Categories
ଆଜିର ଖବର ଖେଳ ଜାତୀୟ ଖବର

କରୋନା ମୁକାବିଲା : 52 ଲକ୍ଷ ଟଙ୍କା ପ୍ରଦାନ କଲେ ଏହି କ୍ରିକେଟର

ଲକ୍ଷ୍ନୌ : ଦେଶରେ କରୋନା ଆତଙ୍କର ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏକାଧିକ କ୍ରିକେଟର ଏବଂ ବଲିଉଡ୍‌ କଳାକାର ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନର ଭାରତୀୟ ଦଳର କୌଣସି ସଦସ୍ୟ ସହାୟତା ପ୍ରଦାନ କରିନଥିବା ବେଳେ ଷ୍ଟାଇଲିସ୍‌ ବାମହାତୀ କ୍ରିକେଟର ସୁରେଶ ରାଇନା 52 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପିଏମ୍‌ କେୟାର ଫଣ୍ଡକୁ ରାଇନା 31 ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ 21 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ 25 ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ରାଇନାଙ୍କ ସହିତ ଫ୍ୟାନବୟ ମୋମେଣ୍ଟ ସେୟାର କଲେ ଦୁଲ୍‌କର

ଚେନ୍ନାଇ : ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସହିତ ନିଜର ଫ୍ୟାନବୟ ମୋମେଣ୍ଟ ସେୟାର କରିଛନ୍ତି ଦ ଜୋୟା ଫ୍ୟାକ୍ଟର ଅଭିନେତା ଦୁଲ୍‌କର ସଲ୍‌ମାନ୍‌ । ସୋସିଆଲ୍‌ ମିଡିଆରେ ଦୁଲ୍‌କର ସଲ୍‌ମାନଙ୍କ ବଡ ଫ୍ୟାନ୍‌ ଫଲୋଇଙ୍ଗ ରହିଥିବା ବେଳେ ରାଇନାଙ୍କ ସହିତ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି । ଓକେ କନମନି, ଚାର୍ଲି ଏବଂ ମହାନାଟୀ ପରି ଫିଲ୍ମପାଇଁ ପ୍ରସିଦ୍ଧି ଲାଭ କରିଥିବା ଦୁଲ୍‌କର ଦୁଇଟି ବଲିଉଡ୍‌ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ନିକଟରେ ରିଲିଜ୍‌ ହୋଇଥିବା ଦୁଲ୍‌କରଙ୍କ ଫିଲ୍ମ ଭରାନେ ଅବଶ୍ୟମୁଡ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟ ହୋଇଛି । ଅପ୍‌କମିଙ୍ଗ ଫିଲ୍ମ କନ୍ନମ କନ୍ନମ୍‌ କୋଲାୟାଡିଥାଲ୍‌ କୋ ଷ୍ଟାର ବିକ୍ରମ ପ୍ରଭୁ ରାଇନାଙ୍କ ସହିତ ଏହି ଫଟୋରେ ନଜର ଆସିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଟି-୨୦ରେ ୮୦୦୦ ରନ୍ କରିବାରେ ସୁରେଶ ରୈନା ପ୍ରଥମ ଭାରତୀୟ କ୍ରିକେଟର

ଟି-ଟ୍ୱେଣ୍ଟି କ୍ରିକେଟରେ ୮ହଜାର ରନ୍ ପୂରଣ କରିଛନ୍ତି ଭାରତୀୟ କ୍ରିକେଟର ସୁରେଶ ରୈନା। ଏହି ସଫଳତା ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ଖେଳାଳି। ଗତକାଲି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଉତ୍ତରପ୍ରଦେଶ ପାଇଁ ଖେଳୁଥିବା ମ୍ୟାଚରେ ୧୨ ରନ୍ ହାସଲ କରି ଏହି ସଫଳତାର ଅଧିକାରୀ ହୋଇଥିଲେ ରୈନା। ଏହି ମ୍ୟାଚରେ ପୁଡୁଚେରୀକୁ ୭୭ରନରେ ହରାଇଥିଲା ଉତ୍ତରପ୍ରଦେଶ। ଏହାସହ ରୈନା କ୍ୟାରିଅରର ୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍ ପୂରଣ କରିଛନ୍ତି। ତାଙ୍କ ଉପରେ ଅଛନ୍ତି ଧୋନି (୩୦୧ ମ୍ୟାଚ ଖେଳିଛନ୍ତି)। ରୈନା ଗତବର୍ଷ ଇଂଲଣ୍ଡ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।