Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ସ୍ବାସ୍ଥ୍ୟ

ପିଏମ୍ କେୟାର ଫଣ୍ଡକୁ ୫୦୦ କୋଟି ପ୍ରଦାନ କରିବ ପେଟିଏମ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ପେଟିଏମ୍ ପ୍ରଦାନ କରିବ ୫୦୦ କୋଟି। ଗତକାଲି ପିଏମ୍ କେୟାର୍ସ ଫଣ୍ଡ ଗଠନ ପରେ ଆଜି ପେଟିଏମ୍ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ ଗ୍ରାହକଙ୍କ ଦ୍ୱାରା କରାଯାଉଥିବା ପ୍ରତି ଦେଣନେଣ ଉପରେ ୧୦ ଟଙ୍କା ଲଖୋଏଁ ପ୍ରଦାନ କରାଯିବ। କରୋନା ମହାମାରୀକୁ ପ୍ରତିହତ କରିବା ପାଇର୍ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ, ତେଣୁ ପେଟିଏମ୍ ମଧ୍ୟ ସହଯୋଗର ହାତ ବଢାଇବାକୁ ଚାହୁଁଛି ବୋଲି ପେଟିଏମ୍ ସଭାପତି ମଧୁର ଦେଓରା ପ୍ରକାଶ କରିଛନ୍ତି। ସେହିପରି ୫ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟ ଉପକରଣ ମଧ୍ୟ ନିର୍ମାଣ କରୁଛି ପେଟିଏମ୍।  (ଏଜେନ୍ସି)

Categories
ଆଜିର ଖବର ଖେଳ ଜାତୀୟ ଖବର

କରୋନା ମୁକାବିଲା : 52 ଲକ୍ଷ ଟଙ୍କା ପ୍ରଦାନ କଲେ ଏହି କ୍ରିକେଟର

ଲକ୍ଷ୍ନୌ : ଦେଶରେ କରୋନା ଆତଙ୍କର ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏକାଧିକ କ୍ରିକେଟର ଏବଂ ବଲିଉଡ୍‌ କଳାକାର ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନର ଭାରତୀୟ ଦଳର କୌଣସି ସଦସ୍ୟ ସହାୟତା ପ୍ରଦାନ କରିନଥିବା ବେଳେ ଷ୍ଟାଇଲିସ୍‌ ବାମହାତୀ କ୍ରିକେଟର ସୁରେଶ ରାଇନା 52 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପିଏମ୍‌ କେୟାର ଫଣ୍ଡକୁ ରାଇନା 31 ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ 21 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ 25 ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପିଏମ୍‌ କେୟାର ଫଣ୍ଡକୁ ଏକ ମାସର ଦରମା ପ୍ରଦାନ କରିବେ ସମସ୍ତ ବିଜେପି ବିଧାୟକ ଓ ସାଂସଦ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯିବା ପରେ ସହାୟତାର ସୁଆ ଛୁଟିଛି । ବଲିଉଡ୍‌ କଳାକାର ଅକ୍ଷୟ କୁମାର 25 କୋଟିର ସହାୟତା ପ୍ରଦାନ କରିଥିବା ବେଳେ ସମସ୍ତ ବିଜେପି ବିଧାୟକ ଓ ସାଂସଦ ଏକ ମାସର ଦରମା ପ୍ରଦାନ କରିବାକୁ ଯାଉଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ସାଂସଦ ନିଜର ସଂସଦୀୟ ପାଣ୍ଠିରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ନଡ୍ଡା କହିଛନ୍ତି । (ଏଜେନ୍ସି)