Categories
ଆଜିର ଖବର ଜାତୀୟ ଖବର

6 କୋଟି ଚାଷୀଙ୍କୁ ମିଳିବ ନବବର୍ଷ ଉପହାର : ଆଜିଠୁ ଜାରି ହେବ ପିଏମ୍‌-କିଶାନ ସମ୍ମାନ ନିଧି କିସ୍ତି

ନୂଆଦିଲ୍ଲୀ, 2/1: ନରେନ୍ଦ୍ର ମୋଦି ଆଜି ଦେଶର 6 କୋଟି ଚାଷୀଙ୍କୁ ନବବର୍ଷର ଉପହାର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ପିଏମ୍‌-କିଶାନ ସମ୍ମାନ ନିଧି ଅନ୍ତର୍ଗତ ଡିସେମ୍ବର ମାସର କିସ୍ତି ସ୍ବରୂପ 12,000 କୋଟି ଦେବେ । ମୋଦି କର୍ଣ୍ଣାଟକ ଗସ୍ତ ଅବସରରେ ଚାଷୀମାନଙ୍କୁ ଏହି ଉପହାର ପ୍ରଦାନ କରିବେ ।

ପିଏମ୍‌-କିଶାନ ସମ୍ମାନ ନିଧି ଯୋଜନାର ଲାଭ ସାରା ଦେଶର ଚାଷୀ ଉଠାଉଛନ୍ତି । କିନ୍ତୁ ଏହା ପଶ୍ଚିମବଙ୍ଗର 70 ଲକ୍ଷ ଚାଷୀ ବଞ୍ଚିତ ରହୁଛନ୍ତି । କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଯୋଜନା ଉପରେ ଆପତ୍ତି ଦର୍ଶାଇବା ସହିତ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିନାହାନ୍ତି ।

ଏହି ଯୋଜନାରେ ଚାଷୀ ପରିାବରକୁ ବାର୍ଷିକ 6000ଟଙ୍କା ସିଧାସଳଖ ହସ୍ତାନ୍ତର କରାଯିବ । ତିନି ମାସ ମଧ୍ୟରେ ଏହି ରାଶି ଚାଷୀଙ୍କ ପାଖକୁ 2000 ଟଙ୍କା କିସ୍ତି ଆକାରରେ ପହଞ୍ଚିବ । ଏହି ଯୋଜନା ଗତ ବର୍ଷ ଡିସେମ୍ବର ମାସରୁ ଲାଗୁ କରାଯାଇଛି ।

କେନ୍ଦ୍ର ସରକାର 29 ଡିସେମ୍ବର ପର୍ଯ୍ୟନ୍ତ ପାଖାପାଖି 9.2 କୋଟି ଚାଷୀଙ୍କ ଡାଟା ସଂଗ୍ରହ କରିଛନ୍ତି । ଉତ୍ତର ପ୍ରଦେଶରେ 2.4 କୋଟି ଚାଷୀ ରହିଛନ୍ତି, ଯେଉଁଥିରେ 2 କୋଟି ଚାଷୀଙ୍କ ଡାଟା ସଂଗ୍ରହ କରାଯାଇଛି । ସୂଚନାଯୋଗ୍ୟ, ଗତ ବର୍ଷ ତତ୍କାଳୀନ ଅର୍ଥ ମନ୍ତ୍ରୀ ପୀୟୁଷ୍‌ ଗୋଏଲ୍‌ ଅନ୍ତରୀଣ ବଜେଟ୍‌ରେ ଏହି ଯୋଜନାର ଘୋଷଣା କରିଥିଲେ ।