Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ସକାଳେ ରୁଦ୍ର ପ୍ରସାଦ ମହାରଥୀଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଥିଲେ, ଜାଣନ୍ତୁ କାରଣ କଣ ?
ବିଶେଷ ଖବର

ଆଜି ସକାଳେ ରୁଦ୍ର ପ୍ରସାଦ ମହାରଥୀଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଥିଲେ, ଜାଣନ୍ତୁ କାରଣ କଣ ?

October 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ସକାଳେ ରୁଦ୍ର ପ୍ରସାଦ ମହାରଥୀଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଥିଲେ, ଜାଣନ୍ତୁ କାରଣ କଣ ?

ଭୁବନେଶ୍ବର: ଆଜି ପିପିଲି ଉପନିର୍ବାଚନରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ବିଜୟ ଲାଭ କରିଛନ୍ତି। ତାଙ୍କର ନିକତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ହରାଇଛନ୍ତି। ଏହି ବିଜୟ ନିଶ୍ଚିତ ଭାବେ ମହାରଥୀ ପରିବାରରେ ଖୁସିର ଲହରି ଖେଳିଯାଇଛି।

ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ସକାଳେ ରୁଦ୍ର ପ୍ରସାଦ ମହାରଥୀଙ୍କ ପରିବାରର ସମସ୍ତେ ଦୁଃଖରେ ଭାଙ୍ଗି ପଡିଥିଲେ। ଆଉ ଏହାର କାରଣ ହେଲା ଆଜି ରୁଦ୍ରଙ୍କ ବାପା ତଥା ପିପିଲିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ଥିଲା ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଗତ ବର୍ଷ ଏହି ଅକ୍ଟୋବର 3 ତାରିଖରେ ସେ ଶେଷ ନିଃସ୍ବାଶ ତ୍ୟାଗ କରିଥିଲେ।

ସଂଯୋଗ ବସତଃ ଆଜି ପିପିଲି ଉପନିର୍ବାଚନର ଭୋଟ ଗଣତି ମଧ୍ୟ ଥିଲା। ଆଜି ସକାଳେ ରୁଦ୍ର ପ୍ରସାଦଙ୍କ ପରିବାରର ସମସ୍ତେ ପ୍ରଦୀପଙ୍କ ପ୍ରଥମ ବାର୍ଷିକ ପାଳନ କରିଥିଲେ। ଏହି ସମୟରେ ପରିବାରର ସମସ୍ତଙ୍କ ଆଖିରେ ଲୁହ ଝରିପଡିଥିଲା। ଗୋଟିଏ ପଟେ ପୁଅର ବିଜୟ ସମ୍ଭାବନାର ଉତ୍ସାହ ଅନ୍ୟପଟେ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ, ଉଭୟ କୋହକୁ ସମ୍ବରଣ କରିପାରି ନ ଥିଲେ ମହାରଥୀ ପରିବାର।

ଉପନିର୍ବାଚନ ଭୋଟ ଗଣତି ଥିବାରୁ ପ୍ରଦୀପ ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଯେପରି ପାଳନ କରିବା କଥା ତାହା ହୋଇପାରି ନ ଥିଲା। ହେଲେ ବିଧି ଅନୁସାରେ ଯାହା କିଛି କରାଯିବା କଥା ତାଙ୍କ ପରିବାର ତାହା ପାଳନ କରିଥିଲେ।

ଏହି ଉପଲକ୍ଷେ ପ୍ରଦୀପ ମହାରଥୀଙ୍କ ଏକ ପ୍ରତିମୂର୍ତ୍ତି ଆଜି ଅନାବରଣ କରାଯାଇଥିଲା। ଭୋଟ ଗଣତି ବେଳେ ଏହି ପ୍ରତିମୂର୍ତ୍ତିକୁ ତାଙ୍କ ପୁତ୍ର ରୁଦ୍ରପ୍ରତାପ ଅନାବରଣ କରିଥିଲେ। ସେତେବେଳକୁ ସେ ବିଜୟ ହୋଇ ନ ଥିଲେ। ପରବର୍ତ୍ତି ସମୟରେ ବିଜୟ ଘୋଷଣା ହେବା ପରେ ରୁଦ୍ରପ୍ରତାପ ବାପାଙ୍କ ପ୍ରତିମୂର୍ତ୍ତି ପାଖରେ ଆର୍ଶିବାଦ ଭିକ୍ଷା କରିଥିଲେ।

ପିପିଲି ଉପନିର୍ବାଚନ ପ୍ରଦୀପ ମହାରଥୀ ରୁଦ୍ର ପ୍ରସାଦ ମହାରଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ଇଭି ଭଡା ଦେୟ ଧାର୍ଯ୍ୟ କଲେ ସରକାର

June 4, 2026
Latest News

ଟି-୨୦ ଦଳର କିଏ ହେବ ପରବର୍ତ୍ତୀ ଅଧିନାୟକ?: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବିସିସିଆଇ ର ଏହି ନିଷ୍ପତ୍ତି

June 5, 2026

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

ସାଇଲେଣ୍ଟ କିଲର କିଡନୀ ରୋଗ: ଡେରି ହେବା ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

June 5, 2026

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.