କିସାନ ସମ୍ମାନ ନିଧିର ୧୬ ତମ କିସ୍ତି ଜାରି, କୃଷକଙ୍କ ଆକାଉଣ୍ଟକୁ ଦୁଇ ହଜାର ପଠାଇଲେ ପିଏମ ମୋଦୀ

Published: Feb 28, 2024, 7:21 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କ ପାଇଁ ସମ୍ମାନ ନିଧି ଘୋଷଣା କରିଛନ୍ତି। ଏହା ଅଧୀନରେ ୨୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ। ୟବତମାଲରେ ଏକ କାର୍ଯ୍ୟକ୍ରମ ସମୟରେ ସେ ୨୧ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ଘୋଷଣା କରିଛନ୍ତି। ଗତ ୫ବର୍ଷ ମଧ୍ୟରେ କିସାନ ସମ୍ମାନ ନିଧି ଅଧୀନରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳିଛି। ଏହି ଯୋଜନା ମାଧ୍ୟମରେ ୨.୮୧ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ପ୍ରାୟ ୯ କୋଟି ଚାଷୀଙ୍କୁ ପିଏମ କିସାନ ଯୋଜନାର ୧୬ ତମ କିସ୍ତିର ଲାଭ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ବ୍ୟତୀତ ସେ ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ। କୃଷକ, ଗରିବ, ମହିଳା ଏବଂ ଯୁବକମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିଥିବାରୁ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଗତ ଦଶନ୍ଧି ଭାରତ ପାଇଁ ଏକ ସୁବର୍ଣ୍ଣ ସମୟ ଅଟେ।

ଟଙ୍କା ଆସିଛି କି ନାହିଁ କିପରି ଯାଞ୍ଚ କରିବେ?

ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଯାଆନ୍ତୁ।

ଏହା ପରେ, ମୂଳପୃଷ୍ଠାରେ ଥିବା ସଂପୃକ୍ତ ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ପଞ୍ଜୀକରଣ ନମ୍ବର କିମ୍ବା ଆଧାର ନମ୍ବର ପ୍ରବେଶ କରନ୍ତୁ।

ତା’ପରେ କ୍ୟାପଚା ପୁରଣ କରନ୍ତୁ ଏବଂ ‘Get Status’ ଉପରେ କ୍ଲିକ୍ କରନ୍ତୁ।

ବର୍ତ୍ତମାନ ଆପଣଙ୍କର ସ୍କ୍ରିନରେ ଦେୟର ସ୍ଥିତି ଦେଖାଯିବ।

PM Kisan ମୋବାଇଲ୍ ଆପ୍ ର ସାହାଯ୍ୟ ନିଅନ୍ତୁ:

ସର୍ବପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍‌ରୁ PM କିସାନ୍ ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ।

ଏହା ପରେ ପଞ୍ଜୀକରଣ ନମ୍ବର କିମ୍ବା ଆଧାର ନମ୍ବର ପ୍ରବେଶ କରନ୍ତୁ।

ବର୍ତ୍ତମାନ OTP ପ୍ରବେଶ କରନ୍ତୁ ଏବଂ ‘ଲଗଇନ୍’ ଉପରେ କ୍ଲିକ୍ କରନ୍ତୁ।

ତା’ପରେ Beneficiary Status’ ଉପରେ କ୍ଲିକ୍ କରନ୍ତୁ।

ଏହା ପରେ ଆପଣଙ୍କ ସ୍କ୍ରିନରେ ଆପଣଙ୍କ ଦେୟର ସ୍ଥିତି ଦେଖାଯିବ।

Related posts