେ କୈଣସି ପ୍ରକାର ତ୍ରୁଟିକୁ ସୁଧାରିବା ନିମନ୍ତେ ହାଇଦ୍ରାବଦରୁ ଆସିଥିବା ୮ ଜଣ ଇଞ୍ଜିନିୟର ମାନଙ୍କୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ଦିନଟି କର୍ମଚାରୀଙ୍କର ସବୈତିନିକ ଛୁଟି ଘୋଷଣା

ଭୁବନେଶ୍ବର: ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଦିନ ଅର୍ଥାତ୍ ତା ୩୦-୦୯- ୨୦୨୧ ରିଖରେ ନିର୍ବାଚନ ମଣ୍ଡଳୀରେ ଭୋଟର ମାନଙ୍କ ପାଇଁ ସବୈତିନିକ ଛୁଟି ମଞ୍ଜୁର କରାଯାଇଛି।

ଏତଦ୍ ବ୍ୟତୀତ ବାଣିଜ୍ୟିକ ଅନୁଷ୍ଠାନ ଓ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ ଭୋଟର ହୋଇଥିବେ ସେମାନଙ୍କ ପାଇଁ ମଧ୍ୟ ସବୈତିନିକ ଛୁଟି ଘୋଷଣା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବା ନିମନ୍ତେ ପିପିଲି ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିବେଦନ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ସରିଲା ଲଢେଇ: ଆସନ୍ତାକାଲି ପିପିଲି ଉପନିର୍ବାଚନ, ନିୟୋଜିତ ହେଲେ ୩୪୮ ଟି ପୁଲିଂ ପାର୍ଟି

ଭୁବନେଶ୍ବର: କୋଭିଡ୍-୧୯ ମହାମାରୀ ଯୋଗୁଁ ସ୍ଥଗିତ ଥିବା ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୁରୁବାର ଦିନ ଭୋଟ ଗ୍ରହଣ ହେବ। ସେଥିପାଇଁ ଚୁଡାନ୍ତ ପ୍ରସ୍ତୁତି ହୋଇ ସାରିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ପ୍ରକାଶ କରିଛନ୍ତି।ଏଥର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ନିରବ ସମୟ ୪୮ ଘଣ୍ଟାରୁ ୭୨ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଫଳରେ ମତଦାନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଛି। ସେହି ଅନୁସାରେ ମଙ୍ଗଳବାର ବୁଧବାର ଦୁଇଦିନ ପାଇଁ ପ୍ରଚାର ବନ୍ଦ କରାଯାଇଛି।

ଉପନିର୍ବାଚନ ପାଇଁ ସମୁଦାୟ ୩୪୮ ଗୋଟି ପୁଲିଂ ପାର୍ଟି ନିୟୋଜିତ ହୋଇ ବୁଥ୍ ମାନଙ୍କୁ ଯିବେ । କୋଭିଡ-୧୯ ଦୃଷ୍ଟି କୋଣରୁ ନିୟୋଜିତ ହୋଇଥିବା ପୁଲିଂ ପାର୍ଟିମାନଙ୍କୁ ତିନି ଗୋଟି ପର୍ଯ୍ୟାୟରେ ବୁଥଗୁଡିକୁ ପ୍ରେରଣ କରାଯିବାକୁ ସ୍ଥିର କରାଯାଇଛି । ସକାଳ ୬ ଟା ୩୦ ମିନିଟ ରୁ ସକାଳ ୧୦ ଟା ଯାଏ ପ୍ରଥମ ପର୍ଯ୍ୟାୟ, ୧୦ ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଦ୍ୱତୀୟ ପର୍ଯ୍ୟାୟ ଏବଂ ଅପରାହ୍ନ ୧ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଏହି ପରି ଭାବରେ ପୁଲିଂ ପାର୍ଟି ମାନଙ୍କୁ ବୁଥ୍ ଗୁଡିକୁ କଡା କୋଭିଡ୍ କଟକଣା ମଧ୍ୟରେ ପ୍ରେରଣ କରାଯାଉଛି ।

ଉପନିର୍ବାଚନ କାର୍ଯ୍ୟରେ ସମୁଦାୟ ୧୪୯୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ମଧ୍ୟରେ ୯୮ ଜଣ ସଂରକ୍ଷିତ କର୍ମଚାରୀ ମଧ୍ୟ ଅଛନ୍ତି । ଏତଦ୍ ବ୍ୟତୀତ ବୁଥ୍ ବାହାରେ ରହି ନିର୍ବାଚନ କାର‌୍ୟ୍ୟ କରିବା ନିମନ୍ତେ ଅତିରିକ୍ତ ୬୯୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ଏହି କର୍ମଚାରୀ ମାନେ ବିଶେଷ ଭାବରେ କୋଭିଡ ନିୟମାବଳୀ ପାଳନ ସମ୍ପର୍କରେ କାର୍ଯ୍ୟ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ବରିଷ୍ଠ ନାଗରିକ ୮୦ ବର୍ଷରୁ ଉର୍ଦ୍ଧ୍ୱ, ଦିବ୍ୟାଙ୍ଗ ଏବଂ ସଂଦିଗ୍ଧ କୋଭିଡ ଆକ୍ରାନ୍ତ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ କରାଯିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ଓ ୯୨୪ ଜଣଙ୍କୁ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଭୋଟ ଦେବା ନିମନ୍ତେ ଚିହ୍ନଟ କରାଯାଇଛି । ପ୍ରତି ଭୋଟରଙ୍କୁ ଭୋଟର ତାଲିକାରେ ଥିବା ସେମାନଙ୍କର କ୍ରମିକ ସଂଖ୍ୟା ଓ ବୁଥ୍ ସଂପର୍କରେ ଆଗୁଆ ସୂଚନା ଦେବା ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ପ୍ରଶାସନ ତରଫରୁ ସମସ୍ତ ଭୋଟର ମାନଙ୍କୁ ଚିରକୁଟ ବାଣ୍ଟିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ମୋଟ୍ ୩୦୦୯ ଜଣ ଦିବ୍ୟାଙ୍ଗ ଭୋଟର ମାନଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଘରୁ ମତଦାନ କେନ୍ଦ୍ରକୁ ନେବା ଆଣିବା ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରାକାରର ବ୍ୟବସ୍ଥା କରାଯାଇଛି। ବୁଥରେ ସେମାନଙ୍କ ପାଇଁ ରାମ୍ଫ ଓ ହ୍ୱିଲ୍ ଚେୟାରର ବ୍ୟବସ୍ଥା କରାଯିବା ସହ ମତଦାନ କେନ୍ଦ୍ର ମଧ୍ୟରେ ସହାୟତା ନିମନ୍ତେ ସ୍ୱେଚ୍ଛାସେବକ ନିଯୁକ୍ତ କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଦ୍ୱାରା କୋଭିଡ ମୁକ୍ତ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ଜାରୀ ହେଲା କୋଭିଡ କଟକଣା , ବୁଥ ସଂଖ୍ୟା ବୃଦ୍ଧି

ଭୁବନେଶ୍ବର: ଚଳିତମାସ 30 ତାରିଖରେ ହେବ ପିପିଲି ବିଧାନସଭାର ଉପନିର୍ବାଚନ। ତେବେ କରୋନା କଟକଣା ଭିତରେ ଏହି ଉପନିର୍ବାଚନ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଚେଷ୍ଠା ଜାରୀ ରଖିଛନ୍ତି। ପ୍ରଚାର ଏବଂ ଭୋଗ ଗ୍ରହଣ ବେଳେ ଯେପରି ସଂକ୍ରାମଣ ବୃଦ୍ଧି ନ ପାଏ ସେଥିପାଇଁ ବିଭିନ୍ନ ନିତିନିୟମ ଜାରୀ ହେବାରେ ଲାଗିଛି।

ସେହି ଅନୁସାରେ ଏହି ଉପନିର୍ବାଚନ ପରିଚାଳନାରେ ଭାଗ ନେବାକୁ ଥିବା ଅଧିକାରୀମାନେ ଡବଲ ଡୋଜ ଟିକା ନେବା ବାଧ୍ୟତା ମୂଳକ କରାଯାଇଛି। ଅର୍ଥାତ ଯେଉଁମାନେ ଡବଲ ଡୋଜ ଟିକା ଗ୍ରହଣ କରିଥିବେ ସେମାନଙ୍କୁ ଭୋଟ କାର୍ଯ୍ୟରେ ନିୟୋଜିତ କରାଯିବ। ଏହାକୁ ଜିଲ୍ଲାପାଳ ତଦାରଖ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସେହିପରି ଭୋଗଗ୍ରହଣ ସମୟରେ ବୁଥର ଭିଡ କମାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ ସଂଖ୍ୟାକୁ ୭୫କୁ ବୃଦ୍ଧି କରିଛନ୍ତି। ଫଳରେ ମୋଟ 262ଟି ବୁଥରେ ଏଥର ଭୋଟ ଗ୍ରହଣ ହେବ ବୋଲି ଜଣାପଡିଛି।

ପିପିଲି ଉପନିର୍ବାନ ଦୁଇଥର ସ୍ଥଗିତ ପରେ ବର୍ତ୍ତମାନ ଉପନିର୍ବାଚନ ହେବାକୁ ଯାଉଛି। ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ଘୋଷଣା କରାଯାଇଥିଲା। କରୋନା ସମୟରେ ଏହି ଉପନିର୍ବାଚନ କରିବା ବେଳେ କଂଗ୍ରେସ ପ୍ରାର୍ଥ ଅଜିତ ମହ୍ଗରାଜଙ୍କର ମୃତ୍ୟୁ ହେଲା। ଫଳରେ ଏହାକୁ ସ୍ଥଗିତ କରାଗଲା। କଂଗ୍ରେସ ନୂଆ ପ୍ରାର୍ଥୀ ଦେବା ପରେ ପୁଣି ନୂଆ ତାରିଖ ଘୋଷଣା କରାଗଲା। ହେଲେ ସେତେବେଳେ କରୋନା ସ୍ଥିତି ଭୟଙ୍କର ହେବାରୁ ପୁଣି ଏହି ଉପନିର୍ବାଚନକୁ ସ୍ଥଗିତ କରାଗଲା।

ଦୁଇଥର ସ୍ଥଗିତ ପରେ ବର୍ତ୍ତମାନ ଆସନ୍ତା 30 ତାରିଖରେ ଉପନିର୍ବାଚନ ହେବ ବୋଲି ତାରିଖ ନିର୍ଦ୍ଧାରିତ ହୋଇଛି। ଏଥିରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ଏହି ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ସଂକ୍ରମଣକୁ ଦେଖି ନିର୍ବାଚନ କମିଶନ ନେଲେ ବଡ ନିଷ୍ପତ୍ତି: ସ୍ଥଗିତ ରଖିଲେ ପିପିଲି ଉପନିର୍ବାଚନ

ଭୁବନେଶ୍ଵର: ପୁଣିଥରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣକୁ ଦେଖି ନିର୍ବାଚନ କମିଶନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୬ ତାରିଖରେ ଏହି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ବୋଲି ଘୋଷଣା ହୋଇଥିଲା। ଏହି ଉପନିର୍ବାଚନ ଘୁଞ୍ଚିବା ଲାଗି ପୂର୍ବରୁ ହାଇକୋର୍ଟରେ ମଧ୍ୟ ଏକ ଜନ ସ୍ଵାର୍ଥ ମାମଲା ଦାୟର କରାଯାଇଥିଲା।

ତେବେ ପିପିଲି ଭଳି ପଶ୍ଚିମବଙ୍ଗର ଦୁଇଟ ଆସନ ପାଇଁ ଥିବା ଉପନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ହେଲେ ଏହା କେଉଁ ତାରିଖରେ ହେବ ତାହା ଏବେ ସ୍ପଷ୍ଟ ସୂଚନା ମିଳିନି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ କଂଗ୍ରେସର ଦାବି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କଂଗ୍ରେସ ଦଳର ଏକ ଟିମ୍ ଭେଟିଛି। ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ଵରେ କଂଗ୍ରେସର ୪ ଜଣିଆ ଟିମ୍ ଆଜି ସିଇଓଙ୍କୁ ଭେଟିଛି। କରୋନା ସଂକ୍ରମଣ ବଢୁଥିବାରୁ ପିପିଲି ଉପନିର୍ବାଚନ ତାରିଖକୁ ଘୁଞ୍ଚାଇବା ପାଇଁ ସିଇଓଙ୍କ ନିକଟରେ ଦାବି କରିଛି।

ଆସନ୍ତା ମାସ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଦାନ ହେବାକୁ ଥିବା ବେଳେ ୧୯ ତାରିଖରେ ଭୋଟ ଗଣତି ହେବ। କିନ୍ତୁ ଏପ୍ରିଲ ୧୭ ତାରିଖରେ ଏହି ନିର୍ବାଚନ ହେବାର ଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।