Categories
ଜାତୀୟ ଖବର ବିଶେଷ ଖବର

ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଗବେଷଣା କେନ୍ଦ୍ର କରିବାକୁ ଗୌହାଟୀ ଆଇଆଇଟିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଗୌହାଟୀର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି । ‘ଜ୍ଞାନମ୍ ବିଜ୍ଞାନ ସହିତମ୍ ଯତ୍ ଜ୍ଞାତ୍ୱା ମୌକ୍ଷସ୍ୟ ଅଶୁଭାତ୍‌’ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ ସମେତ ସମସ୍ତ ଜ୍ଞାନ ସମସ୍ୟା ସମାଧାନର ମାର୍ଗ।

ସଂପ୍ରତି ଆଇଆଇଟି ଭଳି ପ୍ରତିଷ୍ଠାନମାନ ଯେଭଳି ପ୍ରଗତି ପଥରେ ଆଗେଇ ଚାଲିଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ବିଶେଷ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶ ସେବା ପାଇଁ ନବସୃଜନର ଊର୍ଜ୍ଜା ଆମର ଶିକ୍ଷାନୁଷ୍ଠାନଗୁଡିକରେ ଯୁଗେ ଯୁଗେ ରହିଛି ଏବଂ ଏହା ହଜାର ହଜାର ବର୍ଷ ଧରି ଚଳି ଆସିଛି।

ଯୁବସମାଜ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ ରଖିବା ସହ ନିଜକୁ ପ୍ରାସଙ୍ଗିକ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଯୁବବର୍ଗର ସ୍ୱପ୍ନ ଏବଂ ଆକାଂକ୍ଷା ଭାରତର ଭବିଷ୍ୟତକୁ ରୂପ ଦେବ। ଆଇଆଇଟି ଗୌହାଟୀ ଏହି ଦିଗରେ ଇତିମଧ୍ୟରେ କାର‌୍ୟ୍ୟ ଆରମ୍ଭ କରିଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କରୋନା ମହାମାରୀ ସମୟରେ ସମସ୍ତ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ଏହି ଆଇଆଇଟି ଦେଶକୁ ଆତ୍ମନିର୍ଭର କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଆରମ୍ଭ କରିଛି ଏବଂ ପାଠପଢା, ଗବେଷଣା ଓ ଅନ୍ୟାନ୍ୟ କାର‌୍ୟ୍ୟ ଜାରି ରଖିଛି । ଏଥିପାଇଁ ଏହି ଅନୁଷ୍ଠାନକୁ ସେ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଶିକ୍ଷାନୀତି ୨୦୨୦ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ ହୋଇଛି । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱରେ ଏକ ନେତୃତ୍ୱର ସ୍ଥାନ ଦେବା ପାଇଁ ଏହି ଶିକ୍ଷାନୀତିରେ ପ୍ରୟାସ କରାଯାଇଛି । ମୋଦୀ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ୨୦୨୦କୁ ବହୁବିଷୟକ କରାଯାଇଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ପଢିବା ପାଇଁ ସୁଯୋଗ ମିଳିବ । ନିଜର ଇଛା ଅନୁସାରେ ଯିଏ ଯେତେବେଳେ ଚାହିଁବ ସେ ବିଷୟ ପଢିପାରିବେ ଏବଂ ଭଲ ନ ଲାଗିଲେ ତାହାକୁ ମଧ୍ୟ ଅଧାରୁ ଛାଡିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଶିକ୍ଷାନୀତିରେ ଏକ ଜାତୀୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନର ପ୍ରସ୍ତାବ ରହିଛି । ଗବେଷଣା ପାଇଁ ପାଣ୍ଠି ଯୋଗାଉଥିବା ସବୁ ସଂସ୍ଥାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପ୍ରତିଷ୍ଠା ନିମନ୍ତେ ଏହା ଗଠନ କରାଯିବ। ସେହିଭଳି ଏହି ପ୍ରସ୍ତାବିତ ପ୍ରତିଷ୍ଠାନ ବିଜ୍ଞାନ ହେଉ କିମ୍ବା କଳା ଯେକୌଣସି ବିଷୟରେ ଗବେଷଣା ପାଇଁ ପାଣ୍ଠି ଯୋଗାଇ ଦେବ।

ନୂଆ ଶିକ୍ଷାନୀତିରେ ମଧ୍ୟ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକୁ ଭାରତରେ ନିଜର ଦରିଆପାରି କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଇଛି । ଏହା ଫଳରେ ଭାରତୀୟ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ଶିକ୍ଷା ପରିବେଶ ସହିତ ପରିଚିତ ହେବାର ସୁଯୋଗ ପାଇବେ । ଭାରତକୁ ବିଶ୍ୱର ପ୍ରମୁଖ ଶିକ୍ଷା ଲକ୍ଷ୍ୟସ୍ଥଳରେ ପରିଣତ କରିବା ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ପ୍ରାଚ୍ୟାଭିମୁଖୀ ନୀତିର କେନ୍ଦ୍ର ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଙ୍କ ସହିତ ସଂପର୍କର ପେଣ୍ଠ । ଏସବୁ ରାଷ୍ଟ୍ରମାନଙ୍କ ସହ ଭାରତର ସଂପର୍କର ମୁଖ୍ୟ ଆଧାର ହେଲା ସଂସ୍କୃତି, ବାଣିଜ୍ୟ, ସଂଯୋଗ ଏବଂ ସାମର୍ଥ୍ୟ । ସେ କହିଛନ୍ତି ଏ କ୍ଷେତ୍ରରେ ଶିକ୍ଷା ମଧ୍ୟ ଆଉ ଏକ ମାଧ୍ୟମ ହେବାକୁ ଯାଉଛି ଏବଂ ଆଇଆଇଟି ଗୌହାଟୀ ଏହାର କେନ୍ଦ୍ର ହୋଇପାରିବ ।

ଏହା ମଧ୍ୟ ଉତ୍ତର ପୂର୍ବ ଭାରତକୁ ଏକ ନୂଆ ପରିଚୟ ଓ ନୂଆ ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳରେ ନୂଆ ସୁବିଧା ସୁଯୋଗମାନ ସୃଷ୍ଟି କରାଯାଉଛି । ଏହି ଅଞ୍ଚଳରେ ରେଳବାଇ, ରାଜପଥ, ଆକାଶପଥ ଓ ଜଳପଥ ଆଦିର ବିକାଶ ପାଇଁ ସରକାର ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ।

ସେ କହିଛନ୍ତି ଯେ ଆଜି ସମାବର୍ତ୍ତନ ଉତ୍ସବରେ ୩୦୦ ଯୁବ ଛାତ୍ରଛାତ୍ରୀ ପିଏଚ୍‌ଡି ଉପାଧି ପାଇଥିବା ଜାଣି ସେ ବିଶେଷ ଆନନ୍ଦିତ । ଦେଶର କଲ୍ୟାଣରେ ସେମାନେ ସେମାନଙ୍କ ଗବେଷଣାଲବ୍ଧ ତଥ୍ୟ ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଶେଷକରି ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ନିଜ ନିଜର ଗବେଷଣା କିପରି ସହାୟକ ହେବ ସେ ବିଷୟରେ ଚିନ୍ତା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଆଇଟି ଗୌହାଟୀରେ ବିପର୍ଯ୍ୟୟ ପରିଚାଳନା ଓ ବିପଦ ହ୍ରାସ ଅଧ୍ୟୟନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଭଳି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଉତ୍ତର ପୂର୍ବାଞ୍ଚଳରେ ବିପର‌୍ୟ୍ୟୟ ପରିଚାଳନାରେ ବିଶେଷ ଜ୍ଞାନକୌଶଳ ଯୋଗାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ଐତିହାସିକ କୋଶୀ ରେଳ ମହାସେତୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିମ ମାଧ୍ୟମରେ ବିହାରର ବହୁ ପ୍ରତୀକ୍ଷିତ କୋଶୀ ରେଳ ମହାସେତୁ ଉଦଘାଟନ କରିଛନ୍ତି। ତେବେ ଏହାର ସ୍ବତନ୍ତ୍ରତା ହେଉଛି ଏହି ରେଳ ସଂଯୋଗ ଯୋଗୁଁ ବିହାର ରାଜ୍ୟରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହେଲା। କାରଣ ଏହି ରେଳ ମହାସେତୁ ଯୋଗୁଁ ବିହାରର ସମସତିପୁର ଏବଂ ଜୟନଗର ମଧ୍ୟରେ ଦୂରତା 3ଶହ କିଲୋମିଟର ହ୍ରାସ ପାଇଲା। ତେବେ ଏହି ସେତୁ କୋଶୀ ନଦୀ ଉପରେ ପ୍ରାୟ 1.9 କିଲୋମିଟର ଲମ୍ବାରେ ଯାଇଛି। ଏଥିପାଇଁ ମୋଟ ଖର୍ଚ୍ଚ ହୋଇଛି 5 ଶହ 16 କୋଟି ଟଙ୍କା।

ଏହି ରେଳ ମହାସେତୁ ନିର୍ମାଣ କରିବା ପାଇଁ 2003-2004 ମସିହାରେ ଅନୁମୋଦନ ହାସଲ କରିଥିଲେ। ହେଲେ ଏହା କାମ ଠିକ ଭାବରେ ହୋଇପାରିନ ଥିଲା। ବିଗତ ଚାରି ବର୍ଷ ମଧ୍ୟରେ ଏହି ସେତୁର କାମ ତୀବ୍ର ଗତିରେ ଆରମ୍ଭ କରାଯାଇଥିଲା।  ଏହା ବିହାର ରାଜ୍ୟ ମଧ୍ୟରେ ଦୂରତା ହ୍ରାସ କରିବା ସହିତ ପଶ୍ଚିମ ବଂଗ ଏବଂ ପୂର୍ବ ଭାରତ ସହିତ ସଂଯୋଗ ସ୍ଥାପନ କରିପାରିଛି। ବର୍ତ୍ତମାନ ଏହା ଇଣ୍ଡୋ ନେପାଳ ସୀମାଠାରୁ ମାତ୍ର 22 କିଲୋମିଟର ଦୂରରେ ରହିଛି।

ତେବେ ଏହି ମହାସେତୁ କାମ କୋଭିଡ19 ମହାମାରି ସମୟରେ ଶେଷ ହେବା ଅନ୍ୟ ଏକ ଗୁରୁତ୍ବ ପୂର୍ଣ୍ଣ କାମ। ଏହି ପ୍ରକଳଲ୍ପରେ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ କରାଯାଇ କାମ ଶେଷ କରାଯାଇ ପାରିଛି। ଗୋଟିଏ ପଟେ ପ୍ରବାସୀ ଶ୍ରମିକଙ୍କୁ କାମ ଅନ୍ୟପଟେ ବିହାର ବାସୀଙ୍କ ସ୍ବପ୍ନକୁ ସାକାର କରିପାରିଛି ଏହି ରେଳ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ଏହି ମେଗା ସେତୁ ସହିତ ଆଉ କେତେକ ରେଳ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଛନ୍ତି। ସେଗୁଡିକ ହେଲା

1-କୁଲ ନଦୀ ଉପରେ ଅନ୍ୟ ଏକ ରେଳ ବ୍ରିଜର ଉଦଘାଟନ

2-ଦୁଇଟି ନୂଆ ରେଳ ଲାଇନର ଲୋକାର୍ପିତ

3-5ଟି ରେଳ ବିଦ୍ୟୁତକରଣ ପ୍ରକଳ୍ପର ଉଦଘାଟନ

4-ତୃତୀୟ ରେଳ ଲାଇନ ପ୍ରକଳ୍ପର ଉଦଘାଟନ କରିଛନ୍ତି।

ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ବିହାରରେ ବର୍ତ୍ତମାନ ପ୍ରାୟ 90 ଶତାଂଶ ରେଳପଥର ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ ହୋଇଛି । ଗତ 6 ବର୍ଷ ମଧ୍ୟରେ 3 ହଜାର କିମି ଲମ୍ବର ରେଳପଥକୁ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦିଆଯାଇଛି ।

ଏଥିସହିତ 2014 ପୂର୍ବରୁ 5 ବର୍ଷ ମଧ୍ୟରେ ବିହାରରେ 325 କିମି ନୂଆ ରେଳପଥ କାର୍ଯ୍ୟକ୍ଷମ ହୋଇଥିଲା। ତେବେ 2014 ପରେ ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 700 କିମି ରେଳଲାଇନ କାର୍ଯ୍ୟକ୍ଷମ ହୋଇଛି । ଏହାଛଡା ରାଜ୍ୟରେ ଆଉ 1 ହଜାର କିମି ରେଳପଥ ନିର୍ମାଣାଧୀନ ଅବସ୍ଥାରେ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମିଶନ କର୍ମଯୋଗୀ କାର୍ଯ୍ୟକ୍ରମରେ ମାନବ ସମ୍ବଳ ପରିଚାଳନାରେ ମୌଳିକ ସୁଧାର ଆଣିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଟୁଇଟ ଜରିଆରେ କହିଛନ୍ତି ଯେ, “ମିଶନ କର୍ମଯୋଗୀ-ପ୍ରଶାସନିକ ସେବାରେ ସାମର୍ଥ୍ୟ ବିକାଶ ପାଇଁ ଜାତୀୟ କାର‌୍ୟ୍ୟକ୍ରମ” ସରକାରୀ ସ୍ତରରେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିପାରିବ। ଏହା ସରକାରୀ କର୍ମଚାରୀମାନଙ୍କର କ୍ଷମତା ବଢ଼ାଇବା ଲାଗି ବ୍ୟାପକ ସୁଯୋଗ ଏବଂ ଭିତ୍ତିଭୂମି ବୃଦ୍ଧି କ୍ଷେତ୍ରରେ ସହାୟକ ହୋଇପାରିବ।

ସେ ଟୁଇଟ କରି ଆହୁରି କହିଛନ୍ତି, “ଆଇଜିଓଟି ପ୍ଲାଟଫର୍ମ ଭୂମିକା-ଆଧାରିତ ମାନବ ସମ୍ବଳ ପରିଚାଳନା ଏବଂ ନିରନ୍ତର ଜ୍ଞାନ ଅର୍ଜନ ଲାଗି ଆବଶ୍ୟକ ପରିବର୍ତ୍ତନ ଆଣିପାରିବ। ମିଶନ କର୍ମଯୋଗୀର ଉଦ୍ଦେଶ୍ୟ ପାରଦର୍ଶିତା ଓ ପ୍ରଯୁକ୍ତି ମାଧ୍ୟମରେ ଭବିଷ୍ୟତ ପାଇଁ ସରକାରୀ କର୍ମଚାରୀମାନଙ୍କୁ ଅଧିକ ପ୍ରଭାବୀ, ଗଠନମୂଳକ ଓ ସୃଜନଶୀଳ କରିବା।

Categories
ବିଶେଷ ଖବର

ଅର୍ଥନୀତିର ଦୁରବସ୍ଥା ସଜାଡିବାକୁ ଆଜି ମନମୋହନ ସିଂଙ୍କ ପରାମର୍ଶ ଓ ଉପଦେଶ ନେବେ କି ପ୍ରଧାନମନ୍ତ୍ରୀ? 

 କେଦାର ମିଶ୍ର

ଆମ ଲୋକ ରାଜନୀତିରେ ସବୁ କଥା ସହଜରେ ଭୁଲି ଯାଆନ୍ତି। ଆଜି ଯେତେବେଳେ ଐତିହାସିକ ଭାବରେ ଦେଶର ଆର୍ଥିକ ଅଭିବୃଦ୍ଧି ସବୁଠୁ କମ ରହିଛି, ସେତେବେଳେ ଦେଶକୁ ପରିଚାଳନା କରୁଥିବା ସରକାର କହୁଛନ୍ତି- ଏଥିଲାଗି ଆମେ କଣ କରିପାରିବା, ଏହା ତ ସାରା ପୃଥିବୀର ସମସ୍ଯା। ପୃଥିବୀରେ ଏକ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ସ୍ଵାଭାବିକ ଭାବରେ ତାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି। ପୃଥିବୀର ସବୁ ବଡ ବଡ ଦେଶର ଅର୍ଥନୀତି ଆଜି ତଳମୁହାଁ ହୋଇଛନ୍ତି। ତେବେ ଏକଥା କହିଲା ବେଳେ ଆମ ଲୋକ ଭୁଲିଯାଉଛନ୍ତି ଯେ, ୨୦୦୭-୦୮ ବେଳେ ଯେତେବେଳେ ପୃଥିବୀ ର ଅର୍ଥନୀତିରେ ଏକ ଭୟଙ୍କର ମାନ୍ଦାବସ୍ଥା ଆସିଥିଲା, ସେତେବେଳେ ଭାରତ ତାକୁ ଅତ୍ୟନ୍ତ ସାହସିକତାର ସହ ସାମ୍ନା କରିଥିଲା। ୨୦୦୮ ବର୍ଷରେ ଆମର ଅଭିବୃଦ୍ଧି ହାର ୩.୯% କୁ ଖସିଥିବା ବେଳେ ତା ପରବର୍ତ୍ତୀ ବର୍ଷ ୨୦୦୯ ରେ ଆମର ଅଭିବୃଦ୍ଧି ୨ ଗୁଣ ବଢିଥିଲା। ୨୦୧୦ ରେ ଏକ ବିରଳ ରେକର୍ଡ ସ୍ଥାପନ କରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ୧୦.୩% ରେ ପହଞ୍ଚିଥିଲା। ଏହା ଭାରତର ଅର୍ଥନୈତିକ ଇତିହାସରେ ସୁବର୍ଣ୍ଣ ବର୍ଷ ବୋଲି କୁହାଯାଇପାରେ।

୨୦୦୮ ରୁ ୨୦୧୪, ପୃଥିବୀର ଅର୍ଥନୀତିରେ ସବୁଠୁ କଠିନ ସମୟ ଥିଲା। ଆର୍ଥିକ ମାନ୍ଦାବସ୍ଥା ସହିତ ଆନ୍ତର୍ଜାତିକ ତୈଳ ବଜାରରେ କଞ୍ଚା ତେଲର ବ୍ୟାରେଲ ପିଛା ମୂଲ୍ୟ ୧୦୦ ଡଲାରରୁ ଅଧିକ ଥିଲା। ତା ସତ୍ତ୍ୱେ ଭାରତର ଆର୍ଥିକ ଅଭିବୃଦ୍ଧି ସେହି ସମୟରେ ସ୍ଥିର ରହିଥିଲା। ଆନ୍ତର୍ଜାତିକ ଚାପ ଯୋଗୁଁ ଦେଶର ଅଭିବୃଦ୍ଧି ୧-୨% କମିଗଲା ବେଳେ ଦେଶର ବିରୋଧୀ ଦଳ ସରକାରଙ୍କୁ ପ୍ରବଳ ସମାଲୋଚନା କରୁଥିଲେ। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଆଜିର ପ୍ରଧାନମନ୍ତ୍ରୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଅପାରଗ ବୋଲି କହି ବାରମ୍ବାର ଭର୍ତ୍ସନା କରୁଥିଲେ। ସମୟ ଚକ୍ରରେ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କ ସମୟରେ ଦେଶର ସବୁଠୁ ଭୟଙ୍କର ଆର୍ଥିକ ଦୁର୍ଦ୍ଦିନ ଆସିଛି। ଆଜି ମନମୋହନ ସିଂ ହୁଏତ ମୋଦୀଙ୍କ ଭାଷାରେ ସରକାରଙ୍କୁ ସମାଲୋଚନା କରିବା ଉଚିତ ହେବ। ହେଲେ ମନମୋହନ ସିଂ ତାହା କରିପାରିବେ ନାହିଁ। ଡକ୍ଟର ସିଂ ଜଣେ ପେଷାଦାର ଅର୍ଥନୀତିଜ୍ଞ ଭାବରେ ଭଲଭାବରେ ଜାଣନ୍ତି ଯେ, ଆର୍ଥିକ ସ୍ଥିତି ସମ୍ଭାଳିବା ପିଲାଖେଳ ନୁହେଁ।

ତେବେ କରୋନା ସଙ୍କଟ ଆରମ୍ଭ ହେବା ପୂର୍ବରୁ ମନମୋହନ ସିଂ ଅତି ସ୍ପଷ୍ଟ ଭାଷାରେ ସରକାରଙ୍କୁ ସତର୍କ କରାଇ ଦେଇଥିଲେ ଯେ ଯଦି ସରକାର ସଠିକ ପଦକ୍ଷେପ ନ ନିଅନ୍ତି, ତାହେଲେ ଦେଶର ଅର୍ଥନୀତି ଅନ୍ଧକାର ଭିତରକୁ ଚାଲିଯିବ। ଏହାର କାରଣ ମଧ୍ୟ ସ୍ପଷ୍ଟ। ବିମୂଦ୍ରାକରଣ ଓ ଜିଏସଟି ଲାଗୁ ହେବା ପରଠୁ ଅଭିବୃଦ୍ଧି ର ହାର ପ୍ରତି ମାସ ଖସି ଚାଲିଥିଲା। ଯେତେବେଳେ ଦେଶରେ ଅର୍ଥନୀତିର ଅଭିବୃଦ୍ଧି ୪% କୁ ଖସିଲା, ସେତେବେଳେ ଏହାକୁ ବଡ ହାଲୁକା ଭାବରେ ନେଇ ଆମର ଅର୍ଥମନ୍ତ୍ରୀ କହିଲେ, ନୂଆ ପୀଢିର ପିଲାମାନେ ଓଲା-ଉବର ବ୍ୟବହାର କରୁଛନ୍ତି, ତେଣୁ ନୂଆ ଗାଡିର ଚାହିଦା ନାହିଁ। ବଜାରରେ  ଲୋକଙ୍କର ଚାହିଦା ଗତ ଦୁଇବର୍ଷ ହେଲା ଦେଖିବାକୁ ମିଳୁନଥିଲା। ଲୋକେ ଗୋଟେ ସମୟରେ ବିସ୍କୁଟ କିଣିବା କମ କରି ଦେଇଥିବାର ଖବର କୁ ଆଜି ମନେ ପକା ଯାଇପାରେ।

ସେତେବେଳେ ବିଜେପିର ନେତା ଓ ମନ୍ତ୍ରୀମାନେ ଆମକୁ କହୁଥିଲେ ଯେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ସୁଦୃଢ ରହିଛି। ଏ ଯେଉଁ ମାନ୍ଦାବସ୍ଥା ତାହା ସାମୟିକ। ଏମିତି ମିଛ ଆଶ୍ଵାସନାର ପ୍ରବାହ ଚାଲିଥିବା ବେଳେ କରୋନା ସଂକ୍ରମଣ ସବୁ ଗଣିତକୁ ବରବାଦ କରି ଦେଇଛି। ଆଜିର ସ୍ଥିତିରେ କେଉଁ ଯୁକ୍ତିରେ ଏହି ଦୁରବସ୍ଥାକୁ ବୁଝାଇହେବ, ସେକଥା ସରକାର ଜାଣିପାରୁ ନାହାନ୍ତି। ଏବେ ଅର୍ଥମନ୍ତ୍ରୀ କହୁଛନ୍ତି, ଏହା ଦୈବୀ କୃତ, ତେଣୁ ଆମେ ନାଚାର। ଅର୍ଥନୈତିକ ପରାମର୍ଶଦାତା ଆର. ସୁବ୍ରମନ୍ଯମ କହୁଛନ୍ତି, ଆମେ ରବର ବଲ ଭଳି ପୁଣି ଉପରକୁ ଉଠିବୁ। ଆର୍ଥିକ ପରାମର୍ଶଦାତା ଭାବରେ ଏହି ମହାଶୟ କିଛି ଦିନ ତଳେ କହିଥିଲେ, ସରକାରଙ୍କ କରୋନା ପ୍ଯାକେଜ ଆମ ଅର୍ଥନୀତିର ଦଶା ବିଗିଡିବାକୁ ଦେବନାହିଁ।

ତେବେ ଅସଲ କଥା ହେଉଛି, ଏ ସରକାରରେ ଅର୍ଥନୀତିକୁ ସୁଧାରିବାର ବାଟ ଜାଣିଥିବା ଲୋକ କେହି ଦିଶୁନାହାନ୍ତି। ଭଲ ଭାଷଣ ଦେବା ଓ ଅର୍ଥନୀତିକୁ ସମ୍ଭାଳିବା ଏକା କଥା ନୁହେଁ। ଆର୍ଥିକ ମାନ୍ଦାବସ୍ଥା ସମୟରେ ମନମୋହନ ସିଂ ଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ଦେଶକୁ କେବଳ ସମ୍ଭାଳିଲେ ନାହିଁ, ସେଥିରୁ ଐତିହାସିକ ଅଭିବୃଦ୍ଧିର ମାର୍ଗ ତିଆରି କଲେ।ନରେନ୍ଦ୍ର ମୋଦୀ ଠିକ ତାର ବିପରୀତରେ ୮% ଅଭିବୃଦ୍ଧିର ଅର୍ଥନୀତିକୁ -୨୪% କୁ ନେଇ ଆସିଲେ। ମନମୋହନ ସିଂ ଭଲ ଭାଷଣ ଦେଇ ପାଉନଥିଲେ। ତେଣୁ ସେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। ନରେନ୍ଦ୍ର ମୋଦୀ ବଢିଆ ଭାଷଣ ଦିଅନ୍ତି। ତେଣୁ ସେ ଲୋକପ୍ରିୟ। ତାଙ୍କ ଭାଷଣ ଶୁଣି ଆମେ ଅର୍ଥନୀତିର ଏହି ଦୁର୍ଗତି କଥା ଭୁଲିଯିବା ବୋଧେ ଉଚିତ ହେବ!! ୟାରି ଭିତରେ ପ୍ରଧାନମନ୍ତ୍ରୀ ପୋଷା କୁକୁର, ପୋଷା ମୟୁର, ଖେଳଣା, ପରୀକ୍ଷା ର ଚାପ ଇତ୍ୟାଦି କେତେ ପ୍ରସଙ୍ଗରେ କେତେ କଥା କହିଲେଣି। ହେଲେ ଅର୍ଥନୀତିର ଦୁରବସ୍ଥା ବିଷୟରେ ତାଙ୍କର କିଛି ବି ବକ୍ତବ୍ୟ ନାହିଁ। ସଙ୍କଟ ଭିତରୁ ଆତ୍ମନିର୍ଭର ହେବାର ମନ୍ତ୍ର ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏହି ଦୁରବସ୍ଥା ଲାଗି ଉତ୍ତରଦାୟୀ ହୁଅନ୍ତୁ। ଦେଶର ଆର୍ଥିକ ସ୍ଥିତି ସୁଧାରିବା ଲାଗି ଆଜି ଦଳମତ ନିର୍ବିଶେଷରେ ସବୁ ଲୋକଙ୍କର ପରାମର୍ଶ ଓ ଉପଦେଶ ଜରୁରୀ। ମନମୋହନ ସିଂ ଙ୍କ ଭଳି ଅଭିଜ୍ଞ ଅର୍ଥନୀତିଜ୍ଞଙ୍କ ପରାମର୍ଶ ଆଜି ସବୁଠୁ ବେଶୀ ଜରୁରୀ।

ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଓ ରାଜନେତାଙ୍କୁ ଏକାଠି କରି ଏହି ସଙ୍କଟରୁ ମୁକୁଳିବାର ବାଟ ପ୍ରଧାନମନ୍ତ୍ରୀ ଯଦି ନ ଖୋଜନ୍ତି, ତା ହେଲେ ଗତ ୨୫ ବର୍ଷରେ ଆମେ ଯେଉଁ ଅର୍ଥନୈତିକ ସଫଳତା ପାଇଛେ, ତାହା ଧ୍ଵଂସ ହୋଇଯିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍‌କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ତାଙ୍କର ଅଗଷ୍ଟ ୩୦ ମନ୍‌କୀ ବାତ୍ କାର‌୍ୟ୍ୟକ୍ରମରେ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍‌କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଆପ୍ ଇନୋଭେସନ ଚାଲେଞ୍ଜ କାର‌୍ୟ୍ୟକ୍ରମରେ ଦେଶର ଯୁବକମାନେ ବିଶେଷ ଆଗ୍ରହର ସହିତ ଅଂଶଗ୍ରହଣ କରିଛନ୍ତି।

ଏଥିରେ ସ୍ଥାନ ପାଇଥିବା ପ୍ରାୟ ଦୁଇ ତୃତୀୟାଂଶ ଆପ୍ ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ପ୍ରସ୍ତୁତ ହୋଇଛି । ବିଭିନ୍ନ ବର୍ଗରେ ପ୍ରାୟ ଦୁଇ ଡଜନ ଆପ୍‌କୁ ପୁରସ୍କୃତ କରାଯାଇଛି। ଶ୍ରୋତାମାନେ ଏସବୁ ଆପ୍ ସହିତ ପରିଚିତ ହେବା ସହ ସେଥିସହ ସଂଯୁକ୍ତ ହେବାକୁ ସେ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଏଭଳି କେତେକ ଆପ୍ ସଂପର୍କରେ ଆଲୋଚନା କରିଥିଲେ ଯେଉଁଥିରେ କୁଟୁକୀ କିଟ୍ସ ଲର୍ଣ୍ଣିଂ ଆପ୍‌, ଶିଶୁମାନଙ୍କ ପାଇଁ ଏକ ଇଣ୍ଟରାକ୍ଟିଭ ଆପ୍‌, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ପାଇଁ ଉଦ୍ଦିଷ୍ଟ ଏକ ଆପ୍ କୁ କୂ କୁ, ଯୁବସମାଜ ପାଇଁ ଚିଙ୍ଗାରି ଆପ୍‌, ସରକାରୀ କାର‌୍ୟ୍ୟକ୍ରମ ସଂପର୍କରେ ସୂଚନା ପାଇବା ପାଇଁ ଉଦ୍ଦିଷ୍ଟ ‘ଆସ୍କ ସରକାର’ ଆପ୍ ଏବଂ ଫିଟିନେସ ଆପ୍‌- ଷ୍ଟେପ୍ ସେଟ୍ ଗୋ ଆଦି ଅନ୍ୟତମ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏସବୁ ଛୋଟ ଛୋଟ ଷ୍ଟାର୍ଟଆପ୍ ଆସନ୍ତାକାଲି ବଡ ବଡ କଂପାନୀରେ ପରିଣତ ହେବ ଏବଂ ଏହା ବିଶ୍ୱରେ ଭାରତରେ ପ୍ରତୀକ ପାଲଟିବ। ଆମେ ଭୁଲିଯିବା ଅନୁଚିତ ଯେ ବିଶ୍ୱର ଯେଉଁ ବଡ ବଡ କଂପାନୀ ଏବେ ଅଛନ୍ତି ସେମାନେ ଏକଦା ଏଭଳି ଛୋଟ ଛୋଟ ଆପ୍ ଥିଲେ।

Categories
ଆଜିର ଖବର ଜାତୀୟ ଖବର

କୋଭିଡ ମୁକାବିଲା ସଂପର୍କରେ ଆଜି 10ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫ୍ରେସିଂ ମାଧ୍ୟମରେ କଥା ହେବେ। ପୂର୍ବରୁ ଏହି ପ୍ରସଂଗରେ ମୋଦି ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲଚୋନା କରି ପଦକ୍ଷେପ ନେଉଛନ୍ତି। ତେବେ ଆଜି ମୋଦି ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ସେହି ରାଜ୍ୟଗୁଡିକ ହେଲା

ଆନ୍ଧ୍ର ପ୍ରଦେଶ

କର୍ଣ୍ଣାଟକ

ତାମିଲନାଡୁ

ପଶ୍ଚିମବଂଗ

ମହାରାଷ୍ଟ୍ର

ପଂଜାବ

ବିହାର

ଗୁଜୁରାଟ

ତେଲାଙ୍ଗାନା

ଉତ୍ତର ପ୍ରଦେଶ

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଚାଷୀମାନଙ୍କ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : କୋରନା ମହାମାରୀ ସମୟରେ ଦେଶର କୋଟି କୋଟି ଚାଷୀମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ କୃଷକ, ପି.ଏ.ସି.ଏସ,ଏଫ.ପି.ଓ, କୃଷି ଉଦ୍ୟୋଗୀ ମାନେ ସେମାନଙ୍କର କୃଷି ଭିତିଭୂମି ନିର୍ମାଣ କରିପାରିବେ।

ଏହି ନୂଆ ଯୋଜନା ଅନୁଯାୟୀ କୃଷକ ଗୋଷ୍ଠୀ ଏବଂ କୃଷି ସମିତି ଶସ୍ୟ ରଖିବା ପାଇଁ ନୂତନ ଗୋଦାମ, ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ଶିଳ୍ପ ନିର୍ମାଣ କରିବା ପାଇଁ ଋଣ ନେଇପାରିବେ। ଏହା ଦ୍ୱାରା କୃଷକ ଏବଂ କୃଷି କ୍ଷେତ୍ରକୁ ଆର୍ଥିକ ସ୍ତରରେ ସହାୟତା ମିଳିବା ସହ ଦେଶର ସମସ୍ତ କୃଷକ ଭାଇ ମାନେ ଏହାର ଲାଭ ଉଠାଇ ପାରିବେ। କୃଷି ଭିତିଭୂମି ପାଣ୍ଠି ହେଉଛି ଏକ ମଧ୍ୟମ – ଦୀର୍ଘ ମିଆଦି ଆର୍ଥିକ ଋଣ ସୁବିଧା। ଏହାର ଅବଧୀ ୧୦ ବର୍ଷ ଅର୍ଥାତ୍ ୨୦୨୯ ପର୍ଯ୍ୟନ୍ତ ରହିଛି।

ଗ୍ରାମୀଣ କ୍ଷେତ୍ରରେ ଘରୋଇ ପୁଂଜି ବିନିଯୋଗ ଦ୍ୱାରା ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି କିଷାନ ରେଲ ଯୋଜନା ହେଉଛି ରେଳ ଟ୍ରାକରେ ଚାଲୁଥିବା ଶୀତଳ ଭଣ୍ଡାର। ଏହି ରେଳଗାଡି ମୁମ୍ବାଇର ଦେବଲାଲିରୁ ବିହାରର ଦାନାପୁର ପର୍ଯ୍ୟନ୍ତ ଚାଲିବ। ଏହା ଦ୍ୱାରା ଫଳ, ପନିପରିବା, କ୍ଷୀର ଇତ୍ୟାଦି ସତେଜ ରହିବ। ଚାଷୀମାନେ ନିଜର ଫସଲକୁ ସହରକୁ ପଠାଇ ଲାଭବାନ ହୋଇ ପାରିବେ। ଆଗାମୀ ଦିନରେ କିଷାନ ରେଲ୍ ଦେଶର ଅନ୍ୟ ରାଜ୍ୟଗୁଡିକରେ ଆରମ୍ଭ ହେବ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ : ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ପାଇଁ ସମସ୍ତ ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅବସ୍ଥାପିତ ମତଦାନ କେନ୍ଦ୍ରଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଛି। ମତଦାନ ଦିନ ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନର ଦିବସ। ସମସ୍ତ ମତଦାତାଙ୍କୁ ଭୋଟ୍‌ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅପିଲ୍‌ କରିଛନ୍ତି ମୋଦି , ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନିଅନ୍ତୁ। ଗଣତନ୍ତ୍ରର ଏହି ମହୋତ୍ସବରେ ଭାଗ ନେଇ ନୂତନ ରେକର୍ଡ କରନ୍ତୁ। ପ୍ରଧାନମନ୍ତ୍ରୀ ଯୁବ ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ୧ କୋଟି ୪୭ ଲକ୍ଷ ୮୬  ହଜାର ୩୮୨ ଲୋକଙ୍କୁ ମତଦାନ ଅଧିକାର ମିଳିଛି। ଏଥିରେ ୨ ଲକ୍ଷ ୩୨ ହଜାର ୮୧୫ ଜଣ ମତଦାତା ୧୮ ରୁ ୧୯ ବର୍ଷ ବୟସର ଯୁବପିଢ଼ି ସାମିଲି ଅଛନ୍ତି। ନିର୍ବାଚନ ପଡ଼ିଆରେ ୬୭୨ ଜଣ ପ୍ରାର୍ଥୀ ଅଛନ୍ତି। ଫଳାଫଳ ଫେବୃଆରୀ ୧୧ରେ ପ୍ରକାଶ ପାଇବ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବାପୁଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଦେଶର ବହୁ ବଡ଼ ବଡ ନେତା ଗୁରୁବାର ଦିନ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । 1948 ମସିହା ଜାନୁଆରୀ 30 ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ଏକ ପ୍ରବନ୍ଧ ଲେଖିଛନ୍ତି । ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, ବାପୁ ବିଦାୟୀ ନେବା ସମୟରେ ସାରା ଦୁନିଆକୁ ପ୍ରେମର ବାର୍ତ୍ତା ଦେଇଥିଲେ । ମହାତ୍ମା ଗାନ୍ଧିଙ୍କ ବିଚାରରୁ ଆମେ ବହୁତ କିଛି ଶିଖିବା ନେଇ ମୁଁ ଆଶା ରଖୁଛି ବୋଲି ରାଷ୍ଟ୍ରପତି ତାଙ୍କ ପ୍ରବନ୍ଧରେ ଲେଖିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଟୁଇଟ୍‌ କରି ଲେଖିଛନ୍ତି ଯେ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ନମନ । ପୁଜ୍ୟ ବାପୁଙ୍କ ବ୍ୟକ୍ତିତ୍ବ, ବିଚାର ଓ ଆଦର୍ଶ ଆମକୁ ସଶକ୍ତି ,ସକ୍ଷମ ଓ ସମୃଦ୍ଧ ନ୍ୟୁ ଇଣ୍ଡିଆର ନିର୍ମାଣ ପାଇଁ ପ୍ରେରିତ କରି ରହିବ। ସେହିପରି କଂଗ୍ରେସ ନେତା ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏକ ଭିଡିଓ ଟୁଇଟ୍‌ କରି ମହାତ୍ମା ଗାନ୍ଧିଙ୍କୁ ନମନ କରିଛନ୍ତି । ଭିଡିଓ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି ଯେ, ବାପୁ ତୁମେ ଏବେ ବି ଜୀବିତ, କ୍ଷେତର ଖଳାଘରରେ, ନ୍ୟାୟ, ସତ୍ୟ ଓ ପ୍ରେମର ଅଭିଳାଷରେ।’ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ଆଜି ଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ କରାଯିବ । ଦିଲ୍ଲୀର ରାଜଘାଟଠାରେ ଆଜି ଷ୍ଟୁଡେଣ୍ଟ ୟୁନିଅନମାନେ ମିଳିତ ଭାବରେ ଏକ ମାନବଶୃଙ୍ଖଳ ତିଆରି କରି ଏକତାର ପରିଚୟ ଦେବେ। ସେହିପରି ଯଶଓ୍ବନ୍ତ ସିହ୍ନାଙ୍କ ଗାନ୍ଧି ଯାତ୍ରାର ସମାପନ ମଧ୍ୟ ଆଜି ରାଜଘାଟଠାରେ ହେବ ।

Categories
ବିଶେଷ ଖବର

ଆମ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ବିଶ୍ଵାସ କରିବାକୁ ଇଚ୍ଛା ହେଉନି, ହେଲେ ବିଶ୍ଵାସ କରିବାକୁ ଆମେ ବାଧ୍ୟ

କେଦାର ମିଶ୍ର

ଗତ ରବିବାର ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇ ଆମର ପ୍ରଧାନମନ୍ତ୍ରୀ କହିଲେ, ତାଙ୍କ ସରକାର ବିରୋଧରେ ମିଛ ଅପପ୍ରଚାର ଚାଲିଛିବିରୋଧୀ ଦଳ ଓ “ଅର୍ବାନ ନକ୍ସଲ’’ (ଭଗବାନ ଜାଣନ୍ତି, ଏହାର ଅର୍ଥ କଣ) ମାନେ ଜାତୀୟ ନାଗରିକତା ପଞ୍ଜୀକରଣ ଓ ନାଗରିକତାରୁ ବାଦ ପଡିଥିବା ଲୋକଙ୍କୁ ଅଟକ ରଖିବା ପାଇଁ ତିଆରି ହେଉଥିବା ଜେଲ ବିଷୟରେ ମିଛ କହୁଛନ୍ତି ବୋଲି ସେ ବଡ ଆବେଗଭରା ଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ଗୋଟେ ଓଡିଆ ଟେଲିଭିଜନ ଚାନେଲ ଲେଖିଲା- “ଦେଶ ଦେଖିଲା ପ୍ରଧାନମନ୍ତ୍ରୀଙ୍କ ରୌଦ୍ର ରୂପ”। ଏହି ତଥାକଥିତ ରୌଦ୍ର ରୂପ ଯେ କେବଳ ମିଛ ଓ ଛଳନାର ଭାଷଣ ଥିଲା, ସେକଥା ତୁରନ୍ତ ଧରା ପଡିଗଲା । ପ୍ରଧାନମନ୍ତ୍ରୀ କହିଥିବା କୌଣସି କଥା ଯେ ସତ୍ୟ ଓ ତଥ୍ୟ ଆଧାରିତ ନଥିଲା, ସେକଥା ଦେଶ ଓ ବିଦେଶର ଗଣମାଧ୍ୟମ ଆଖି ଚିରି ଦେଖାଇଦେଲେ।

ତେବେ ପ୍ରଧାନମନ୍ତ୍ରୀ କହିଥିଲେ କଣ? ବଡ ଆତ୍ମବିଶ୍ବାସର ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ ନାଗରିକତା ପଞ୍ଜୀକରଣ ସମ୍ପର୍କରେ ତାଙ୍କ ସରକାର ଏ ଯାଏ କୌଣସି କଥା କହିନଥିବା ବେଳେ, ସେ ସମ୍ପର୍କରେ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ପ୍ରଚାର କରାଯାଉଛି। ଏହା ସତ୍ୟ କି? ଜାତୀୟ ନାଗରିକତା ପଞ୍ଜୀକରଣ ସମ୍ପର୍କରେ ବିରୋଧୀ ମିଛ କହୁଛନ୍ତି ବୋଲି କହିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଏ ସମ୍ପର୍କରେ ଅନୁଧ୍ୟାନ କରିବା ଉଚିତ ହୋଇଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ଦଳ ବିଜେପିର ଅଧ୍ୟକ୍ଷ ତଥା ତାଙ୍କ ନିଜ କ୍ୟାବିନେଟର ଗୃହମନ୍ତ୍ରୀ ଅମିତ ଶାହ, ଏକାଧିକ ଥର ଏନସିଆର ବା ଜାତୀୟ ନାଗରିକ ପଞ୍ଜୀକରଣ ସାରା ଦେଶରେ ହେବାକୁ ଯାଉଛି ବୋଲି ସ୍ପଷ୍ଟ କହିଛନ୍ତି। ଖୋଦ ସଂସଦ ଭିତରେ ଏ ସମ୍ପର୍କରେ ଗୃହମନ୍ତ୍ରୀ ବୟାନ ଦେଇଛନ୍ତି। ପ୍ରଥମେ ନାଗରିକତା ସଂଶୋଧନ ଆଇନ ଆସିଲା ପରେ ଜାତୀୟ ନାଗରିକତା ପଞ୍ଜୀକରଣ ଦେଶବ୍ୟାପୀ କରାଯିବ ବୋଲି ଅମିତ ଶାହ କହିଛନ୍ତି। ଚଳିତ ବର୍ଷ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ସରକାର ଜାତୀୟ ନାଗରିକତା ପଞ୍ଜିକରଣକୁ ଲାଗୁ କରିବ ବୋଲି କହିଥିଲେ।

ତା ସତ୍ତ୍ୱେ ଏ ସମ୍ପର୍କରେ ନରେନ୍ଦ୍ର ମୋଦୀ ସରକାର ଏ ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି ବୋଲି କହିବା ଡାହା ମିଛ ନୁହେଁ କି? ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଆମକୁ ପଚାରିବାକୁ ପଡିବ, କିଏ ମିଛ କହୁଛି- ପ୍ରଧାନମନ୍ତ୍ରୀ ନା ଗୃହମନ୍ତ୍ରୀ? ଆମେ କାହାକୁ ବିଶ୍ଵାସ କରିବା? ଆଜି ଦେଶ ସାରା ଯେତେବେଳେ ସଂଶୋଧିତ ନାଗରିକତା ଆଇନ ଓ ପ୍ରସ୍ତାବିତ ଜାତୀୟ ନାଗରିକତା ପଞ୍ଜୀକରଣ ବିରୋଧରେ ଜନ ଅସନ୍ତୋଷ ବ୍ୟାପକ ହେଉଛି, ସେଥିରୁ ବର୍ତ୍ତିବାକୁ ଯାଇ ପ୍ରଧାନମନ୍ତ୍ରୀ ମିଥ୍ୟାର ଆଶ୍ରୟ ନେଇଛନ୍ତି। କେବଳ ଅମିତ ଶାହ ନୁହନ୍ତି, ମୋଦୀ ସରକାରର ଅନେକ ମନ୍ତ୍ରୀ ଓ ବିଜେପିର ପଦାଧିକାରୀ ଜାତୀୟ ନାଗରିକତା ପଞ୍ଜୀକରଣ ସପକ୍ଷରେ ମତ ଦେଇଛନ୍ତି।

ଗୋଟେ ପକ୍ଷରେ ପ୍ରଧାନମନ୍ତ୍ରୀ ଏନଆରସି କଥା ମିଛ ବୋଲି କହୁଥିବା ବେଳେ ଏହା ସପକ୍ଷରେ ବିଜେପି ଜନସଭା କରୁଛି କାହିଁକି? ପ୍ରଧାନମନ୍ତ୍ରୀ ଓ ତାଙ୍କ ଗୃହମନ୍ତ୍ରୀ ପରଷ୍ପର ବିରୋଧୀ ମତ ରଖିବା ଆଶ୍ଚର୍ୟଜନକ। ମୋଦୀ ଶାହଙ୍କୁ ମିଛୁଆ କହୁଛନ୍ତି ନା ଶାହ ମୋଦୀଙ୍କୁ ଅଣଦେଖା କରୁଛନ୍ତି, ତାହା ମଧ୍ୟ ଆଜି ଆଉ ଏକ ପ୍ରଶ୍ନ। ଅମିତ ଶାହ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ଖୋଲାଖୋଲି ଆହ୍ଵାନ ଦେଉଛନ୍ତି ବୋଲି କୁହାଯାଇ ପାରିବ କି?

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବେଆଇନ ନାଗରିକଙ୍କୁ ଅଟକ ରଖିବା ଲାଗି ସେମିତି କୌଣସି ଅଟକ ଗୃହ ତିଆରି କରା ଯାଉନାହିଁକର୍ଣ୍ଣାଟକ, ଆସାମ ଓ ମହାରାଷ୍ଟ୍ରରେ ଏ ପ୍ରକାର ଅଟକ ଗୃହ ତିଆରି ହେଉଥିବା କଥା ଖୋଦ ମୋଦୀ ସରକାର ସଂସଦରେ ସ୍ଵୀକାର କରିଛନ୍ତି। ମୋଦୀ ସରକାରର ପ୍ରଥମ ପାଳିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ ଓ ଏହି ପାଳିରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକଥା ସଂସଦ ଗୃହରେ  ସ୍ଵୀକାର  କରିଛନ୍ତି। ବିଭିନ୍ନ ଗଣମାଧ୍ୟମକୁ  ସାକ୍ଷାତ୍କାର ଦେବା ଅବସରରେ ଏ କଥାକୁ ଅମିତ ଶାହ ମଧ୍ୟ ସ୍ଵୀକାର କରିଛନ୍ତିତଥାପି ଏହା ମିଛ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି କେମିତି?

ସଂସଦରେ ଉପସ୍ଥାପିତ ସରକାରୀ ତଥ୍ୟକୁ ସରକାରର ମୁଖ୍ୟ କାର୍ୟ ନିର୍ବାହୀ ଭାବରେ ପ୍ରଧାନମନ୍ତ୍ରୀ ଅସ୍ଵୀକାର କରିବା ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛିନିକଟରେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଛ କହିଥିବାରୁ ସେଠିକାର ପ୍ରଧାନମନ୍ତ୍ରୀ ନିଜ ପଦ ଛାଡିବାକୁ ବାଧ୍ୟ ହୋଇଛନ୍ତିଆମ ଦେଶରେ କିନ୍ତୁ ଏହାର କୌଣସି ପ୍ରଭାବ ପଡୁ ନାହିଁ। ଆମର ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାଗୁଡିକରେ ନିରନ୍ତର ମିଛ କହୁଥିବାର ପ୍ରମାଣ ଅନେକ ରହିଛି। ଏହାକୁ ଆମେ ଗ୍ରହଣ କରିନେଉଛୁ କେମିତି?

ଦେଶର ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ  ବୋଲି କହିବାକୁ ଆମେ ଆଦୌ ଚାହୁଁ ନାହୁଁହେଲେ ସତ୍ୟ ଓ ତଥ୍ୟ ଦେଖିଲା ପରେ ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ  ବ୍ୟତୀତ ଆଉ କିଛି କହି ହେବ କି? ପ୍ରଧାନମନ୍ତ୍ରୀ ପଦର ମର୍ଯାଦା ଓ ଗାରିମା ଦୃଷ୍ଟିରୁ ଏହା ସବୁଠୁ ପୀଡାଦାୟକ ସତ୍ୟ ବୋଲି ଆମକୁ ସ୍ଵୀକାର କରିବାକୁ ପଡିବଆଜି ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମିଛ ସମ୍ପର୍କରେ ଯେଉଁ ପ୍ରକାର ଖବର ସବୁ ବାହାରୁଛି, ତାକୁ ପଢି , ଶୁଣି ଲଜ୍ଜାରେ ଆମ ମୁଣ୍ଡ ତଳକୁ ହୋଇ ଯାଉଛି 

Categories
ଆଜିର ଖବର

ମୋଦିଙ୍କ ବିରୋଧରେ ଲଢିବେ ବହିଷ୍କୃତ ଯବାନ

ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ବହିଷ୍କୃତ ଯବାନ ତେଜ ବାହାଦୂର ଯାଦବ ଏବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଉତ୍ତର ପ୍ରଦେଶର ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ସେନା ବାହିନୀରେ କାର୍ଯ୍ୟରତ ଯବାନମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ତେଜ ବାହାଦୂର ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସେନାରୁ ବହିଷ୍କୃତ କରାଯାଇଥିଲା।ତେଜବାହାଦୂର କହିଛନ୍ତି, “ ମୋତେ ନିଜ ସହ ସାମିଲ କରିବା ପାଇଁ ଏକାଧିକ ରାଜନୈତିକ ଦଳ ମୋ ନିକଟକୁ ଆସିଥିଲେ। କିନ୍ତୁ ମୁଁ ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବରେ ଲଢିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ଲଢ଼ି ମୁଁ ସେନାରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବି। ଜିତିବା କିମ୍ବା ହାରିବା ନେଇ କୌଣସି ଫରକ ପଡିବ ନାହିଁ । ଅର୍ଦ୍ଧସାମରିକ ବାହିନୀକୁ ସରକାର କେମିତି ଅବହେଳା କରିଛନ୍ତି, ସେକଥା କେବଳ ସମସ୍ତଙ୍କ ପାଖରେ ପହଞ୍ଚାଇବି। ପ୍ରଧାନମନ୍ତ୍ରୀ ମୋଦି ଆମ ଯବାନଙ୍କ ନାଁରେ ଭୋଟ୍‌ ମାଗୁଛନ୍ତି ହେଲେ ଯବାନଙ୍କ ପାଇଁ କିଛିବି କରିନାହାନ୍ତି। ପୁଲୱାମା ହମ୍‌ଲାରେ ସିଆରପିଏଫ୍‌ ଯବାନ ସହିଦ ହେଲେ। କିନ୍ତୁ ସରକାର ଯବାନ ମାନଙ୍କୁ ସହିଦର ମାନ୍ୟତା ଦେଲେନାହିଁ। ମୁଁ ବାରଣାସୀରେ ପ୍ରାର୍ଥୀ ହେବି। ପୂର୍ବତନ ସେନା ଅଧିକାରୀମାନେ ମୋ ସମର୍ଥନରେ ପ୍ରଚାର କରିବେ।” ଭାଇରାଲ୍‌ ଭିଡିଓ ପାଇଁ ୨୦୧୭ରେ ଯାଦବଙ୍କୁ ସେନାରୁ ବିଦା କରାଯାଇଥିଲା। ସେ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାଟି ଏବେବି ବିଚାରାଧୀନ ଅବସ୍ଥାରେ ରହିଛି ।