କରୋନା ମୁକାବିଲା : 52 ଲକ୍ଷ ଟଙ୍କା ପ୍ରଦାନ କଲେ ଏହି କ୍ରିକେଟର

Published: Mar 28, 2020, 7:21 pm IST

ଲକ୍ଷ୍ନୌ : ଦେଶରେ କରୋନା ଆତଙ୍କର ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏକାଧିକ କ୍ରିକେଟର ଏବଂ ବଲିଉଡ୍‌ କଳାକାର ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନର ଭାରତୀୟ ଦଳର କୌଣସି ସଦସ୍ୟ ସହାୟତା ପ୍ରଦାନ କରିନଥିବା ବେଳେ ଷ୍ଟାଇଲିସ୍‌ ବାମହାତୀ କ୍ରିକେଟର ସୁରେଶ ରାଇନା 52 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପିଏମ୍‌ କେୟାର ଫଣ୍ଡକୁ ରାଇନା 31 ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ 21 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ 25 ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । (ଏଜେନ୍ସି)

Related posts