Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାଢୀ ପ୍ରେମୀଙ୍କ ପାଇଁ ଆଜି ଭୁବନେଶ୍ବରରେ ପାଳନ ହେଲା ‘ପିତ୍ତଳ ଶାଢୀ ଦିବସ’

ଭୁବନେଶ୍ୱର, ଶାଢୀ ମଧ୍ୟରେ ପିତଳ ସୁତା ଶାଢୀ ଗ୍ରାହକ ମାନଙ୍କର ପ୍ରଥମ ପସନ୍ଦ। ପିତଳ ଶାଢୀର ଗଠନ ଓ ପରିପାଟୀ ଅତି କମନୀୟ। ଏହା ଆଧୁନିକ ପରିପାଟୀର ବସ୍ତ୍ର ରୂପେ ମହିଳମାନଙ୍କ ମଧ୍ୟରେ ଅତି ଆଦୃତ । ଏହି ଶାଢୀକୁ ଗଞ୍ଜାମ ଜିଲ୍ଲାର ପିତଳ ଗ୍ରାମରେ ବସବାସ କରୁଥିବା ରଙ୍ଗଣୀ ଓ ଡେରା ସମ୍ପ୍ରଦାୟର ବୁଣାକାରମାନେ ପ୍ରସ୍ତୁତ କରନ୍ତି । ଏହି ଗ୍ରାମର ନାମ ଅନୁଯାଇ ଏହି ଶାଢୀର ନାମକରଣ ପିତ୍ତଳ ଶାଢୀ କରାଯାଇଛି ।

ଏହି ପିତଳ ଶାଢୀରେ ଆଧୁନିକତାର ଛାପ ଓ ଆକର୍ଷଣୀୟ ରଙ୍ଗ ହୋଇଥିବାରୁ ଏହା ରାଜ୍ୟ ତଥା ରାଜ୍ୟ ବାହାରେ ବହୁଳ ମାତ୍ରାରେ ବିକ୍ରି ହେଉଅଛି। ସେହି ପିତ୍ତଳ ଶାଢୀର ପ୍ରସାର ପାଇଁ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଜାତୀୟ ହସ୍ତତନ୍ତ ମେଳାରେ ଆଜି ପାଳନ ହୋଇଛି ପିତ୍ତଳ ଶାଢୀ ଦିବସ।ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ତରଫରୁ ଏହି ମେଳା ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଏଥିରେ ଓଡିଶା ସମେତ ବିହାର, ଆନ୍ଧ୍ର, ରାଜସ୍ଥାନ, ଜାମ୍ମୁକାଶ୍ମୀର, ପଂଜାବ ପ୍ରଭୃତି ରାଜ୍ୟ ବୁଣାକାର ସେମାନଙ୍କ ବସ୍ତ୍ର ପ୍ରଦର୍ଶିତ କରିଛନ୍ତି।