Categories
ଆଜିର ଖବର ଜାତୀୟ ଖବର

କିସାନ ସମ୍ମାନ ନିଧିର ୧୬ ତମ କିସ୍ତି ଜାରି, କୃଷକଙ୍କ ଆକାଉଣ୍ଟକୁ ଦୁଇ ହଜାର ପଠାଇଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କ ପାଇଁ ସମ୍ମାନ ନିଧି ଘୋଷଣା କରିଛନ୍ତି। ଏହା ଅଧୀନରେ ୨୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ। ୟବତମାଲରେ ଏକ କାର୍ଯ୍ୟକ୍ରମ ସମୟରେ ସେ ୨୧ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ଘୋଷଣା କରିଛନ୍ତି। ଗତ ୫ବର୍ଷ ମଧ୍ୟରେ କିସାନ ସମ୍ମାନ ନିଧି ଅଧୀନରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳିଛି। ଏହି ଯୋଜନା ମାଧ୍ୟମରେ ୨.୮୧ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ପ୍ରାୟ ୯ କୋଟି ଚାଷୀଙ୍କୁ ପିଏମ କିସାନ ଯୋଜନାର ୧୬ ତମ କିସ୍ତିର ଲାଭ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ବ୍ୟତୀତ ସେ ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ। କୃଷକ, ଗରିବ, ମହିଳା ଏବଂ ଯୁବକମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିଥିବାରୁ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଗତ ଦଶନ୍ଧି ଭାରତ ପାଇଁ ଏକ ସୁବର୍ଣ୍ଣ ସମୟ ଅଟେ।

ଟଙ୍କା ଆସିଛି କି ନାହିଁ କିପରି ଯାଞ୍ଚ କରିବେ?

ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଯାଆନ୍ତୁ।

ଏହା ପରେ, ମୂଳପୃଷ୍ଠାରେ ଥିବା ସଂପୃକ୍ତ ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ପଞ୍ଜୀକରଣ ନମ୍ବର କିମ୍ବା ଆଧାର ନମ୍ବର ପ୍ରବେଶ କରନ୍ତୁ।

ତା’ପରେ କ୍ୟାପଚା ପୁରଣ କରନ୍ତୁ ଏବଂ ‘Get Status’ ଉପରେ କ୍ଲିକ୍ କରନ୍ତୁ।

ବର୍ତ୍ତମାନ ଆପଣଙ୍କର ସ୍କ୍ରିନରେ ଦେୟର ସ୍ଥିତି ଦେଖାଯିବ।

PM Kisan ମୋବାଇଲ୍ ଆପ୍ ର ସାହାଯ୍ୟ ନିଅନ୍ତୁ:

ସର୍ବପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍‌ରୁ PM କିସାନ୍ ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ।

ଏହା ପରେ ପଞ୍ଜୀକରଣ ନମ୍ବର କିମ୍ବା ଆଧାର ନମ୍ବର ପ୍ରବେଶ କରନ୍ତୁ।

ବର୍ତ୍ତମାନ OTP ପ୍ରବେଶ କରନ୍ତୁ ଏବଂ ‘ଲଗଇନ୍’ ଉପରେ କ୍ଲିକ୍ କରନ୍ତୁ।

ତା’ପରେ Beneficiary Status’ ଉପରେ କ୍ଲିକ୍ କରନ୍ତୁ।

ଏହା ପରେ ଆପଣଙ୍କ ସ୍କ୍ରିନରେ ଆପଣଙ୍କ ଦେୟର ସ୍ଥିତି ଦେଖାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଚାଷୀଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ ପଠାଇଲେ ମୋଟ ୧୬,୦୦୦ କୋଟି ଟଙ୍କା, ଚେକ୍ କରନ୍ତୁ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିସାମ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ କୃଷକମାନଙ୍କୁ ଦ୍ୱାଦଶ କିସ୍ତି ରାଶି ୧୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ସମ୍ମିଳନୀ ୨୦୨୨ ର ଉଦଘାଟନ କରି ଶ୍ରୀ ମୋଦୀ କହିଛନ୍ତି, PM-Kisan କୃଷକମାନଙ୍କ ପାଇଁ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ସେ କହିଛନ୍ତି, ଆଜିର କାଯ୍ୟକ୍ରମ କୃଷକ, କୃଷି-ଷ୍ଟାର୍ଟଅପ୍ ଏବଂ ହିତାଧିକାରୀଙ୍କୁ ଏହି ପ୍ଲାଟଫର୍ମ ଏକାଠି କରିଛି। ସେ କହିଛନ୍ତି ଯେ ଦେଶରେ କୃଷି-ଷ୍ଟାର୍ଟଅପ୍ ଚାଷୀଙ୍କୁ ଅମଳ ବୃଦ୍ଧି, ମୃତ୍ତିକାର ଉର୍ବରତାରେ ଉନ୍ନତି ଆଣିବାରେ ସାହାଯ୍ୟ କରୁଛି ଏବଂ କୃଷି ଫଳାଫଳରେ ଉନ୍ନତି ଆଣିବା ପାଇଁ ସହଜ ପ୍ରଯୁକ୍ତି ବିଦ୍ୟା ସୃଷ୍ଟି କରୁଛି।

ଚବିଶ ଘଣ୍ଟିଆ ଟେକ୍ନୋଲୋଜି ଭିତ୍ତିକ ଆଧୁନିକ କୃଷି କୈଶଳ ଅବଲମ୍ବନ କରିବାର ଆବଶ୍ୟକତା ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ୨୨ କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଛି ଯାହାଦ୍ୱାରା କୃଷକମାନେ ସେମାନଙ୍କର ଜମି ଏବଂ ଫସଲ ବିଷୟରେ ପ୍ରସ୍ତୁତ ସୂଚନା ପାଇପାରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତ ୟୁରିଆ ଉତ୍ପାଦନରେ ଅତ୍ମନିର୍ଭର ଦିଗରେ କାଯ୍ୟ କରୁଛି ଏବଂ ତରଳ ନାନୋ-ୟୁରିଆ ଆଡକୁ ଗତି କରୁଛି।

କୃଷି କ୍ଷେତ୍ର ପାଇଁ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ହେବ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଚାଷ ଉଦ୍ଦେଶ୍ୟରେ ନାନୋ ୟୁରିଆ ଏକ ବ୍ୟୟବହୁଳ ମାଧ୍ୟମ ଭାବରେ ଉଭାହେବ। ସେ କହିଛନ୍ତି, ଆଜିଠାରୁ ନାନୋ ୟୁରିଆ ଏକକ ବ୍ରାଣ୍ଡ ନାମରେ ଭାରତ ବହୁଳ ଭାବରେ ବିକ୍ରି ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ପର ଡ୍ରପ୍ ମୋର୍ କ୍ରପ୍’ ଯୋଜନା ଅଧୀନରେ ଡ୍ରପ୍ ଜଳସେଚନ ଏବଂ ସ୍ପ୍ରିଙ୍କଲର ବ୍ୟବହାର ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପଦକ୍ଷେପ ଜଳ ସଂରକ୍ଷଣ ତଥା ମୃତ୍ତିକାର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ବୈଶୟିକ ଚାଳିତ ପଦକ୍ଷେପ ବ୍ୟବହାର କରି ସରକାର ଚାଷ ଏବଂ ବଜାର ସ୍ଥାନ ମଧ୍ୟରେ ଦୂରତାକୁ ହ୍ରାସ କରିଛନ୍ତି।

କିସାନ ରେଳ ଏବଂ କୃଷ୍ଣ ଉଦାନ ମାଧ୍ୟମରେ କୃଷକମାନେ କେବଳ ମେଟ୍ରୋ ସହିତ ନୁହେଁ ବରଂ ଆନ୍ତର୍ଜାତୀୟ ବଜାର ସହିତ ମଧ୍ୟ ସଂଯୁକ୍ତ ହୋଇ କୃଷି ରପ୍ତାନିରେ ବୃଦ୍ଧି ଘଟାଉଛନ୍ତି। ବୈଦେଶିକ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏହି କାରଣରୁ ଜୈବିକ ଇନ୍ଧନ ଇଥାନଲକୁ ଗୁରୁତ୍ବ ଦିଆଯାଉଛି।

ସେ କହିଛନ୍ତି, କୃଷକମାନଙ୍କ ଦ୍ୱାରା ଇଥାନଲ ଉତ୍ପାଦନ ସ୍ଥାୟୀ ଅଟୋମୋବାଇଲ ଇନ୍ଧନର ବିକାଶରେ ସହାୟକ ହେବ। ଶ୍ରୀ ମୋଦୀ କହିଛନ୍ତି ଯେ କୃଷି କ୍ଷେତ୍ରରେ ସର୍ବୋତ୍ତମ ଜ୍ଞାନକୈଶଳ ଏବଂ ନୂତନତ୍ୱ ଯୋଗାଇବା ପାଇଁ ସରକାର ଉତ୍ସର୍ଗୀକୃତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାସାୟନିକ ଓ ସାର ମନ୍ତ୍ରଣାଳୟର ଛଅ ଶହ ପ୍ରଧାନ ମନ୍ତ୍ର କିସାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହା ଅଧୀନରେ ଦେଶର ସାର ଖୁଚୁରା ଦୋକାନଗୁଡିକ ପର୍ଯ୍ୟାୟକ୍ରମେ ପ୍ରଧାନ ମନ୍ତ୍ର କିସାନ ସମୃଦ୍ଧି କେନ୍ଦ୍ରରେ ପରିଣତ ହେବ।

ଏହି ଅବସରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ଟୋମର କହିଛନ୍ତି ଯେ କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ଦୁଇ ହଜାରରୁ ଅଧିକ ଏଗ୍ରି ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି ଏବଂ କୃଷକମାନଙ୍କୁ କୃଷି କ୍ଷେତ୍ରରେ କ୍ଷତି ହ୍ରାସ କରିବାରେ ସାହାଯ୍ୟ କରୁଛି।

ରାସାୟନିକ ଏବଂ ସାର ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାରଙ୍କ ଅଧୀନରେ ଦେଶରେ କୃଷି ଅନୁସନ୍ଧାନ ବୃଦ୍ଧି ପାଇଛି। ସେ କହିଛନ୍ତି ବର୍ତ୍ତମାନ ନାନୋ ୟୁରିଆର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଡକ୍ଟର ମାଣ୍ଡଭିଆ କହିଛନ୍ତି ଯେ କୃଷକମାନଙ୍କୁ ସରକାର ଏକ ଉତ୍ତମ ବଜାର ଯୋଗାଉଛନ୍ତି ଯାହା ଦ୍ବାରା ସେମାନେ ସେମାନଙ୍କ ଉତ୍ପାଦ ପାଇଁ ଏକ ଉତ୍ତମ ଏବଂ ଉଚିତ ମୂଲ୍ୟ ପାଇପାରିବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆଗ୍ରି ଷ୍ଟାର୍ଟଅପ୍ କନକ୍ଲେଭ ଏବଂ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ପ୍ରାୟ ୩୦୦ ଷ୍ଟାର୍ଟଅପ୍ ସେମାନଙ୍କର ଅଭିନବ ପ୍ରଦର୍ଶନ କରୁଛନ୍ତି। ଏଗୁଡ଼ିକ ସଠିକ୍ କୃଷି, ଅମଳ ପରବର୍ତ୍ତୀ ଏବଂ ମୂଲ୍ୟ ଯୋଗ ସମାଧାନ, ସହଯୋଗୀ କୃଷି, ବର୍ଜ୍ୟବସ୍ତୁ ପରିଚାଳନା, କ୍ଷୁଦ୍ର ଚାଷୀଙ୍କ ପାଇଁ ଯାନ୍ତ୍ରିକରଣ, ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ ଆର୍ଗି-ଲଜିଷ୍ଟିକ୍ ସହିତ ଜଡିତ।

ଏହି ପ୍ଲାଟଫର୍ମ ଷ୍ଟାର୍ଟଅପ୍ ମାନଙ୍କୁ କୃଷକ, କୃଷକ ଉତ୍ପାଦକ ସଂଗଠନ, କୃଷି ବିଶେଷଜ୍ଞ ଏବଂ କର୍ପୋରେଟମାନଙ୍କ ସହିତ ଯୋଗାଯୋଗ କରିବାରେ ସହଜ କରିବ। ଶ୍ରୀ ମୋଦୀ ସାର – ଇଣ୍ଡିଆନ୍ ଏଜ୍ ଉପରେ ଏକ ଇ-ପତ୍ରିକା ମଧ୍ୟ ଲଞ୍ଚ କରିଛନ୍ତି। ଏହା ଘରୋଇ ଏବଂ ଆନ୍ତର୍ଜାତୀୟ ସାର ପରିସ୍ଥିତି ବିଷୟରେ ସୂଚନା ପ୍ରଦାନ କରିବ।