ପୋଖରୀରେ ଗାଧୋଉଥିବାରୁ ପୁଅକୁ ଗାଳି ଦେଲେ ବାପା : ତା’ପରଦିନ ସେହି ପୋଖରୀରୁ ମିଳିଲା ପୁଅର ମୃତଦେହ

Published: Sep 5, 2020, 2:23 pm IST

ଫତେପୁର : ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ଗାଜିପୁରଥାନା ଅନ୍ତର୍ଗତ ଚକରସୁଲପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହି ଗ୍ରାମର ଏକ ପୋଖରୀରୁ 11 ବର୍ଷୀୟ ବାଳକର ଶବ ମିଳିଛି । ଶବ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ବାଳକଟିର ନାମ ରବି ବୋଲି ସୂଚନା ରହିଛି । ପୋଖରୀରେ ଗାଧୋଉଥିବାବେଳେ ବାଳକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବାଳକର ପିତା ପୋଖରୀରେ ଗାଧୋଉଥିବାର ଦେଖି ଗାଳି କରି ଘରକୁ ପଠାଇଥିଲେ । କିନ୍ତୁ ବାଳକଟି ପୁନଶ୍ଚ ସନ୍ଧ୍ୟାବେଳେ ଘରୁ ନିଖୋଜ ଥିଲେ । ପରେ ଘରର ସମସ୍ତ ସଦସ୍ୟ ବାଳକକୁ ଖୋଜାଖୋଜି କରିଥିଲେ ।

ନିଖୋଜ ହେବାର ଦ୍ବିତୀୟ ଦିନରେ ବାଳକର ଶବ ପୋଖରୀରୁ ମିଳିଥିଲା । ତେବେ ଏନେଇ ପୋଲିସ୍‌କୁ ସୂଚନା ଦିଆଯାଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ଶବକୁ ଜବତ କରିବା ପୋଷ୍ଟମର୍ଟମ କରିବାକୁ ପଠାଇଛନ୍ତି । 11 ବର୍ଷୀୟ ବାଳକର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।  ତେବେ ପୋଲିସ୍‌ ଏହି ମାମଲାର ଯାଞ୍ଚ କରିବା ସହିତ ଶିଶୁଟିର ମୃତ୍ୟୁ ପଛରେ ଅସଲ କାରଣକୁ ଖୋଜୁଥିବାର ଜଣାପଡିଛି ।(ଏଜେନ୍ସି)

Related posts