ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନ ଆସିବା ଯାଏଁ ଦୋକାନ ବନ୍ଦ ରହିବ : ପୋଲିସ୍‌ କମିଶନର

Published: Apr 25, 2020, 10:38 am IST

ଭୁବନେଶ୍ୱର:  ଆଜିଠୁ ସାରା ଦେଶରେ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ  ଦୋକାନ ଖୋଲିବା ନେଇ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ଆବାସିକ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।

ତେବେ ଓଡ଼ିଶାରେ ଦୋକାନ ଖୋଲିବାକୁ ନେଇ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ଦେଖିବା ପରେ ଦୋକାନ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଟୁଇଟ୍‌ କରିଛନ୍ତି। ରାଜ୍ୟସରକାରଙ୍କ ନିଷ୍ପତ୍ତି ନ ଆସିବା ଯାଏଁ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ।

ସୂଚନାଯୋଗ୍ୟ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ପଂଜୀକୃତ ଦେକାନଗୁଡ଼ିକ  ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଖୋଲିବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ସପ୍‌ ଆଣ୍ଡ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟରେ ପଞ୍ଜୀକୃତ ଦୋକାନ ଖୋଲିବ। ପୌରାଞ୍ଚଳରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସରେ ଖୋଲିବନି ଦୋକାନ। କେବଳ ଆବାସିକ ଅଞ୍ଚଳ ଓ ମାର୍କେଟ୍‌ କମ୍ପେକ୍ସରେ ଥିବା ପଞ୍ଜିକୃତ ଦୋକାନଗୁଡିକ ଖୋଲାଯିବ ବୋଲି ସୂଚନା ରହିଛି । ତେବେ ମଲ୍‌, ସପିଂ ମଲ୍‌ ଖୋଲା ଯାଇ ପାରିବ ନାହିଁ । ଖୋଲିବାକୁ ଥିବା ସମସ୍ତ ଦୋକାନଗୁଡିକ ସାମାଜିକ ଦୂରତ୍ବକୁ ମାନିବା ସହିତ ଦୋକାନରେ 50 ପ୍ରତିଶତ କର୍ମଚାରୀ ରଖିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

Related posts