Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର 14 ଜଣଙ୍କୁ ପୋଲିସ୍‌ ମେଡାଲ୍‌ : ବିଶିଷ୍ଟ ସେବା ପାଇଁ ଓଡ଼ିଶାର ଦୁଇଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ବର : ଓଡ଼ିଶାର 14 ଜଣଙ୍କୁ ମିଳିବ ପୋଲିସ୍‌ ମେଡାଲ୍‌ । ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ୍‌ ପଦକ ଘୋଷଣା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ୍‌ ପଦକ ଘୋଷଣା କରାଯାଇଛି ।ବିଶିଷ୍ଟ ସେବା ପାଇଁ ଓଡ଼ିଶାର 2 ପୋଲିସ୍‌ ପାଇବେ ରାଷ୍ଟ୍ରପତି ପଦକ । ଭିଜିଲାନ୍ସ ଡିଏସ୍‌ପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଳ ବିରଞ୍ଚି ନାରାୟଣ ସାହୁ ପାଇବେ ରାଷ୍ଟ୍ରପତି ପଦକ ।

ସେହିପରି 12 ପୋଲିସ୍‌ କର୍ମଚାରୀଙ୍କୁ ଉତ୍କୃଷ୍ଟ  ସେବା ପଦକ ମିଳିବ । ଭିଜିଲାନ୍ସ ଏସ୍‌ଏସ୍‌ପି ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର, ଏସ୍‌ପି ଅନୀଲ୍‌ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ ପଟେଲ୍‌, ଇନ୍ସପେ୍କଟର ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ,ସିପାହୀ ରଥ ଲାକ୍ରା, ହାବିଲଦାର ମହ୍ମଦ ଫଜଲ ଉମରଙ୍କୁ ଉତ୍କୃଷ୍ଟ ସେବା ପଦକ ମିଳିବ ।