Categories
ଆଜିର ଖବର ଜାତୀୟ ଖବର

ପୋଖରୀରେ ଗାଧୋଉଥିବାରୁ ପୁଅକୁ ଗାଳି ଦେଲେ ବାପା : ତା’ପରଦିନ ସେହି ପୋଖରୀରୁ ମିଳିଲା ପୁଅର ମୃତଦେହ

ଫତେପୁର : ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ଗାଜିପୁରଥାନା ଅନ୍ତର୍ଗତ ଚକରସୁଲପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହି ଗ୍ରାମର ଏକ ପୋଖରୀରୁ 11 ବର୍ଷୀୟ ବାଳକର ଶବ ମିଳିଛି । ଶବ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ବାଳକଟିର ନାମ ରବି ବୋଲି ସୂଚନା ରହିଛି । ପୋଖରୀରେ ଗାଧୋଉଥିବାବେଳେ ବାଳକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବାଳକର ପିତା ପୋଖରୀରେ ଗାଧୋଉଥିବାର ଦେଖି ଗାଳି କରି ଘରକୁ ପଠାଇଥିଲେ । କିନ୍ତୁ ବାଳକଟି ପୁନଶ୍ଚ ସନ୍ଧ୍ୟାବେଳେ ଘରୁ ନିଖୋଜ ଥିଲେ । ପରେ ଘରର ସମସ୍ତ ସଦସ୍ୟ ବାଳକକୁ ଖୋଜାଖୋଜି କରିଥିଲେ ।

ନିଖୋଜ ହେବାର ଦ୍ବିତୀୟ ଦିନରେ ବାଳକର ଶବ ପୋଖରୀରୁ ମିଳିଥିଲା । ତେବେ ଏନେଇ ପୋଲିସ୍‌କୁ ସୂଚନା ଦିଆଯାଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ଶବକୁ ଜବତ କରିବା ପୋଷ୍ଟମର୍ଟମ କରିବାକୁ ପଠାଇଛନ୍ତି । 11 ବର୍ଷୀୟ ବାଳକର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।  ତେବେ ପୋଲିସ୍‌ ଏହି ମାମଲାର ଯାଞ୍ଚ କରିବା ସହିତ ଶିଶୁଟିର ମୃତ୍ୟୁ ପଛରେ ଅସଲ କାରଣକୁ ଖୋଜୁଥିବାର ଜଣାପଡିଛି ।(ଏଜେନ୍ସି)

Categories
ଆଜିର ଖବର

କଟକ ନରସିଂହପୁରର ମାଳତୀ ଗାଁ ପୋଖରୀରେ ବୁଡି ଦୁଇ ଶିଶୁ ମୃତ

କଟକ ନରସିଂହପୁରର ମାଳତୀ ଗାଁ ପୋଖରୀରେ ବୁଡି ଯାଇ ଦୁଇଜଣ ଶିଶୁ ପ୍ରାଣ ହରାଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପଢୁଥିବା  ଦୁଇ ଜଣ ଶିଶୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ଜଣାପଡ଼ିଛି। କଟକ ଜିଲ୍ଲା ନରସିଂହପୁର ବଡ଼ମ୍ବା ଥାନା ମାଳତୀ ଗାଁ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ସ୍କୁଲ ଛୁଟି ପରେ ଗାଧୋଇବାକୁ ଯାଇ ସେଠାର  ଥିବା ପୋଖରୀରେ ଜଣେ ବାଳକ ଓ ଜଣେ ବାଳିକା ବୁଡ଼ି ଯାଇଛନ୍ତି।  ମୃତ ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )