Categories
ଆଜିର ଖବର ରାଜ୍ୟ ଖବର

ଏନଆଇଏ ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ: ସିପି

ଭୁବନେଶ୍ୱର :  ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ  ନିଜର ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି।  ଆମେ ପାଇଥିବା ସୂଚନା ଅନୁସାରେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ। ଛାତ୍ର ଜଣକୁ ଅଜ୍ଞାତରେ ନୁହେଁ ଖଣ୍ଡଗିରି ଥାନାରେ ଜେରା କରାଯାଉଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ତେବେ ଅନାବଶ୍ୟକଭାବେ ଅଯଥା କଳ୍ପନାଜଳ୍ପନା ନକରିବାକୁ ସେ କହିଛନ୍ତି ।

ପ୍ରକାଶ ଯେ, ରାଜଧାନୀ ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ(ଏନଆଇଏ)ଜଣେ ଛାତ୍ରକୁ ଉଠାଇ ନେଇଥିବା ଜଣାଯାଇଛି । କୌଣସି ଏକ ଲିଙ୍କରେ ଏନଆଇଏ ସମ୍ପୃକ୍ତ ଛାତ୍ରକୁ  ଉଠାଇ ନେଇ ଖଣ୍ଡଗିରି ଥାନାରେ  ପଚରାଉଚୁରା କରୁଛି । ଏନଆଇଏ ସକାଳ ୭ଟାରୁ ତାକୁ ଜେରା କରୁଥିବା ଜଣାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଦ୍ବୈତ ନଗରୀରେ କଡା କଟକଣା ଜାରି କଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ବର :  ଭୁବନେଶ୍ବର କଟକ ସହରରରେ କଡା କଟକଣା ଜାରି କରାଯାଇଛି। ଅଯଥା ଯାତାୟତ ଉପରେ କଠୋର ହେଲା କମିଶନରେଟ ପୋଲିସ୍‌। ସନ୍ଧ୍ୟା 7ଟାରୁ ସକାଳ 7ଟା ଯାଏଁ ବାହାରକୁ ବାହାରିବା ମନା କରାଯାଇଛି। ଭୁବନେଶ୍ବର –କଟକରେ ଅନାବଶ୍ୟକ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ପ୍ରତିବନ୍ଧକ ଲଗାଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ। ସନ୍ଧ୍ୟା 7ଟାରୁ ସକାଳ 7ଟା ଯାଏଁ କର୍ଫ୍ୟୁ ଭଳି ସ୍ଥିତି ରହିବ ବୋଲି ସୂଚନା ରହିଛି। ଆସନ୍ତା 17 ତାରିଖ ଲକ୍‌ ଡାଉନ୍‌ ଶେଷ ଯାଏଁ  ଏହି କଟକଣା ବଳବତ୍ତର ରହିବ। କଟକଣା ଭଙ୍ଗ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।  କରୋନା ସଂକ୍ରମଣରୁ ମୁକ୍ତି ପାଇଁ କଟକଣା ମାନିବା ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନ ଆସିବା ଯାଏଁ ଦୋକାନ ବନ୍ଦ ରହିବ : ପୋଲିସ୍‌ କମିଶନର

ଭୁବନେଶ୍ୱର:  ଆଜିଠୁ ସାରା ଦେଶରେ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ  ଦୋକାନ ଖୋଲିବା ନେଇ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ଆବାସିକ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।

ତେବେ ଓଡ଼ିଶାରେ ଦୋକାନ ଖୋଲିବାକୁ ନେଇ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ଦେଖିବା ପରେ ଦୋକାନ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଟୁଇଟ୍‌ କରିଛନ୍ତି। ରାଜ୍ୟସରକାରଙ୍କ ନିଷ୍ପତ୍ତି ନ ଆସିବା ଯାଏଁ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ।

ସୂଚନାଯୋଗ୍ୟ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ପଂଜୀକୃତ ଦେକାନଗୁଡ଼ିକ  ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଖୋଲିବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ସପ୍‌ ଆଣ୍ଡ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟରେ ପଞ୍ଜୀକୃତ ଦୋକାନ ଖୋଲିବ। ପୌରାଞ୍ଚଳରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସରେ ଖୋଲିବନି ଦୋକାନ। କେବଳ ଆବାସିକ ଅଞ୍ଚଳ ଓ ମାର୍କେଟ୍‌ କମ୍ପେକ୍ସରେ ଥିବା ପଞ୍ଜିକୃତ ଦୋକାନଗୁଡିକ ଖୋଲାଯିବ ବୋଲି ସୂଚନା ରହିଛି । ତେବେ ମଲ୍‌, ସପିଂ ମଲ୍‌ ଖୋଲା ଯାଇ ପାରିବ ନାହିଁ । ଖୋଲିବାକୁ ଥିବା ସମସ୍ତ ଦୋକାନଗୁଡିକ ସାମାଜିକ ଦୂରତ୍ବକୁ ମାନିବା ସହିତ ଦୋକାନରେ 50 ପ୍ରତିଶତ କର୍ମଚାରୀ ରଖିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଇ କାର୍ଡ ଦେଖାଇ ଅଫିସ୍‌ ଯିବେ – ପୋଲିସ୍‌ କମିଶନର

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ସାତ ଦିନ ପରେ କିଛି ଅଞ୍ଚଳରେ କୋହଳ ହେବ କରୋନା କଟକଣା । ଅଣସମ୍ବେଦନଶୀଳ ଅଞ୍ଚଳରେ କରୋନା କଟକଣାକୁ କୋହଳ କରାଯିବ । କାଲିଠୁ ସରକାରୀ କାର୍ଯ୍ୟାଳୟ ଖୋଲିବ, ନିର୍ମାଣ କାମ ବି ଚାଲିବ। ଗ୍ରୁଫ୍‌ ଏ କର୍ମଚାରୀମାନେ ଅଫିସ୍‌କୁ ଆସିବେ ବୋଲି ସୂଚନା ରହିିଛି । ତେବେ ଅନୁମତିପ୍ରାପ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଅଫିସ୍‌ ଯିବା ପ୍ରସଙ୍ଗରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ। କେନ୍ଦ୍ରୀୟ କର୍ମଚାରୀ ଆଇଡେଣ୍ଟି କାର୍ଡ ଦେଖାଇ ଅଫିସ୍‌ ଯାଇପାରିବେ। ଗାଡି ପାଇଁ କୌଣସି ପାସ୍‌ ଦେଖାଇବାକୁ ପଡିବ ନାହିଁ। ରାଜ୍ୟ ସରକାରଙ୍କ କର୍ମଚାରୀ ଆଇଡେଣ୍ଟି କାର୍ଡ, ଅନୁମତି ପତ୍ର ଦେଖାଇବେ। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ମଧ୍ୟ ଗାଡି ପାସ୍‌ ଦରକାର ନାହିଁ। କଣ୍ଟେନେମଣ୍ଟ ଜୋନ୍‌ରେ କିଛି କୋହଳ କରାଯାଇନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

48ଘଣ୍ଟିଆ ସଟ୍‌ ଡାଉନ୍‌ ସମୟରେ କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ ଏନେଇ ସୂଚନା ଦେଲେ ପୋଲିସ୍‌ କମିଶନର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : 48 ଘଣ୍ଟିଆ ସଟ୍‌ ଡାଉନ୍‌କୁ ନେଇ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ସଟ୍‌ ଡାଉନ୍‌ ସମୟର କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ ଏନେଇ କହିଛନ୍ତି ପୋଲିସ୍‌ କମିଶନର । ଏହି ସମୟ ମଧ୍ୟରେ ଉଭୟ ସହରକୁ କୌଣସି ଗାଡ଼ି ମୋଟର ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି । କୌଣସି ଗାଡି ସହର ଭିତରକୁ ଯିବନି କି ବାହାରକୁ ଛଡା ଯିବ ନାହିଁ।  ନିହାତି ଆବଶ୍ୟକ ନ ହେଲେ ହସ୍ପିଟାଲ ଯିବାକୁ ଚାହାନ୍ତୁନି ବୋଲି କହିଛନ୍ତି ପୋଲିସ କମିଶନର। ଡାକ୍ତରଙ୍କ ସହ ଟେଲିଫୋନରେ ପରାମର୍ଶ କରନ୍ତୁ ବୋଲି କହିଛନ୍ତି କମିଶନର । ଡାକ୍ତର ଅନୁମତି ଦେଇ ଫୋନ୍‌ କଲେ, ପୋଲିସ୍‌ ଆମ୍ବୁଲାନ୍ସକୁ ଅନୁମତି ଦେବ ବୋଲି କହିଛନ୍ତି ପୋଲିସ୍‌ କମିଶନର । ଦୁଇ ଦିନ ପେଟ୍ରୋଲ୍‌ ପମ୍ପ ବନ୍ଦ ରହିବ, ସେହିପରି କାଲି ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଏବେ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପଞ୍ଚମ ବ୍ୟକ୍ତି ନିକଟରେ ବିଦେଶ କିମ୍ବା ରାଜ୍ୟ ବାହାରକୁ ଯାଇନଥିବାବେଳେ କରୋନା ସଂକ୍ରମିତ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ସୂର୍ଯ୍ୟନଗରର ବୋଲି ଜଣାପଡିଛି । ଏଥିପାଇଁ 48 ଘଣ୍ଟିଆ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ କରି ଏହି ସମ୍ପର୍କରେ ଅନୁସନ୍ଧାନ କରାଯିବ ବୋଲି ସୂଚନା ରହିଛି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6କୁ ବୃଦ୍ଧି ହୋଇଥିବାବେଳେ ଆଜି ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ପୂର୍ବରୁ ଦ୍ବିତୀୟ ଆକ୍ରାନ୍ତ ଜଣକ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏବେ ଚାରିଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଲକ୍ଷ୍ନୌର ପୋଲିସ୍‌ କମିଶନର ଭାବେ ସୁଜିତ୍‌ ପାଣ୍ଡେ ଓ ନୋଏଡାର ପୋଲିସ୍‌ କମିଶନର ଭାବେ ଆଲୋକ ସିଂହଙ୍କୁ ମିଳିଲା ଦାୟିତ୍ବ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜାରି ହେଲା ପୋଲିସ୍‌ କମିଶନରେଟ ସିଷ୍ଟମ୍‌ । ପ୍ରଦେଶର ରାଜଧାନୀ ଲକ୍ଷ୍ନୌର କମିଶନର ହେଲେ  ସୁଜିତ୍‌ ପାଣ୍ଡ । ନୋଏଡାର  ପୋଲିସ୍‌ କମିଶନର ଭାବେ ନିଯୁକ୍ତି ପାଇଲେ ଆଲୋକ ସିଂହ । ଯୋଗୀ ସରକାର ଏନେଇ ଘୋଷଣା କରିଛନ୍ତି । ୟୁପିର ଯୋଗୀ ସରକାର ନୋଏଡା ଓ ଲକ୍ଷ୍ନୌଠାରେ ପୁଲିସ୍‌ କମିଶନର ସିଷ୍ଟମ୍‌ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଥିଲେ। ଲୋକଭବନଠରେ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି। ଏବେ ନୋଏଡା ଓ ଲକ୍ଷ୍ନୌଠାରେ ଆଇନ୍‌ ବ୍ୟବସ୍ଥାର ଦାୟିତ୍ବ ପୁଲିସ୍‌ ଅଫିସରଙ୍କ ଉପରେ ନ୍ୟସ୍ତ ରହିବ।  ଏବେ ପୁଲିସ୍‌ ଅଫିସରଙ୍କୁ ମାଜିଷ୍ଟ୍ରେଟ୍‌ ପାଓ୍ବାର ମଧ୍ୟ ମିଳିବ। ଆଇନ କାନୁନ ବ୍ୟବସ୍ଥାରେ ସୁଧାର ପାଇଁ ନୋଏଡା ଏବଂ ଲକ୍ଷ୍ନୌରେ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର

କୋଲକାତା କମିଶନରଙ୍କ ସମେତ ୩ଅଧିକାରୀଙ୍କୁ ବଦଳାଇଲେ ନିର୍ବାଚନ କମିଶନର

ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ କୋଲକାତା କମିଶନରଙ୍କ ସମେତ ଅନ୍ୟ ୩ଅଧିକାରୀଙ୍କୁ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଶୁକ୍ରବାର ରାତିରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ନିର୍ବାଚନ କମିଶନ କୋଲକାତା ପୋଲିସ କମିଶନର ଅନୁଜ ଶର୍ମାଙ୍କୁ ବଦଳାଇଥିବା ବେଳେ ବିଧାନନଗର କମିଶନର ଜ୍ଞାନବନ୍ତ ସିଂଙ୍କୁ ମଧ୍ୟ ବଦଳାଇଛନ୍ତି। ଏହାସହିତ ପ୍ରଦୁଷଣ ନିୟନ୍ତ୍ରଣ ବିଭାଗର ଏଡିଜି ଡ. ରାଜେଶ କୁମାରଙ୍କୁୂ କୋଲକାତାର ନୂତନ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ନଟରାଜନ ରମେଶ ବାବୁଙ୍କୁ ବିଧାନନଗର କମିଶନର ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ସହିତ ବିଧାନ ନଗର ବିମାନବନ୍ଦର ବିଭାଗର ଉପ କମିଶନର ଅଭାନ୍ନୁ ରବିନ୍ଦ୍ରନାଥଙ୍କୁ  ବୀରଭୂମର କମିଶନର ଭାବେ ନିଯୁକ୍ତ କରାଯାଇଛି। ଡାଏମଣ୍ଡ ହାର୍ବରର ପୋଲିସ୍‌ ମୁଖ୍ୟ ଭାବରେ ତୃତୀୟ ବାଟାଲିୟନ୍‌ର ଶ୍ରୀହରି ପାଣ୍ଡେଙ୍କୁ ନିଯୁକ୍ତ କରାଯାଇଛି। ଏହି ନିର୍ଦ୍ଦେଶକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଦଳି କରାଯାଇଥିବା ଅଧିକାରୀଙ୍କୁ ନିର୍ବାଚନୀ ଡ୍ୟୁଟିରେ ବ୍ୟବହାର ନକରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )