ପିପିଲି ଉପନିର୍ବାଚନ ପାଇଁ ଜାରୀ ହେଲା କୋଭିଡ କଟକଣା , ବୁଥ ସଂଖ୍ୟା ବୃଦ୍ଧି

Published: Sep 16, 2021, 11:24 am IST

ଭୁବନେଶ୍ବର: ଚଳିତମାସ 30 ତାରିଖରେ ହେବ ପିପିଲି ବିଧାନସଭାର ଉପନିର୍ବାଚନ। ତେବେ କରୋନା କଟକଣା ଭିତରେ ଏହି ଉପନିର୍ବାଚନ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଚେଷ୍ଠା ଜାରୀ ରଖିଛନ୍ତି। ପ୍ରଚାର ଏବଂ ଭୋଗ ଗ୍ରହଣ ବେଳେ ଯେପରି ସଂକ୍ରାମଣ ବୃଦ୍ଧି ନ ପାଏ ସେଥିପାଇଁ ବିଭିନ୍ନ ନିତିନିୟମ ଜାରୀ ହେବାରେ ଲାଗିଛି।

ସେହି ଅନୁସାରେ ଏହି ଉପନିର୍ବାଚନ ପରିଚାଳନାରେ ଭାଗ ନେବାକୁ ଥିବା ଅଧିକାରୀମାନେ ଡବଲ ଡୋଜ ଟିକା ନେବା ବାଧ୍ୟତା ମୂଳକ କରାଯାଇଛି। ଅର୍ଥାତ ଯେଉଁମାନେ ଡବଲ ଡୋଜ ଟିକା ଗ୍ରହଣ କରିଥିବେ ସେମାନଙ୍କୁ ଭୋଟ କାର୍ଯ୍ୟରେ ନିୟୋଜିତ କରାଯିବ। ଏହାକୁ ଜିଲ୍ଲାପାଳ ତଦାରଖ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସେହିପରି ଭୋଗଗ୍ରହଣ ସମୟରେ ବୁଥର ଭିଡ କମାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ ସଂଖ୍ୟାକୁ ୭୫କୁ ବୃଦ୍ଧି କରିଛନ୍ତି। ଫଳରେ ମୋଟ 262ଟି ବୁଥରେ ଏଥର ଭୋଟ ଗ୍ରହଣ ହେବ ବୋଲି ଜଣାପଡିଛି।

ପିପିଲି ଉପନିର୍ବାନ ଦୁଇଥର ସ୍ଥଗିତ ପରେ ବର୍ତ୍ତମାନ ଉପନିର୍ବାଚନ ହେବାକୁ ଯାଉଛି। ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ଘୋଷଣା କରାଯାଇଥିଲା। କରୋନା ସମୟରେ ଏହି ଉପନିର୍ବାଚନ କରିବା ବେଳେ କଂଗ୍ରେସ ପ୍ରାର୍ଥ ଅଜିତ ମହ୍ଗରାଜଙ୍କର ମୃତ୍ୟୁ ହେଲା। ଫଳରେ ଏହାକୁ ସ୍ଥଗିତ କରାଗଲା। କଂଗ୍ରେସ ନୂଆ ପ୍ରାର୍ଥୀ ଦେବା ପରେ ପୁଣି ନୂଆ ତାରିଖ ଘୋଷଣା କରାଗଲା। ହେଲେ ସେତେବେଳେ କରୋନା ସ୍ଥିତି ଭୟଙ୍କର ହେବାରୁ ପୁଣି ଏହି ଉପନିର୍ବାଚନକୁ ସ୍ଥଗିତ କରାଗଲା।

ଦୁଇଥର ସ୍ଥଗିତ ପରେ ବର୍ତ୍ତମାନ ଆସନ୍ତା 30 ତାରିଖରେ ଉପନିର୍ବାଚନ ହେବ ବୋଲି ତାରିଖ ନିର୍ଦ୍ଧାରିତ ହୋଇଛି। ଏଥିରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ଏହି ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି।

Related posts