Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ପାଞ୍ଚ ମିନିଟରେ ଶରୀରରୁ ଦୂର ହେବ ପ୍ରଦୂଷଣ: ଉପାୟ କହିଲେ ବାବା ରାମଦେବ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣର ଶିକାର ହୋଇଛି। ସମଗ୍ର ସହର ବାୟୁ ପ୍ରଦୂଷଣର ସାମ୍ନା କରୁଛି। ପରିସ୍ଥିତି ଏପରି ଯେ, ଖୋଲା ଆକାଶରେ ନିଶ୍ୱାସ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି। ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ଆସିବା କାରଣରୁ ଆଖି ଏବଂ ଚର୍ମରେ ଜଳାପୋଡା ଅନୁଭବ ହେଉଛି, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ଅସୁବିଧା ବଢିବାରେ ଲାଗିଛି।

ବିଷାକ୍ତ ବାୟୁ ଫୁସଫୁସ ଉପରେ ଚାପ ବଢାଇ ଆଜମା ସୃଷ୍ଟି କରେ। ପ୍ରଦୂଷଣକୁ ଏଡାଇବା ପାଇଁ ଲୋକମାନେ ମାସ୍କ ପିନ୍ଧି ବାହାରକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ବାବା ରାମଦେବ ଏଭଳି ଏକ ଆଶ୍ଚର୍ଯ୍ୟଜନକ ରେସିପି ଦେଇଛନ୍ତି, ଯାହା ଶରୀରରୁ ପ୍ରଦୂଷଣକୁ ଦୂର କରିବ ଏବଂ ମାତ୍ର ୫ ମିନିଟ ମଧ୍ୟରେ ବିକିରଣ ଏବଂ ବିଷାକ୍ତ ପଦାର୍ଥ ବାହାର କରିବ। ଏହି ପଦକ୍ଷେପ ଦ୍ଵାରା ପ୍ରଦୂଷଣ ସ୍ୱାସ୍ଥ୍ୟ ଉପରେ କୌଣସି କ୍ଷତି ପହଞ୍ଚାଇବ ନାହିଁ।

ବାୟୁ ପ୍ରଦୂଷଣ କେତେ ବିପଜ୍ଜନକ?:

ପ୍ରଦୂଷିତ ବାୟୁକୁ ନିଶ୍ୱାସ ନେବା ଦ୍ୱାରା ଏଥିରେ ଥିବା ପ୍ରଦୂଷକ ଆମ ଫୁସଫୁସରେ ପ୍ରବେଶ କରି ରକ୍ତ ପ୍ରବାହରେ ପହଞ୍ଚେ ଏବଂ କାଶ ଓ ଆଖିରେ ଜଳାପୋଡା ସୃଷ୍ଟି କରେ। ଏହାଦ୍ୱାରା ଅନେକ ଶ୍ୱାସକ୍ରିୟା ଏବଂ ଫୁସଫୁସ ରୋଗ ହୋଇପାରେ। ବେଳେବେଳେ ଏହା କର୍କଟ ରୋଗର କାରଣ ମଧ୍ୟ ହୋଇପାରେ। ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି ଯେ, ଏହା ମସ୍ତିଷ୍କର କାର୍ଯ୍ୟକୁ ମଧ୍ୟ ଦୁର୍ବଳ କରିପାରେ। ବାୟୁ ପ୍ରଦୂଷଣ ଷ୍ଟ୍ରୋକ, ହୃଦ ରୋଗ, ସିଓପିଡି, ଫୁସଫୁସ କର୍କଟ, ନିମୋନିଆ, ମୋତିଆବିନ୍ଦୁ, ଟାଇପ-୨ ମଧୁମେହ, ଲ୍ୟୁକେମିଆ ଏବଂ ଫ୍ୟାଟି ଲିଭର ରୋଗ ଭଳି ବିପଜ୍ଜନକ ରୋଗ ସୃଷ୍ଟି କରିପାରେ।

ଶରୀରରୁ ପ୍ରଦୂଷଣ ଦୂର କରିବା ପାଇଁ ବାବା ରାମଦେବଙ୍କ ଉପାୟ:

୧- ଲାଉ ରସ:

ପ୍ରଦୂଷଣକୁ ବାହାର କରିବା ପାଇଁ ବାବା ରାମ ଦେବ ଏକ ଚମତ୍କାର ଉପାୟ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଲାଉ ରସ ପିଇଲେ ପ୍ରଦୂଷିତ କଣିକା ଶରୀରରୁ ବାହାରିପାରେ। ସୁପ କିମ୍ବା ଜୁସ ତିଆରି କରି ପିଇବା ଲାଭଦାୟକ ଅଟେ। ଯଦି ଆପଣ ଚାହାଁନ୍ତି, ଆପଣ ସ୍ୱାଦ ପାଇଁ ଏଥିରେ ଅଁଳା, ଧନିଆ ଗୁଣ୍ଡ, ପାଳଙ୍ଗ ଏବଂ ମେଥି ମିଶାଇ ରସ ପ୍ରସ୍ତୁତ କରିପାରିବେ। ଏହା ରସର ପୁଷ୍ଟିକର ମୂଲ୍ୟ ବଢାଇଥାଏ ଏବଂ ଶରୀରକୁ ପ୍ରାକୃତିକ ଭାବରେ ଡିଟାକ୍ସ କରିଥାଏ।

୨- ଗୋଧନ ଅର୍କ:

ବାବା ରାମ ଦେବ ମଧ୍ୟ ପାଣି କଖାରୁ ରସକୁ ପ୍ରଦୂଷଣ ସଫା କରିବାରେ ସହାୟକ ବୋଲି ବିବେଚନା କରିଛନ୍ତି। ଏହା ଶରୀରରୁ ପ୍ରଦୂଷଣ ବାହାର କରିଦିଏ। ଏହା ବ୍ୟତୀତ ଗୋଧନ ଅର୍କ ପିଇବା ଦ୍ୱାରା ଶରୀରରୁ ସମସ୍ତ ପ୍ରକାରର ବିଷାକ୍ତ ପଦାର୍ଥ ମଧ୍ୟ ଦୂର ହୋଇଥାଏ। ଗୋଧନ ଅର୍କ ଖରାପ କୋଲେଷ୍ଟ୍ରଲ୍ର ସ୍ତରକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ, ଏହାକୁ ପିଇବା ଦ୍ୱାରା ମୋଟାପଣ ମଧ୍ୟ କମିଯାଏ।

Categories
ଆଜିର ଖବର ଜାତୀୟ ଖବର

‘ଦିଲ୍ଲୀ ସରକାରଙ୍କ ଉତ୍ତରରେ ଆମେ ସନ୍ତୁଷ୍ଟ ନୁହଁ’: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ଆଜିକାଲି ଦେଶର ରାଜଧାନୀରେ ପ୍ରଦୂଷଣ ବୃଦ୍ଧି ପାଉଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି ବୋଲି କୋର୍ଟ କହିଛନ୍ତି।

ଏହି ଶୁଣାଣି ସମୟରେ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଲାଞ୍ଚ ଦେଇ ଟ୍ରକ୍ ଗୁଡିକ ଦିଲ୍ଲୀରେ ପ୍ରବେଶ କରୁଛନ୍ତି। ଏହା ଉପରେ କୋର୍ଟ କହିଛନ୍ତି ଯେ, ସମସ୍ତ ୧୧୩ ପ୍ରବେଶ ପଏଣ୍ଟରେ ପୋଲିସ ଅଧିକାରୀ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ କହିବେ। ମନିଟରିଂ ପାଇଁ ପାରା-ଲିଗାଲ୍ ସ୍ବେଚ୍ଛାସେବୀ ନିଯୁକ୍ତ କରିବାକୁ ଦିଲ୍ଲୀ ଆଇନ ସେବା ପ୍ରାଧିକରଣକୁ ମଧ୍ୟ କହିବେ।

ପରିବହନ ବିଭାଗର ଅଧିକାରୀମାନେ ଟ୍ରକକୁ ଅଟକାଉଛନ୍ତି ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଦାବି କରିଛନ୍ତି। ଏହା ଉପରେ କୋର୍ଟ କହିଛନ୍ତି ଯେ, କେତେ ଚେକ୍ ପଏଣ୍ଟ କରାଯାଇଛି ତାହା ରେକର୍ଡରୁ ସ୍ପଷ୍ଟ ହୋଇନାହିଁ। କୋର୍ଟ କହିଛନ୍ତି ଯେ, ଆମେ କିଛି ଯୁବ ଆଇନଜୀବୀଙ୍କୁ ନିଯୁକ୍ତ କରିବୁ ଯେଉଁମାନେ ଦିଲ୍ଲୀର ପ୍ରବେଶ ପଏଣ୍ଟକୁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ସେମାନଙ୍କୁ କୋର୍ଟରେ ଦାଖଲ କରିବେ। ସିସିଟିଭି ଫୁଟେଜ ଉପରେ ମଧ୍ୟ ନଜର ରଖାଯିବ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ଉତ୍ତରରେ ଆମେ ସନ୍ତୁଷ୍ଟ ନୁହଁ। କେତେ ଏଣ୍ଟ୍ରି ପଏଣ୍ଟ ଅଛି ଏବଂ କେଉଁଠାରେ ଏହାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି ତାହା ଜଣାଇବାକୁ ସକ୍ଷମ ହୋଇନାହିଁ। ଆମିକସ୍ କ୍ୟୁରି ଆମକୁ କହିଛନ୍ତି ଯେ, ସମୁଦାୟ ୧୧୩ ପ୍ରବେଶ ପଏଣ୍ଟ ଅଛି ଏବଂ କେବଳ ୧୩ ଟିରେ ସିସିଟିଭି କ୍ୟାମେରା ଅଛି। ଏଥିରୁ ଜଣାପଡୁଛି ଟ୍ରକ୍ ଅନ୍ୟ ପଏଣ୍ଟରୁ ପ୍ରବେଶ କରୁଛି। ଆମେ ସମସ୍ତ ୧୧୩ ସ୍ଥାନରେ ତୁରନ୍ତ ଚେକ୍ ପୋଷ୍ଟ କରିବାକୁ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଉଛୁ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ୧୩ ଟି ପ୍ରବେଶ ପଏଣ୍ଟରେ ସିସିଟିଭି କ୍ୟାମେରା ଲଗାଯାଇଛି। ଆମିକସ୍ କ୍ୟୁରିଙ୍କୁ ସେମାନଙ୍କର ଫୁଟେଜ୍ ଦିଅ, ଅବଶିଷ୍ଟ ୧୦୦ ଉପରେ କୌଣସି ଅନୁସନ୍ଧାନ କରାଯାଉ ନ ଥିବା ଜଣାପଡିଛି। ଆମେ ଖୁସି ଯେ, ୧୩ ଓକିଲ କୋର୍ଟ କମିଶନର ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ଦିଲ୍ଲୀର ପ୍ରବେଶ ପଏଣ୍ଟ ପରିଦର୍ଶନ କରିବା ପାଇଁ ଏହି କୋର୍ଟ କମିଶନରମାନଙ୍କୁ ସୁବିଧା ଏବଂ ଆବଶ୍ୟକ ସୁରକ୍ଷା ଦିଆଯିବା ଉଚିତ୍। ୧୩ କୋର୍ଟ କମିଶନର ଭାବେ ନିଯୁକ୍ତ ସମସ୍ତ ଓକିଲଙ୍କ ସହିତ ଆଡଭୋକେଟ୍ ଆଦିତ୍ୟ ପ୍ରସାଦ ସମନ୍ୱୟ ରକ୍ଷା କରିବେ। ସମସ୍ତ କୋର୍ଟ କମିଶନରମାନେ ରିପୋର୍ଟ କରିବା ଉଚିତ୍। ଆସନ୍ତା ସୋମବାର ଶୁଣାଣି ହେବ।

Categories
ଜାତୀୟ ଖବର ବିଶେଷ ଖବର

ବିକାଶ ବନାମ ବିନାଶ

ସୁବାସ କୁମାର ତାରଣିଆଁ

ସାମ୍ପ୍ରତିକ ସମୟରେ ସଡ଼କ ଦୁର୍ଘଟଣା ଆମ ଦେଶରେ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଦିନକୁ ଦିନ ସଡ଼କ ଦୁର୍ଘଟଣା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍ ନିୟମ ନ ମାନି ଗାଡ଼ି ଚଳାଇବା, ବେପରୁଆ ବା ଅନ୍ୟମନସ୍କ ହୋଇ ଗାଡ଼ି ଚଳାଇବା, ଦୃତ ବେଗରେ ଗାଡ଼ି ଚଳାଇବା ଏବଂ ବିଶେଷକରି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ଯୋଗୁଁ ଦୁର୍ଘଟଣା ଘଟିବା ଏକ ପ୍ରମୁଖ କାରଣ। ସେହିପରି ଗାଡ଼ି ଚଳାଇବା ବେଳେ ହେଲମେଟ ନ ପିନ୍ଧିବା, ସିଟ୍‌ବେଲ୍ଟ ନ ବାନ୍ଧିବା ଯୋଗୁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଉଛି। ହେଲମେଟ ପିନ୍ଧି ଗାଡ଼ି ଚଳାଇଲେ ଯଦିଓ ଦୁର୍ଘଟଣା ଘଟିବ ଅନ୍ତତଃପକ୍ଷେ ମୁଣ୍ଡ, ଆଖି ଓ କାନ ଆଘାତରୁ ରକ୍ଷା ପାଇପାରିବ। ଇୟର ଫୋନ୍ ବ୍ୟବହାର ଦ୍ୱାରା ଚାଳକ ଅନ୍ୟମନସ୍କ ହୋଇ ଟ୍ରାଫିକ୍ ସିଗ୍‌ନାଲକୁ ଧ୍ୟାନ ନଦେବା, ଗାଡ଼ିରୁ ଗାଡ଼ି ସମଦୂରତା ନ ରଖିବା ଏବଂ ରାସ୍ତାର ଭୁଲ୍ ପାଶ୍ୱର୍ରେ ଗାଡ଼ି ଚଳାଇବା ଦ୍ୱାରା ୫ରୁ ୬ଗୁଣ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଥାଏ।

ଅସୁରକ୍ଷିତ ରାସ୍ତା ଯୋଗୁ ଦୁର୍ଘଟଣା ହାର ବୃଦ୍ଧି ପାଇବା ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ଏକ ଆକଳନରୁ ଜଣାଯାଇଛି ଯେ, ୨୦୨୦ ମସିହା ଅପେକ୍ଷା ୨୦୨୨ ମସିହାରେ ଦୁର୍ଘଟଣା ହାର ୨୫ ଭାଗ ବୃଦ୍ଧି ପାଇଛି। ୨୦୨୨ ମସିହାରେ ୪,୬୩,୪୧୯ଟି ଦୁର୍ଘଟଣା ଘଟିଥିବା ବେଳେ ୧,୬୮,୪୯୫ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୩, ୩୨୧ଜଣ ମହିଳା ଓ ୯୫୩୦ ଶିଶୁ ଅନ୍ତର୍ଭୁକ୍ତ। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଦୁର୍ଘଟଣାର ଶିକାର ହୋଇଥାନ୍ତି।

ଗମନା ଗମନର ସୁବିଧା ତଥା ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ ଏବେ ସାରା ଦେଶରେ ଜାତୀୟ ରାଜପଥ ସହିତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୁଖ୍ୟରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ତ୍ୱରିତ ବେଗରେ ଚାଲୁରହିଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ଲକ୍ଷ ଲକ୍ଷ ପୁରୁଷ ଓ ମହିଳା ସେମାନଙ୍କର ଜୀବନ ଜୀବିକା ହରାଇ ବସିଥିବା ବେଳେ ରାସ୍ତାର ଦୁଇପାଶ୍ୱର୍ରେ କେଉଁ ଅନାଦି କାଳରୁ ରହି ଆସିଥିବା ଶହ ଶହ ବର୍ଷର ବିରାଟକାୟ ଗଛସବୁକୁ କାଟି ନଷ୍ଟ କରିଦିଆଯାଉଛି। ଏହିସବୁ ଗଛ କଟାଯିବା ଫଳରେ ପରିବେଶ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବ ଓ ଉତ୍ତାପ ମଧ୍ୟ ବୃଦ୍ଧି ପାଇବ। ଏହାର କୁପ୍ରଭାବ ସମଗ୍ର ଜୀବଜଗତ ଉପରେ ପଡ଼ିବ। ସମୟ ଆସିବ ଭାରତ ଏକ ଉତ୍ତପ୍ତ ଦେଶର ମାନ୍ୟତା ପାଇବାକୁ ପଛଘୁଞ୍ଚା ଦେବନାହିଁ। ଅନେକ ସମୟରେ ଶିଳ୍ପାୟନ, ପ୍ରଶସ୍ତ ସଡ଼କ ଓ ଡ୍ରେନ୍ ଇତ୍ୟାଦି ନିର୍ମାଣରେ ପ୍ରତ୍ୟହ ଲକ୍ଷ ଲକ୍ଷ ଗଛକୁ କାଟି ଦିଆଯାଉଛି।

ବିକାଶର କାର୍ଯ୍ୟ ଚାଲୁ, ରାସ୍ତା, ଶିଳ୍ପ, ଡ୍ରେନ୍ ଇତ୍ୟାଦି ନିର୍ମାଣ ହେଉ, ମାତ୍ର ଗଛସବୁକୁ କଟାନଯାଉ, ନଚେତ୍ ବୃକ୍ଷଶୂନ୍ୟ ହୋଇଯିବ ଦେଶ। ପ୍ରଦୂଷଣମୁକ୍ତ ଓ ସବୁଜିମାମୟକୁ ଫେରାଇ ଆଣିବା ଦିଗରେ ଆଉ ଗଛଗୁଡ଼ିକୁ ନ କାଟି ସ୍ଥାନନ୍ତରୀଣ ପ୍ରତିରୋପଣ କୌଶଳ ଆପଣାଇବା ଦରକାର। ପାଶ୍ଚାତ୍ୟ ଦେଶ ସମେତ ଭାରତର ଅନେକ ପଡ଼ୋଶୀ ରାଜ୍ୟରେ ଏବେ ଟ୍ରି-ଟ୍ରାନ୍ସପ୍ଲାଣ୍ଟର ମେସିନ୍‌କୁ ଅଧିକ ପରିମାଣରେ ଗୁରୁତ୍ୱ ଦେଉଥିବାର ଦେଖିବାକୁ ମିଳୁଛି। ଏହି ମେସିନ୍ ସାହାଯ୍ୟରେ ଶହ ଶହ ବର୍ଷର ଗଛକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ ସ୍ଥାନାନ୍ତରଣ କରାଯାଇ ପାରିବ। ଫଳେରେ ବିକାଶ କାର୍ଯ୍ୟ ସହଜରେ ହୋଇପାରିବ ଓ ଗଛ ମଧ୍ୟ ସୁରକ୍ଷିତ ଭାବେ ବଞ୍ôଚ ରହିବ। ମାତ୍ର ଏଥିପ୍ରତି କୌଣସି ବିକଳ୍ପ ବ୍ୟବସ୍ଥା ହାତକୁ ନ ନେବା ଯୋଗୁ ଅନାୟସରେ ଲକ୍ଷ ଲକ୍ଷ ଗଛ ବଳିପଡୁଛି।

ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ରାସ୍ତା ତ ଚଉଡ଼ା ହେଉଛି। ହେଲେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଲକ୍ଷ ଲକ୍ଷ ବାସଗୃହ ଓ ଦୋକାନ ଗୃହକୁ ବୁଲ୍‌ଡ଼ୋଜର ସାହାଯ୍ୟରେ ଭାଙ୍ଗି ମାଟିରେ ମିଶାଯାଉଛି। ଫଳରେ ଅନେକ ଲୋକ ବାସଶୂନ୍ୟ ହେଉଛନ୍ତି ଏବଂ ବହୁ ଲୋକ ନିଜର ଦୀର୍ଘ ଦିନର ବ୍ୟବସାୟକୁ ହରାଇ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏବଂ ପରିବାର ପ୍ରତିପୋଷଣ କରିବାକୁ ଅକ୍ଷମ ହୋଇପଡ଼ିଛନ୍ତି। ଯଦିଓ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି, ତାହା ସମୁଦ୍ରକୁ ଶଙ୍ଖେ। ଏହି ଆର୍ଥିକ ସହାୟତାକୁ ବିନିଯୋଗ କରି ପୁନର୍ବାର ଘରଖଣ୍ଡେ କରି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଅନେକ ସମୟ ଲାଗିବ ଓ ବ୍ୟବସାୟର ପୂର୍ବାବସ୍ଥାକୁ ଫେରି ଆର୍ଥିକସ୍ଥିତି ସୁଦୃଢ କରିବାକୁ କେତେ ବର୍ଷ ଲାଗିବ ତାହା କହିବା ମୁସ୍କିଲ।

ସେହିପରି ରାସ୍ତା ସମ୍ପ୍ରସାରଣ ପାଇଁ କଟାଯାଉଥିବା ଗଛମାନଙ୍କ ପ୍ରଭାବରେ ପରିବେଶ ମାତ୍ରାଧିକ ଭାବରେ ପ୍ରଭାବିତ ହେବ। ଯେଉଁ ଅନୁପାତରେ ଗଛସବୁ କଟା ଚାଲିଛି, ସେହି ଅନୁପାତରେ ବୃକ୍ଷରୋପଣ କରାଯାଉ ନାହିଁ। ଜଙ୍ଗଲ ସୁରକ୍ଷା, ଗଛର ସୁରକ୍ଷା ପରିବର୍ତ୍ତେ ବ୍ୟାପକ ବୃକ୍ଷ ଛେଦନ ଯୋଗୁ ଅମ୍ଲଜାନର ଅଭାବ ପରିପୂରଣ ପାଇଁ ଯଥେଷ୍ଟ ଗଛ ନଥିବାରୁ ଦିଲ୍ଲୀ, ମୁମ୍ବାଇ ଆଦି ସହରରେ ଅକ୍ସିଜେନ ପାର୍ଲରମାନ ଖୋଲିଲାଣି ଏବଂ ଦୋକାନ ବଜାରରେ ତଥା ଚୀନର ରାଜଧାନୀ ବେଜିଂରେ ୧୮ ଡଲାରରେ ଏକ ଲିଟର ଅମ୍ଲଜାନ ବିକ୍ରି ହେଲାଣି।

ଅନୁରୂପ ଭାବରେ ଦିଲ୍ଲୀ, ମୁମ୍ବାଇ ଆଦି ପ୍ରଦୂଷିତ ସହରମାନଙ୍କରେ ଅକ୍ସିଜେନ ଥଳି ଦୋକାନ ବଜାରରେ ବିକ୍ରି ହେବା ଆରମ୍ଭ ହେଲାଣି। ତେଣୁ ଆଗାମୀ ଦିନରେ ବାହାରକୁ ଗଲେ ଏକ ସଫା ପାଣି ବୋତଲ ସହ ଅକ୍ସିଜେନ ଥଳି ଧରି ଯିବାର ସମୟ ଆସୁଛି। ଗଛସବୁ କଟାଯିବା ଯୋଗୁ ସମଗ୍ର ବିଶ୍ୱର ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି। ଏହାଦ୍ୱାରା ଖୁବ୍ ଶୀଘ୍ର ସମୁଦ୍ର ପତନ ବୃଦ୍ଧି ପାଇ ବିଶ୍ୱର ଅନେକ ସମୁଦ୍ର ତଟସ୍ଥ ସହର, ଦେଶ ତଥା ରାଜ୍ୟର ବହୁ ସହର ୫ ଫୁଟ ପାଣି ଭିତରେ ରହିବ ବୋଲି ବିଶ୍ୱ ପରିବେଶବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଯଦିଓ ପ୍ରଶାସନ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କରାଯାଏ, ତେବେ କଟା ଯାଇଥିବା ଗଛ ଗୁଡ଼ିକର ଅଭାବ ପୂରଣ ପାଇଁ କେତେଶହ ବର୍ଷ ଲାଗିବ ତାହା ଆମର ଆଗାମୀ ଭବିଷ୍ୟତର ପୀଢିମାନେ ଦେଖିବାକୁ ବାକିରହିଲା।

ରାସ୍ତା ସମ୍ପ୍ରସାରଣ ବା ଓସାର ଫଳରେ ଗମନା ଗମନର ସୁବିଧା ହେବ ସତ, ମାତ୍ର ସଡ଼କ ଦୁର୍ଘଟଣା ମାତ୍ରାଧିକ ବୃଦ୍ଧି ପାଇବ। ବର୍ତ୍ତମାନ ଦିନକୁ ଦିନ ଗାଡ଼ି ମଟର ସଂଖ୍ୟା ବଢିବାରେ ଲାଗିଛି। ରାସ୍ତା ସମ୍ପ୍ରସାରଣ ଫଳରେ ଚାଳକମାନେ ଅଧିକ ବେଗରେ ଗାଡ଼ି ଚଳାଇବେ। ବିଶେଷକରି ଯୁବଗୋଷ୍ଠୀମାନେ ଆବଶ୍ୟକତା ଠାରୁ ଅଧିକ ବେଗରେ ବେପରୁଆ ଭାବେ ଗାଡ଼ି ଚଳାଇବେ ଏବଂ ରାସ୍ତାରେ ଚାଲି ଚାଲି ଯାଉଥିବା ବ୍ୟକ୍ତି ଓ ସାଇକେଲ ଆରୋହୀମାନେ ବିଶେଷଭାବେ ଦୁର୍ଘଟଣାର ଶିକାର ହେବେ। ଯାହା ବ୍ୟକ୍ତି ଓ ପରିବାର ପାଇଁ ଆର୍ଥିକ ବୋଝ ପାଲଟିବ।

ଏହି ସଡକ ଦୁର୍ଘଟଣାରେ କିଏ ବାପକୁ ହରାଇବ, ତ କିଏ ପୁଅକୁ ହରାଇବ ଆଉ କିଏ ଭାଇକୁ ହରାଇ ତ ଆଉ କେହି ସବୁଦିନ ପାଇଁ ଅକର୍ମଣ୍ୟ ହୋଇ ଜୀବନ ସହ ସଂଗ୍ରାମ କରି ବଞ୍ôଚବ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ଗଛ ମଧ୍ୟ ମଣିଷ ପାଇଁ ନିହାତି ଅପରିହାର୍ଯ୍ୟ। ତୃଷ୍ଣା ନିବାରଣ ପାଇଁ ଖାଦ୍ୟ, ଲଜ୍ଜା ନିବାରଣ ପାଇଁ ବସ୍ତ୍ର, ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇଁ ଖଣ୍ଡିଏ ବାସଗୃହ ଏବଂ ସୁସ୍ଥ ପରିବେଶ, ମୁକ୍ତ ପବନ ପାଇଁ ଗଛଟିଏ ପ୍ରତ୍ୟେକ ମଣିଷର ନହାତି ଦରକର।

ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା, ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଆଦି ଦୈବ ଦୁର୍ବିପାକରୁ ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତକୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଏକ ଶ୍ରେଷ୍ଠ ମାଧ୍ୟମ। ତେଣୁ ଗଛଟିଏ ଲଗାଇବା ବଦଳରେ ବିକାଶ ନାମରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି କେଉଁ ଅନାଦି କାଳରୁ ରହି ଆସିଥିବା ଗଛ ସବୁକୁ କାଟି ଧ୍ୱଂସ କରିବା, ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକୁ ଭାଙ୍ଗି ଗରିବ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରି ରାସ୍ତା ପ୍ରଶସ୍ତିକରଣ କରିବା ଦ୍ୱାରା ରାଜ୍ୟ ତଥା ଦେଶର ବିକାଶ ହେବ ନା ବିନାଶ, ତାହା ପାଠକେ ବିଚାର କରିବେ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର

ଦିଲ୍ଲୀ ପ୍ରଦୂଷଣକୁ ନେଇ କଠୋର ହେଲେ ସୁପ୍ରିମ୍‌କୋର୍ଟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ଭର୍ତ୍ସନା

ଦିଲ୍ଲୀ,୨୫/୧୧:  ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ  ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ରାଜଧାନୀ ଦିଲ୍ଲୀର ସ୍ଥିତି ନର୍କଠୁ ବହୁତ ଭୟାନକ। ଲୋକଙ୍କୁ ଏମିତି ମରିବାକୁ ଦିଆଯାଇ ପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କୁ ଅଣନିଃଶ୍ଵାସୀ  କରି ମାରିବା ଅପେକ୍ଷା ଭଲ ହେବ ସମସ୍ତଙ୍କୁ ଏକ ସଙ୍ଗେ ବିସ୍ଫୋରଣ କରି ଉଡ଼ାଇ ଦିଆଯାଉ। ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ଆପଣଙ୍କୁ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ଉଚ୍ଚ ନ୍ୟାୟଳୟ ପଞ୍ଜାବ ଓ ହରିୟାଣାକୁ ନଡ଼ା ଜଳାଇବାକୁ ନେଇ ମଧ୍ୟ କଠୋର ହୋଇଛନ୍ତି। ପ୍ରଦୂଷଣ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ନିଜ ଭିତରେ ଥିବା ମତଭେଦକୁ ଭୁଲି ଏହି ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ଏହା ସହିତ ୧୦ ଦିନ ମଧ୍ୟରେ ବାୟୁ ବିଶୁଦ୍ଧକରଣ ଟାଓ୍ବାର କରିବାର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ କଡ଼ା ଶବ୍ଦରେ ଟିପ୍ପଣୀ କରି ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କହିଛନ୍ତି ଯେ, ଲୋକଙ୍କୁ ଗ୍ୟାସ ଚାମ୍ବରରେ ରହିବାକୁ କଣ ପାଇଁ ବାଧ୍ୟ କରାଯାଉଛି। ବରଂ ୧୫ ବସ୍ତା ବାରୁଦ  ନେଇ ଆଣନ୍ତୁ ଏବଂ ସମସ୍ତଙ୍କୁ ଉଡ଼ାଇ ଦିଅନ୍ତୁ। ସେହିପରି ନ୍ୟାୟାଳୟ ଜଳ ଦୂଷିତ ମାମଲାରେ ମଧ୍ୟ ଟିପ୍ପଣୀ କରିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ଉଭୟ ଯାଞ୍ଚ କରନ୍ତୁ ଯେ ଦିଲ୍ଲୀର ପାଣି ପିଇବା ଯୋଗ୍ୟ ନା ନୁହଁ। ଏହା ପରେ ସମସ୍ତ ତଥ୍ୟ କୋର୍ଟରେ ଉପସ୍ଥାପିତ କରାଯାଉ। (ଏଜେନ୍ସି)

Categories
ଆଜିର ଖବର

ଆତସବାଜି ଠାରୁ ଅଧିକ ପ୍ରଦୂଷଣ କରୁଛି ଯାନବାହନ : ସୁପ୍ରିମକୋର୍ଟ

ଭାରତୀୟ ସୁପ୍ରିମ୍‌କୋର୍ଟ ଦେଶରେ ବଢୁଥିବା ପ୍ରଦୂଷଣ ନେଇ ବୟାନ ଦେଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ଦେଶରେ ବଢୁଥିବା ପ୍ରଦୂଷଣ ମାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ସମସ୍ତେ ବାୟୁ ପ୍ରଦୂଷଣ ପାଇଁ ବାଣ ତଥା ଆତସବାଜି ପଛରେ ପଡ଼ିଥିବାବେଳେ ଅଟୋମୋବାଇଲ୍‌ରୁ ନିର୍ଗତ ଧୂଆଁ ଅଧିକ ପ୍ରଦୂଷଣ କରୁଛି। ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଯାନବାହନରୁ ନିର୍ଗତ ଧୂଆଁ। ସୁପ୍ରିମ୍‌କୋର୍ଟର୍ ଏ ସମ୍ପର୍କିତ ତୁଳନାତ୍ମକ ଅଧ୍ୟୟନ ପୂର୍ବକ ଏକ ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଣ କାରଖାନ ବନ୍ଦକୁ ନେଇ ମଧ୍ୟ ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ। ସୁପ୍ରିମ୍‌କୋର୍ଟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କାହାରିକୁ ଭୋକରେ ରହିବାକୁ ଦିଆଯିବ ନାହିଁ । କୌଣସି ବି ପରିସ୍ଥିତିରେ ବେରୋଜଗାରୀକୁ ପ୍ରୋତ୍ସାହନ ଦିଆଯାଇପାରିବ ନାହିଁ । ଯଦି କୌଣସି ଫ୍ୟାକ୍ଟ୍ରି ତଥା କାମକୁ ଲାଇସେନ୍ସ ଦିଆଯାଇଛି, ସେ ଆଇନ୍‌ ଅଧିକାରୀ ପ୍ରାପ୍ତ କରିଛି କାମ କରିବା ପାଇଁ। ଏହି ପରିପ୍ରେକ୍ଷୀରେ ବାଣ କାରଖାନା ଉପରେ ରୋକ ମଧ୍ୟ ଲଗାଯାଇପାରିବ ନାହିଁ । ସୁପ୍ରିମ୍‌କୋର୍ଟର୍ ଏହି ମାମଲାର ଆଗାମୀ ଶୁଣାଣିକୁ ଏପ୍ରିଲ୍‌ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି।