Categories
ଆଜିର ଖବର ଖେଳ ଜାତୀୟ ଖବର

ଇଂଲଣ୍ଡକୁ ପରାସ୍ତ କରି WTC ପଏଣ୍ଟ ଟେବୁଲରେ ବଡ଼ ଲମ୍ଫ, ଜାଣନ୍ତୁ କେତେ ଲାଭ ପାଇଲା ଭାରତ

ନୂଆଦିଲ୍ଲୀ: ବିଶାଖାପାଟନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ନେଇଛି। ବିଶାଖାପାଟନମ୍ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଥିଲା, କିନ୍ତୁ ବର୍ତ୍ତମାନ ବିଜୟ ପରେ ରୋହିତ ବ୍ରିଗେଡ୍ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଅର୍ଥାତ୍ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଭାରତୀୟ ଦଳ ତିନୋଟି ସ୍ଥାନ ଉପରକୁ ଉଠିଛି।

ଇଂଲଣ୍ଡକୁ ପରାସ୍ତ କରିବା ପରେ ଭାରତର ବିଜୟ ହାର ୫୨.୭୭ ହୋଇଛି। ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩-୨୫ ​​ଚକ୍ରରେ ଏପର୍ଯ୍ୟନ୍ତ ୬ ଟି ଟେଷ୍ଟ ଖେଳିଛି, ଯେଉଁଥିରେ ସେମାନେ ୩ ଟି ରେ ବିଜୟ, ୨ ଟି ରେ ପରାସ୍ତ ଏବଂ ଗୋଟିଏ ଡ୍ରରେ ଶେଷ ହୋଇଛି। ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। କଙ୍ଗାରୁ ଦଳ ଏପର୍ଯ୍ୟନ୍ତ ୧୦ ଟି ଟେଷ୍ଟ ଖେଳିଛି ଯେଉଁଥିରେ ସେମାନେ ୬ ଟି ଜିତିଛନ୍ତି, ୩ ରେ ହାରିଛନ୍ତି ଏବଂ ଗୋଟିଏ ଡ୍ର କରିଛନ୍ତି। ୫୫.୦୦ ପ୍ରତିଶତ ବିଜୟ ସହ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି।

ଟେବୁଲ୍ ର ଶୀର୍ଷ-୫:

ଅଷ୍ଟ୍ରେଲିଆ ଏକ ନମ୍ବରରେ ଏବଂ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ତିନି ନମ୍ବର ସ୍ଥାନରେ ଅଛି, ଯିଏ ୨ ଟି ମ୍ୟାଚ ମଧ୍ୟରୁ ୧ ଟି ଜିତିଛନ୍ତି। ଏହାପରେ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ଏବଂ ବାଂଲାଦେଶ ପଞ୍ଚମ ସ୍ଥାନରେ ରହିଛି। ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟ ୨ ଟି ମ୍ୟାଚ ମଧ୍ୟରୁ ୧-୧ ରେ ଜିତିଛନ୍ତି।