Categories
ଆଜିର ଖବର

ମୃତ୍ୟୁଦଣ୍ଡରୁ ବଞ୍ଚାଇଲା କବିତା : ସୁପ୍ରିମକୋର୍ଟ ଦ୍ଵାରା ରାୟ ପରିବର୍ତ୍ତନ। 

କବିତା ଲେଖି ଜଣେ ଅପରାଧୀ ମୃତ୍ୟୁଦଣ୍ଡରୁ ନିଜକୁ ବଞ୍ଚାଇପାରିଛନ୍ତି । ଏକ ହତ୍ୟାକାଣ୍ଡ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲେ ମଧ୍ୟ ତାଙ୍କ ଦଣ୍ଡକୁ ପରିବର୍ତ୍ତନ କରାଯାଇ ଆଜୀବନ ଜେଲଦଣ୍ଡ ଦିଆଯାଇଛି । ଏହା କେବଳ ସମ୍ଭବ ହୋଇପାରିଛି କବିତା ପାଇଁ । ଅପରାଧୀ ଜଣକ ଜେଲ୍‌ରେ ରହିବା ସମୟରେ ହିଁ ସେ ଲେଖିଥିବା କବିତା ପାଇଁ ସୁପ୍ରିମକୋର୍ଟ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍‌କୋର୍ଟ ଏହି କବିତା ସବୁକୁ ଅନୁଶୀଳନ କରିବା ପରେ ଅପରାଧୀ ଜଣକ ନିଜ ଭୁଲ୍‌ ପାଇଁ ଅନୁତପ୍ତ ଏବଂ ତା’ ଭିତରେ ସଂସ୍କାର ଆସିଥିବାର ଜାଣିବାକୁ ପାଇଥିଲେ ।  ଜଷ୍ଟିସ୍‌ ଏକେ ସିକ୍ରି, ଜଷ୍ଟିସ୍‌ ଏସ୍‌ ଅବ୍‌ଦୁଲ ନାଜିର ଏବଂ ଜଷ୍ଟିସ୍‌ ଏମ୍‌ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ରାୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅପରାଧୀ ଜଣକ ଅର୍ଥ ଲୋଭରେ ଗୋଟିଏ ଛୁଆକୁ ଅପହରଣ କରିବା ପରେ ହତ୍ୟା କରିଥିଲା। ସେ ଅପରାଧ ଘଟାଇବା ବେଳକୁ ତାକୁ ୨୨ ବର୍ଷ ହୋଇଥିଲା ଏବଂ ୧୮ ବର୍ଷ ଜେଲ୍‌ରେ କାଟିସାରିଲାଣି।