Categories
ଆଜିର ଖବର

ଯବାନଙ୍କ ଖାଦ୍ୟରେ ବିଷ ମିଶାଇବା ଲାଗି ଯୋଜନା କରୁଛି ଆଇଏସଆଇ !

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୟ ପରିସ୍ଥିତ ଦିନକୁ ଦିନ ବଢିବାରେ ଲାଗିଛି । ଗତ ପୁଲୱାମା ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଏପରି ତିକ୍ତତା ଅଧିକ ମାତ୍ରାରେ ବଢିଛି । ବାୟୁସେନା ଅଧିକାରୀ ଅଭିନନ୍ଦନଙ୍କୁ ଭାରତ ଛାଡିବ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବି ବାରମ୍ବାର ପାକ ଅସ୍ତ୍ରବିରତି ଉଲଘଂନ କରୁଛି । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଜାମ୍ମୁକାଶ୍ମୀରରେ ଭାରତୀୟ ସେନାଙ୍କୁ କ୍ଷତି ପହଞ୍ଚାଇବା ଯବାନଙ୍କ ଖାଦ୍ୟରେ ବିଷ ମିଶାଇବାର ଯୋଜନା କରାଯାଉଛି ବୋଲି ଜଣାପଡିଛି । ଏହି କାମ କରିବା ପାଇଁ ଆଇଏସଆଇ କାଶ୍ମୀରରେ ଥିବା ନିଜର ଏଜେଣ୍ଟମାନଙ୍କୁ ବ୍ୟବହାର କରିପାରେ ବୋଲି ସୂଚନା ରହିଛି । ତେବେ ଏହା ଜଣାପଡିବା ପରେ ସେନାକୁ ହାଇଆଲର୍ଟ କରାଯାଇଛି । ଗତ ଫେବୃଆରୀ ମାସରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହାପରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ମଧ୍ୟ କରିଛି । ଏହି ସମୟରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ସହର ବି ଆତଙ୍କୀଙ୍କ ଟାର୍ଗେଟ୍‌ରେ ରହିଛି । ଗତକାଲି ମଧ୍ୟ ପାକ ଗୁଳିରେ ଭାରତର ୫ ଯବାନ ସହିଦ ହୋଇଥିବା ଜଣାପଡିଛି ।