Categories
ଆଜିର ଖବର

ଏପ୍ରିଲ୍‌ ୧୨ରେ ପରଦାକୁ ଆସିବ ‘ପିଏମ୍‌ ନରେନ୍ଦ୍ର ମୋଦି’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦି’ ଆଗାମୀ ଏପ୍ରିଲ୍‌ ୧୨ ତାରିଖରେ ମୁକ୍ତିଲାଭ କରିବ ବୋଲି ସୂତ୍ରରୁ ଜଣାପଡିଛି। ଏହି ଫିଲ୍ମକୁ ସନ୍ଦୀପ ସିଂହ, ଆନନ୍ଦ ପଣ୍ଡିତ ଓ ସୁରେଶ ଓବରଏ୍‌ ପ୍ରମୁଖ ପ୍ରଯୋଜିତ କରୁଥିବାବେଳେ ଏଥିରେ ମୁଖ୍ୟ ଭୂମିକାରେ ବିବେକ୍‌ ଓବରୟ ନଜର ଆସୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ଉମଙ୍ଗ କୁମାର। ଏପ୍ରିଲ୍‌ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାର ପରଦିନ ଅର୍ଥାତ୍‌ ଏପ୍ରିଲ୍‌ ୧୨ ତାରିଖରେ ଏହି ଫିଲ୍ମଟି ରିଲିଜ୍‌ ହେବ। ଜାନୁଆରୀ ୨୮ରେ ଏହି ଚଳଚ୍ଚିତ୍ରର ଶୁଟିଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉତ୍ତରାଖଣ୍ଡ ଓ ମୁମ୍ବାଇରେ ଏହାର ଶୁଟିଂ କରାଯାଇଛି। ଏହି ଫିଲ୍ମରେ ଜରିନା ଓ୍ବାହାବା, ବରଖା ବିଷ୍ଟ, ମନୋଜ ଯୋଶୀ, ବୋମନ ଇରାନୀ ପ୍ରମୁଖ ଅଭିନୟ କରୁଛନ୍ତି। ତେବେ ବହୁତ କମ୍‌ ସମୟ ମଧ୍ୟରେ ଫିଲ୍ମଟି ଶୁଟିଂ ସାରି ପରଦା ଉପରକୁ ଆସୁଥିବାରୁ ଫିଲ୍ମକୁ ଟ୍ରୋଲ୍‌ କରାଯାଇଛି।  ଏହି ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା ସରିବା ପରେ ଏହାକୁ ନେଇ ଜଣେ ଫିଲ୍ମ ନା ମ୍ୟାଗି ବୋଲି କହି ଟ୍ରେଲ୍‌ କରିଛନ୍ତି।