Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ରେଳ ଷ୍ଟେସନ ନିକଟ ଧୂଆଁଳ ଗ୍ରାମ ରେଳ ଟ୍ରାକରୁ ଜଣେ ଅଜଣା ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ଉଦ୍ଧାର କରିଛି ଜିଆରପି। ବ୍ୟକ୍ତି ଜଣଙ୍କ ଆନୁମାନିକ ବୟସ ୪୦ ବର୍ଷ ହେବ ବୋଲି ଜଣାପଡିଛି।

ତେବେ ବ୍ୟକ୍ତି ଜଣକ କଳା ରଙ୍ଗର ପ୍ୟାଣ୍ଟ ଏବଂ କମଳା ରଙ୍ଗର ସାର୍ଟ ପିନ୍ଧିଥିବାର ଜଣାପଡିଛି। ସୂଚନା ପାଇ ନିରାକାରପୁର ଜିଆରପି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କେସ ନମ୍ବର ୮/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବ୍ୟକ୍ତି ଜଣକ କୌଣସି ଦ୍ରୁତଗାମୀ ଟ୍ରେନ ରୁ ଖସି ପଡ଼ିଥିବା ଅନୁମାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତିଙ୍କ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକମଙ୍ଗଲୁରଠାରେ କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ ବାଚସ୍ପତି ଏସ.ଏଲ୍‌ ଧର୍ମଗୌଡାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 2ଟା ସମୟରେ ଜେଡିଏସ୍‌ ନେତା ଏସ୍‌.ଏଲ୍‌. ଧର୍ମଗୌଡାଙ୍କ ମୃତଦେହ ରେଳଲାଇନ୍‌ କଡରେପଡିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ପୋଲିସ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି । ଏହି ଘଟଣା ନେଇ ଏଚ୍‌.ଡି. ଦେବଗୌଡା ଦୁଃଖବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଦେବେଗୌଡା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପୋଖରୀରେ ଗାଧୋଉଥିବାରୁ ପୁଅକୁ ଗାଳି ଦେଲେ ବାପା : ତା’ପରଦିନ ସେହି ପୋଖରୀରୁ ମିଳିଲା ପୁଅର ମୃତଦେହ

ଫତେପୁର : ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ଗାଜିପୁରଥାନା ଅନ୍ତର୍ଗତ ଚକରସୁଲପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହି ଗ୍ରାମର ଏକ ପୋଖରୀରୁ 11 ବର୍ଷୀୟ ବାଳକର ଶବ ମିଳିଛି । ଶବ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ବାଳକଟିର ନାମ ରବି ବୋଲି ସୂଚନା ରହିଛି । ପୋଖରୀରେ ଗାଧୋଉଥିବାବେଳେ ବାଳକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବାଳକର ପିତା ପୋଖରୀରେ ଗାଧୋଉଥିବାର ଦେଖି ଗାଳି କରି ଘରକୁ ପଠାଇଥିଲେ । କିନ୍ତୁ ବାଳକଟି ପୁନଶ୍ଚ ସନ୍ଧ୍ୟାବେଳେ ଘରୁ ନିଖୋଜ ଥିଲେ । ପରେ ଘରର ସମସ୍ତ ସଦସ୍ୟ ବାଳକକୁ ଖୋଜାଖୋଜି କରିଥିଲେ ।

ନିଖୋଜ ହେବାର ଦ୍ବିତୀୟ ଦିନରେ ବାଳକର ଶବ ପୋଖରୀରୁ ମିଳିଥିଲା । ତେବେ ଏନେଇ ପୋଲିସ୍‌କୁ ସୂଚନା ଦିଆଯାଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ଶବକୁ ଜବତ କରିବା ପୋଷ୍ଟମର୍ଟମ କରିବାକୁ ପଠାଇଛନ୍ତି । 11 ବର୍ଷୀୟ ବାଳକର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।  ତେବେ ପୋଲିସ୍‌ ଏହି ମାମଲାର ଯାଞ୍ଚ କରିବା ସହିତ ଶିଶୁଟିର ମୃତ୍ୟୁ ପଛରେ ଅସଲ କାରଣକୁ ଖୋଜୁଥିବାର ଜଣାପଡିଛି ।(ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟାର ମାସେ ପରେ ମାଟି ତଳୁ ମିଳିଲା ଶବ

ବଣାଇ : ହତ୍ୟାର  ମାସେ ପରେ ମାଟିତଳୁ ଶବ ଉଦ୍ଧାର ହୋଇଛି । ବଣାଇର ମହୁଲପଦା ଥାନା ଉପରକନିଆ ଗ୍ରାମ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟାର ମାସେ ପରେ ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହୁଲପଦା ଥାନା ଉପରକନିଆ ଗାଁ ନିକଟ ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ୍‌ ଏହି ମୃତଦେହକୁ ଉଦ୍ଧାର କରିଛି । ଅଭିଯୁକ୍ତ ସ୍ବାମୀ ଗିରଫ ହୋଇଛନ୍ତି । ମାସେ ତଳେ ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ସ୍ବାମୀ ।

Categories
ଆଜିର ଖବର ଜାତୀୟ ଖବର

କୋଭିଡ୍‌ ହସ୍ପିଟାଲରୁ ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ : ମହାରାଷ୍ଟ୍ରର ଏକ କୋଭିଡ ହସ୍ପିଟାଲରୁ ନିଖୋଜ ଜଣେ ବୟାଅଶୀ ବର୍ଷୀୟ ବୃଦ୍ଧାଙ୍କର ମୃତଦେହ ଶୌଚାଳୟରୁ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବୃଦ୍ଧା ଜଣକ ଜଳଗାଓ ସରକାରୀ ଡାକ୍ତରଖାନାରୁ ଜୁନ 2 ତାରିଖରୁ ନିଖୋଜ ଥିଲେ। ବୃଦ୍ଧାଙ୍କର ମୃତଦେହ ବୁଧବାର ଶୌଚାଳୟରୁ ଉଦ୍ଧାର ହୋଇଛି । ତେବେ ଏହି ଘଟଣାକୁ ନେଇ ପୋଲିସ କହିଛି, ବୃଦ୍ଧାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା. ଏତଲା ହେବା ପରେ ଜୁନ 6 ତାରିଖରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା. ଏହି ଘଟଣା ନେଇ ପୁଲିସ ତଦନ୍ତ କରୁଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଉପରେ  ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ ଭାରତରେ ସର୍ବାଧିକ କରୋନା ସଂକ୍ରମିତ ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । କରୋନା ଜନିତ ସର୍ବାଧିକ ମୃତ୍ୟୁ ମଧ୍ୟ ଏହି ରାଜ୍ୟରେ ଘଟୁଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋଟିଏ ଗଛରୁ ଦୁଇ ମୃତଦେହ ଉଦ୍ଧାର

ସମୀକ୍ଷା ବ୍ୟୁରୋ

ନୂଆପଡା : ନାବାଳିକା ସହ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେବାଶ୍ରମ ପାଖ ଏକ ଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳିକା ଜଣକ କୁକୁରମୁଣ୍ଡି ସେବାଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡିଛି । ନାବାଳିକା ଜଣଙ୍କ କାଲି ରାତିରୁ ନିଖୋଜ ଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ଧରମବନ୍ଧା ଥାନା ପୋଲିସ୍‌ ପହଞ୍ଚି ଏହି ଘଟଣାର ତଦନ୍ତ ଜାରି ରଖିଛି ।

Categories
ଆଜିର ଖବର ଆଞ୍ଚଳିକ

ରାସ୍ତାକଡରୁ ମିଳିଲା ଯୁବକଙ୍କ ମୃତ୍ୟୁଦେହ

ବବୁଲୁ ସାହୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଫୁପଗାଁ ରାସ୍ତା କଡରୁ ଜଣେ ଯୁବକର ମୃତ୍ୟୁଦେହ ଉଦ୍ଧାର ହୋଇଛି। ଗଛରେ ପିଟି ହୋଇ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କୋକସରା ଥାନା ପୋଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ କେଉଁଥିପାଇଁ ଯୁବକ ଜଣକ ଏହି ରାସ୍ତା ଦେଇ ଯାଉଥିଲେ ଓ କାହିଁକି ଯାଉଥିଲେ, ସେ ସମ୍ପର୍କରେ କିଛି ଜଣାପଡିନାହିଁ। ପୋଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁସାରେ ରାତିରେ ବାଇକ୍‌ରେ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଯୁବକଜଣକ ଡୁମେରମୁନଡା ଭୋଇ ପଡାର ବଜ୍ରେସ୍‌ ମାଝି ବୋଲି ଜଣାପଡିଥିବାବେଳେ ଦୁର୍ଘଟଣା କେମିତି ଓ କିପରି ଘଟିଲା ସେ ସମ୍ପର୍କରେ ବିଶେଷ ସୂଚନା ମିଳିପାରିନାହିଁ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମହିଳାଙ୍କୁ ପିଟି ପିଟି ହତ୍ୟା : ଅଭିଯୁକ୍ତ ସ୍ବାମୀ ଫେରାର୍‌

ସମୀକ୍ଷା ବ୍ୟୁରୋ

ଉଦଳା : ଘର ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଶରତ ଥାନା ରୁଗୁଡି ଗାଁରେ ଏକ ଘର ଭିତରୁ ଜଣେ ମହିଳାଙ୍କ ଶବକୁ ଉଦ୍ଧାର କରିଛି ପୋଲିସ୍‌ । ଘରୋଇ କଳିରୁ ଗତ ସୋମବାର ସ୍ବାମୀ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ଶ୍ବଶୁର, ଶାଶୁ ଓ ସଉତୁଣୀଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚୁରା କରୁଛି । ତେବେ ହତ୍ୟାକାରୀ ସ୍ବାମୀ ଜଣକ ଫେରାର୍‌ ରହିଥିବାର ପୋଲିସ୍‌ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ସଖୀ ସେଣ୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମୀକ୍ଷା ବ୍ୟୁରୋ

ବଲାଙ୍ଗିର : ବଲାଙ୍ଗିରର ସୁଦପଡ଼ା ‘ସଖୀ’ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ମହିଳାଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତ ମହିଳା ଜଣକ ବିବାହିତ ଓ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ସୂଚନା ମିଳିଛି । ସମ୍ପୃକ୍ତ ମହିଳା ଜଣକ ପ୍ରେମ କରି ବଲାଙ୍ଗିରର ଟିକରପଡ଼ାର ଯୁବକଙ୍କ ସହ ଘରୁ ପଳାଇ ଆସିଥିଲେ । ଦୁହେଁ ତିନି ମାସ ଏକାଠି ରହିାବ ପରେ ଯୁବକ ଜଣକ ବିବାହ ପାଇଁ ମନା କରିଦେଇଥିଲେ । ଏନେଇ ମହିଳା ଜଣକ ଥାନାରେ ଦ୍ବାରସ୍ଥ ହେବା ପରେ 24 ତାରିଖରେ ଯୁବକଙ୍କ ଗିରଫ କରାଯାଇଥିଲା । ଯୁବକ ଜଣକ ଗିରଫ ହେବା ପରେ ମହିଳାଙ୍କୁ ‘ସଖୀ’ ସେଣ୍ଟରରେ ରଖାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଭିତରୁ ମିଳିଲା ଶବ

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ସବଡିଭିଜନ ଚାରମାଳଥାନା ଚାଟୁଣ ପ୍ରାଥମିକ ବିଦ୍ୟାଳୟରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା କଣ୍ଢଳ ଗ୍ରାମର ରାଜୁ ଜାନି। ୩୫ ବର୍ଷୀୟ ରାଜୁ ଗାଁ ଗାଁ ବୁଲି ଚଟୁ ପାତିଆ ଆଦି ଲୁହା, ଟିଣ ସାମଗ୍ରୀ ବିକ୍ରି କରୁଥିବାର ସୂଚନା ରହିଛି। ପୋଲିସ୍‌ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଏହି ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ। ତେବେ ବିଦ୍ୟାଳୟ ଭିତରେ ତାଙ୍କର ମୃତଦେହକୁ କିପରି ଆସିଲା, ସେନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି।

Categories
ଆଜିର ଖବର

ବାଲୁଗାଁରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନିକଟରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ କେହି ଦୁର୍ବୃତ ଜାଳିଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ବାଲୁଗାଁ ସରନଇ ନିକଟରେ ଥିବା ଏକ ବଗିଚାରୁ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରହିଥିଲା। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଆସି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କେହି ବ୍ୟକ୍ତି ଟାୟାର ଜାଳି ମହିଳାଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହର ଉପରି ଭାଗ ସଂପୂର୍ଣ୍ଣ ଜଳି ଯାଇଥିବାରୁ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି।

Categories
ଆଜିର ଖବର

ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର: ବେସ୍‌ କ୍ୟାମ୍ପ-୪କୁ ଅଣାଗଲା ମୃତଦେହ

ପର୍ବତାରୋହୀ କଳ୍ପନା ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଏଭରେଷ୍ଟ ବେସ୍ କ୍ୟାମ୍ପ୍-୪କୁ ତାଙ୍କର ମୃତଦେହ ଅଣାଯାଇଛି। ନେପାଳୀ ଶେର୍ପା ମୃତଦେହ ଠାବ କରି ବେସ୍ କ୍ୟାମ୍ପକୁ ଆଣିଛନ୍ତି। ସେଠାରୁ କଳ୍ପନାଙ୍କ ମୃତଦେହ କାଠମାଣ୍ଡୁ ପଠାଯିବ।ଏହା ପରେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯିବ ବୋଲି କ୍ରୀଡା ବିଭାଗ ସୂଚନା ଦେଇଛି। କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଓଡିଶାରୁ ୩ଜଣିଆ ଟିମ୍ ପଠାଯାଇଛି। ନେପାଳ କାଠମାଣ୍ଡୁରୁ କଳ୍ପନାଙ୍କ ମରଶରୀର ଅଣାଯିବ।ନେପାଳରେ ଭାରତୀୟ ଦୂତବାସ ସହ ମିଶି ଓଡ଼ିଶା ସରକାର କାମ କରୁଛନ୍ତି। ତାଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ କରାଯାଇଛି। ଓଡିଶାର ଏକମାତ୍ର ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ଗୁରୁବାର ଦିନ ପରଲୋକ ଘଟିଥିଲା। ୫୨ ବର୍ଷ ବୟସରେ ସେ ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।